Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି
ଆଜିର ଖବର

ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି

July 19, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି
ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ପ୍ରଯୁକ୍ତିର ଅଗ୍ରଗତି ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ଆବିର୍ଭାବ ଅଦାଲତର କାର୍ଯ୍ୟ ପରିଚାଳନାରେ ଦକ୍ଷତା ବୃଦ୍ଧି କରିଥିଲେ ମଧ୍ୟ ଏହା କେବେ ମଧ୍ୟ ସଚେତନ ସମ୍ବେଦନଶୀଳତା, ସ୍ୱତନ୍ତ୍ର ଓ ସ୍ୱାଧୀନ ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ହରିଶ ଟଣ୍ଡନ ଶନିବାର କହିଛନ୍ତି।

ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ) ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତି ଶ୍ରୀ ଟଣ୍ଡନ କହିଥିଲେ ଯେ, ପ୍ରଯୁକ୍ତିର ବିକାଶ ପାରଂପରିକ ଅଦାଲତ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିଥାଏ, କିନ୍ତୁ ଏହା କେବେ ବି ମାନବୀୟ ବିଚାର ଶକ୍ତିର ସ୍ଥାନ ନେଇପାରିବ ନାହିଁ।

ନ୍ୟାୟମୂର୍ତ୍ତି ଶ୍ରୀ ଟଣ୍ଡନ୍ କହିଥିଲେ “ମୁଁ ପ୍ରଯୁକ୍ତିକୁ ବିରୋଧ କରୁନାହିଁ। କାରଣ ଏହା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ଅତ୍ୟନ୍ତ ଦ୍ରୁତ ଗତିରେ ସୂଚନା ପ୍ରକ୍ରିୟାକରଣରେ ସହାୟକ ହେଉଛି। କିନ୍ତୁ ଏହା କେବେ ବି ମାନବୀୟ ସମ୍ବେଦନଶୀଳତା ଓ ଆଇନଗତ ଯୁକ୍ତିର ସ୍ଥାନ ନେଇପାରିବ ନାହିଁ” ବୋଲି ସେ କହିଥିଲେ। ସୋଆ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତନ ଉତ୍ସବ ପରିପ୍ରେକ୍ଷୀରେ ୩୦୦ରୁ ଅଧିକ ଗବେଷକଙ୍କୁ ପିଏଚ୍‌.ଡି. ଉପାଧି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସୋଆ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି କୃଷ୍ଣ ଶ୍ରୀପଦ ଦୀକ୍ଷିତଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍ ଲ’ (ହନରିସ କଜା) ଉପାଧି ପ୍ରଦାନ କରାଯାଇଥିଲା। ସମାବର୍ତନ ଉତ୍ସବରେ ଓଡ଼ିଶା ହାଇକୋର୍ଟର ୧୫ ଜଣ ଏବଂ କର୍ଣ୍ଣାଟକ ହାଇକୋର୍ଟର ୫ ଜଣ ବିଚାରପତି ଉପସ୍ଥିତ ଥିଲେ।

ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର (ଡା.) ଅମିତ ବାନାର୍ଜୀ ଏହି ସମାବର୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ।

ନ୍ୟାୟମୂର୍ତ୍ତି ଶ୍ରୀ ଟଣ୍ଡନ କହିଥିଲେ ଯେ ଏକ ସମାଜର ପ୍ରକୃତ ମୂଲ୍ୟାଙ୍କନ ତାହାର ନ୍ୟାୟସଙ୍ଗତ ଆଇନ ବ୍ୟବସ୍ଥା ଉପରେ ନିର୍ଭର କରେ। ଆଇନର ଶାସନ କେବଳ ଏକ ଧାରଣା ନୁହେଁ, ବରଂ ଏହା ନୈତିକତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତାକୁ ନେଇ ଗଠିତ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ନ୍ୟାୟ ପ୍ରଦାନ।

ସେ କହିଥିଲେ, “ସାମ୍ବିଧାନିକ ନୈତିକତା ହେଉଛି ଆମର ସଂଘୀୟ ବ୍ୟବସ୍ଥାର ପ୍ରାଣଶକ୍ତି। ଏହା ସମ୍ବିଧାନରେ ନିହିତ ଆଦର୍ଶଗୁଡ଼ିକୁ ସୁରକ୍ଷିତ ରଖିବା ସହ ନ୍ୟାୟ, ମର୍ଯ୍ୟାଦା ଓ ଦାୟିତ୍ୱବୋଧ ମାଧ୍ୟମରେ ସମାଜର ଅଗ୍ରଗତିକୁ ସୁନିଶ୍ଚିତ କରିଥାଏ।”

ଭାରତର ପୂବର୍ତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ‘ସନ୍ତୋଷ ସିଂହ ବନାମ ୟୁନିଅନ ଅଫ୍ ଇଣ୍ଡିଆ’ ମାମଲାର ରାୟକୁ ଉଲ୍ଲେଖ କରି ସେ କହିଥିଲେ ଯେ ଗଣତନ୍ତ୍ରର ପ୍ରକୃତ ଶକ୍ତି କେବଳ ସମ୍ବିଧାନର ବିଭିନ୍ନ ଧାରାରେ ନୁହେଁ, ବରଂ ଯେଉଁମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ସେମାନଙ୍କର ଦାୟିତ୍ୱବୋଧ ଓ ପ୍ରତିବଦ୍ଧତାରେ ନିହିତ।

ସେ କହିଥିଲେ ଯେ, ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ବିଭିନ୍ନ ମତ ଓ ଚିନ୍ତାଧାରାକୁ ସମ୍ମାନ ଦେବା, ସହନଶୀଳତା ଏବଂ ସମାଜର ଅବହେଳିତ ଲୋକଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ଅତ୍ୟନ୍ତ ଆବଶ୍ୟକ। ଏହା ଡକ୍ଟର ବି.ଆର. ଆମ୍ବେଦକର ୧୯୪୮ମସିହା ନଭେମ୍ବର ୪ରେ କନ୍‌ଷ୍ଟିଚ୍ୟୁସ୍‌ନାଲ ଆସେମ୍ବ୍ଲିରେ ଦେଇଥିବା ଐତିହାସିକ ଭାଷଣର ପୁନଃପ୍ରତିପାଦନ ବୋଲି ସେ କହିଥିଲେ।

ଆଇନ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନ୍ୟାୟମୂର୍ତ୍ତି ଶ୍ରୀ ଟଣ୍ଡନ କହିଥିଲେ ଯେ ଜଣେ ଆଇନଜୀବୀଙ୍କର ପ୍ରଥମ ଓ ସ୍ଥାୟୀ କର୍ତ୍ତବ୍ୟ ଅଦାଲତ ଓ ଆଇନ ପ୍ରତି ରହିଛି। “ଜଣେ ଓକିଲ କେବଳ ତାଙ୍କ ମହକିଲଙ୍କ ମୁଖପାତ୍ର ବୋଲି ଭାବିବା ଭୁଲ। ଆଇନ, ନୈତିକତା ଓ ନୀତି ହେଉଛି ଆଇନ ବୃତିର ମୂଳ ଭିତି,” ବୋଲି ସେ କହିଥିଲେ।

ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତ୍ତି କୃଷ୍ଣ ଶ୍ରୀପଦ ଦୀକ୍ଷିତ ସୋଆର ପ୍ରଶଂସା କରି କହିଥିଲେ ଯେ ଏହା ଖୁବ୍ ଶୀଘ୍ର ପ୍ରସିଦ୍ଧ ଓ ମହାନ ବିଶ୍ୱବିଦ୍ୟାଳୟ ଗୁଡ଼ିକର ତାଲିକାରେ ସ୍ଥାନ ପାଇବ। ସେ କହିଥିଲେ ଯେ ଭାରତରେ ଗବେଷଣା ପାଇଁ ବଜେଟ୍ ବ୍ୟବସ୍ଥା ଅତ୍ୟନ୍ତ କମ୍। ଇସ୍ରାଏଲର ଉଦାହରଣ ଦେଇ ସେ କହିଥିଲେ ଯେ ୧୯୪୮ରେ ଏକ ସ୍ୱତନ୍ତ୍ର ଦେଶ ଭାବେ ଗଠିତ ହେବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବେନ୍ ଗୁରିଅନ୍ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଯିହୁଦୀ ବିଦ୍ୱାନମାନଙ୍କୁ ଦେଶକୁ ଫେରି ଗବେଷଣା ଓ ବିକାଶରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ।

କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ପିଏଚ୍‌.ଡି. ଉପାଧି ପାଇଥିବା ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଆଇନ ସଂପର୍କିତ ସଚେତନତା ବିନା କୌଣସି ଗବେଷଣା ସଂପୂର୍ଣ୍ଣ ହୁଏ ନାହିଁ। “ଜ୍ଞାନ ଆମକୁ କ’ଣ ସମ୍ଭବ ତାହା ଜଣାଏ, ପ୍ରଜ୍ଞା ଆମକୁ କ’ଣ ବାଞ୍ଛନୀୟ ତାହା ଶିଖାଏ ଏବଂ ଆଇନ ସଂପର୍କିତ ସଚେତନତା ଆମକୁ କ’ଣ ଅନୁମୋଦିତ, ଦାୟିତ୍ୱପୂର୍ଣ୍ଣ ଓ ନ୍ୟାୟସଙ୍ଗତ ତାହା ବୁଝାଇଥାଏ,” ବୋଲି ସେ କହିଥିଲେ।

କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ଅଗ୍ରଗତି ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସୋଆ ବର୍ତମାନ ଉଚ୍ଚମାନର ଶିକ୍ଷା ଓ ଗବେଷଣାର ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ ହୋଇଛି। ବିଶ୍ୱବିଦ୍ୟାଳୟର ୧୮ଟି ଗବେଷଣା କେନ୍ଦ୍ରରେ ୨୭ଟି ଜାତୀୟ ପ୍ରାଥମିକତାପ୍ରାପ୍ତ କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଚାଲିଛି।

କୁଳପତି କହିଥିଲେ ଯେ ସୋଆ ପକ୍ଷରୁ ଦୁଇଟି ମେଡିକାଲ କଲେଜ ଏବଂ ବ୍ରହ୍ମପୁରରେ ଥିବା ହସ୍ପିଟାଲ ସମେତ ଦୁଇଟି ପ୍ରମୁଖ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ଯାହା ଓଡ଼ିଶା ସମେତ ପଡୋଶୀ ରାଜ୍ୟଗୁଡ଼ିକର ନିର୍ଭର ଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର ଭାବେ ବିଶ୍ୱସନୀୟତା ଲାଭ କରିପାରିଛି। କୋଭିଡ୍ ମହାମାରୀ ସମୟରେ ସୋଆ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଂଚଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଥିଲା, ଯେଉଁଥିରେ ୫୦ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଥିଲା ବୋଲି କୁଳପତି କହିଥିଲେ।

ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ତଥା ଉପକୁଳପତି ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଂଟ) ପ୍ରଫେସର ଜୟନ୍ତ କୁମାର ନାଥ ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମାବର୍ତନ ଉତ୍ସବ ପରିଚାଳନା କରିଥିଲେ।

ଓଡିଶା ହାଇକୋର୍ଟ କୃତ୍ରିମ ବୁଦ୍ଧିମତା ମୁଖ୍ୟ ବିଚାରପତି ସୋଆ ହରିଶ ଟଣ୍ଡନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.