Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ
ଆଜିର ଖବର

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନ୍ୟାୟମୂର୍ତ୍ତୀ ଦୀକ୍ଷିତ
ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

ଭୁବନେଶ୍ୱର: ଶାସନ ବ୍ୟବସ୍ଥାରେ ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା ଦିଗରେ ସବୁଠାରୁ ବଡ଼ ଉପାଦାନ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି। “ଯଦି ଆମର ଆଇନ୍ ପ୍ରତି ସମ୍ମାନ ନ ରହେ ତେବେ ସମ୍ବିଧାନ ପ୍ରତି ବିପଦ ଉପୁଜିବ”ବୋଲି ନ୍ୟାୟମୂର୍ତ୍ତୀ ଦୀକ୍ଷିତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ମତ ରଖିଛନ୍ତି।

ଏ ପର୍ଯ୍ୟନ୍ତ ସମ୍ବିଧାନରେ ୧୦୦ରୁ ଅଧିକ ସଂଶୋଧନ କରାଯାଇଥିଲେ ମଧ୍ୟ ଏହା ସୁରକ୍ଷିତ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ନ୍ୟାୟପାଳିକା, ନିର୍ବାଚନ କମିସନ୍‌, ସଂସଦ, ରାଜ୍ୟ ବିଧାନ ସଭା ଓ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ଭଳି ସମ୍ବିଧାନ ଦ୍ୱାରା ସ୍ଥାପିତ ଅନୁଷ୍ଠାନ ଗୁଡ଼ିକର ସୁରକ୍ଷା ଆବଶ୍ୟକ।

ନ୍ୟାୟମୂର୍ତ୍ତି ଦୀକ୍ଷିତ ବିଶ୍ୱବିଦ୍ୟାଳୟରେ ସୋଆ ବକ୍ତୃତାମାଳା ପ୍ରାୟୋଜିତ ‘ମେକିଂ ଅଫ୍ ଆୱାର କନ୍‌ଷ୍ଟିଚ୍ୟୁସନ୍‌’ ଶୀର୍ଷକ ବକ୍ତୃତା ପ୍ରଦାନ ଅବସରରେ ଏହା କହିଥିଲେ।

ସେ କହିଥିଲେ ଯେ ୧୯୨୦ ମସିହାରେ ଗୃହୀତ ଆହ୍ଲାବାଦ ସଂକଳ୍ପରେ ଭାରତରେ ସାମ୍ବିଧାନିକ ବ୍ୟବସ୍ଥାର ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ବେଳେ ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୪୬ ମସିହାରେ ଏକ ସମ୍ବିଧାନ ସଭା ଗଠନ କରାଯାଇଥିଲା।

ନ୍ୟାୟମୂର୍ତ୍ତି ଦୀକ୍ଷିତ କହିଥିଲେ ଯେ ଭାରତକୁ ସ୍ୱାଧୀନତା ଦେବା ନିମନ୍ତେ ଯେତେବେଳେ ବ୍ରିଟେନ୍‌ର ପାର୍ଲିଆମେଂଟରେ ପ୍ରସ୍ତାବ ଆସିଲା ସେତେବେଳେ ବିରୋଧୀ ଦଳ ନେତା ୱିନ୍‌ଷ୍ଟନ ଚର୍ଚ୍ଚିଲ ଏହାର ବିରୋଧ କରି କହିଥିଲେ ଯେ ଏହା ଦ୍ୱାରା କ୍ଷମତା ଅଯୋଗ୍ୟ ଲୋକମାନଙ୍କ ହାତକୁ ଚାଲିଯିବ।

ମାତ୍ର ଭାରତ ନିକଟରେ ଏକା ସଂଗେ ୧୦୬ଟି ଉପଗ୍ରହ ମହାକାଶକୁ ପଠାଇ ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ଅନେକ ଧର୍ମ ଭାରତକୁ ଆସିବା ଫଳରେ ଏହା ଦେଶକୁ ମହାନ କରିଛି। ଇସ୍‌ଲାମ ଧର୍ମ ସାଉଦି ଆରବରେ ପହଂଚିବା ପୂର୍ବରୁ ଭାରତରେ ପହଂଚିଥିଲା। ସେହିପରି ୟୁରୋପରେ ପାଦ ଦେବା ପୂର୍ବରୁ ଖ୍ରୀଷ୍ଟ ଧର୍ମ ଭାରତରେ ପହଂଚି ସାରିଥିଲା।

ଭାରତ ଏକ ଜ୍ଞାନର ଦେଶ ଭାବେ ପ୍ରତିଷ୍ଠା ଲାଭ କରିଛି ଓ ସବୁବେଳେ ଏହା ଆଲୋକରେ ସନ୍ଧାନ କରିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଶା ହାଇକୋର୍ଟ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ ଶାସନ ବ୍ୟବସ୍ଥା ଶିକ୍ଷା ଓ ଅନୁସନ୍ଧାନ ସମ୍ବିଧାନର ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.