Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ
ଆଜିର ଖବର

ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ

July 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଖରିଫ ଋତୁ ଆରମ୍ଭ ହୋଇସାରିଛି। ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ଼ ଇତ୍ୟାଦି ସଂସ୍ଥା ତଥା ଇଫ୍ କୋ ଭଳି ପ୍ରମୁଖ ସାର ଉତ୍ପାଦନକାରୀ ସଂସ୍ଥା ଇତ୍ୟାଦିରୁ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ପୂର୍ବ ବର୍ଷର ରେକର୍ଡ ପରିମାଣକୁ ଅନୁଧ୍ୟାନ କରି ସେହି ଅନୁସାରେ ଆଗୁଆ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡ଼ ପାଢ଼ୀ। ଖରିଫ ଋତୁ ପାଇଁ ପ୍ରାୟତଃ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟଭାଗ ପର୍ଯନ୍ତ ସାରର ସର୍ବାଧିକ ଚାହିଦା ରହିଥାଏ। ଏହି ଚାହିଦାକୁ ମେଣ୍ଟାଇବା ପାଇଁ ଖରିଫ ଋତୁ ଆରମ୍ଭରେ ସରକାର ମାର୍କଫେଡ଼, ପାକ୍ସ, ଲ୍ୟାମ୍ପସ ତଥା ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଯଥା ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ , ଏସଏସପି ଆଦି ଉପଲବ୍ଧ କରାଇବା ପାଇଁ ବିଭାଗ ତରଫରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି।

ସେହିଭଳି ନାନୋ ସାର ଭଳି ଅନ୍ୟାନ୍ୟ ଇନପୁଟର ଟ୍ୟାଗିଂ ନ କରିବାକୁ ସାର ଉତ୍ପାଦନକାରୀଙ୍କୁ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେପରି  ଚାଷୀମାନେ କୌଣସି ବାଧ୍ୟବାଧକତା ବିନା ସ୍ଵାଧୀନ ଭାବେ ଆବଶ୍ୟକୀୟ ସାର କ୍ରୟ କରିପାରିବେ। ନକଲି ସାରର ବିକ୍ରୟ/ କଳାବଜାରୀ/ ଗଚ୍ଛିତ ରଖିବା ଆଦି ବେଆଇନ୍ କାର୍ଯ୍ୟକୁ ରୋକିବା ପାଇଁ ସାର ଯୋଗାଣ କାରୀ ସଂସ୍ଥା ଓ ସାର ବିକ୍ରେତା ମାନଙ୍କୁ କୃଷି ସଚିବ ଡ଼ ପାଢ଼ୀ ତାଗିଦ କରିଛନ୍ତି।

ସୂଚନାଯୋଗ୍ୟ ଯେ, କଳାବଜାରୀ ଆଦିକୁ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ଵାରା ଚଢାଉ ଜାରି ରହିଛି।  ନିୟମିତ ଭାବରେ ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ଚାଷୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ଯେକୌଣସି ପ୍ରକାରର ବେଆଇନ କାର୍ଯ୍ୟକଳାପ ଯାଞ୍ଚ କରି ରାଜ୍ୟ ସାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାରା ଓଡ଼ିଶାରେ ସମୟାନୁସାରେ ସାରର ଯୋଗାଣ ସୁନିଶ୍ଚିତ କରିବା ପାଇଁ ନୂତନ ରେକ୍ ପଏଣ୍ଟ ସ୍ଥାପନ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଖରିଫ ଋତୁ ଡଃ ଅରବିନ୍ଦ କୁମାର ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

January 30, 2026

ଭାରତ ବନାମ ନ୍ୟୁଜିଲାଣ୍ଡ ପଞ୍ଚମ ଟି-୨୦ କେବେ ଏବଂ କେଉଁଠି ହେବ? ଜାଣନ୍ତୁ ସମସ୍ତ ବିବରଣୀ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026
Latest News

ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

January 30, 2026

ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏହି ଚାରୋଟି ପ୍ରଶ୍ନ, ମହାରାଷ୍ଟ୍ରର ନିର୍ଣ୍ଣୟ କରିବ ରାଜନୈତିକ ଭବିଷ୍ୟତ?

January 30, 2026

ଭାରତ ବନାମ ନ୍ୟୁଜିଲାଣ୍ଡ ପଞ୍ଚମ ଟି-୨୦ କେବେ ଏବଂ କେଉଁଠି ହେବ? ଜାଣନ୍ତୁ ସମସ୍ତ ବିବରଣୀ

January 30, 2026

“ସ୍ୱେଚ୍ଛାଚାରିତା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ…”: ଜାତିସଂଘ ମୁଖ୍ୟଙ୍କ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କୁ ଟାର୍ଗେଟ

January 30, 2026

“ଗୋମାଂସ ବିକ୍ରୟ କରି ରାମରାଜ୍ୟ ପ୍ରତିଷ୍ଠା କରିବ?”: ଯୋଗୀ ସରକାରଙ୍କୁ ଚେତାବନୀ ଦେଲେ ଶଙ୍କରାଚାର୍ଯ୍ୟ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.