Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଘୋଷିତ ବିଦ୍ୟୁତ କାଟରେ ହନ୍ତସନ୍ତ ଚିଲିକାବାସୀ: ସମସ୍ୟା ସମାଧାନ ପାଇଁ ଆଇନମନ୍ତ୍ରୀଙ୍କୁ କଲେ ନିବେଦନ
ଆଜିର ଖବର

ଅଘୋଷିତ ବିଦ୍ୟୁତ କାଟରେ ହନ୍ତସନ୍ତ ଚିଲିକାବାସୀ: ସମସ୍ୟା ସମାଧାନ ପାଇଁ ଆଇନମନ୍ତ୍ରୀଙ୍କୁ କଲେ ନିବେଦନ

July 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଦ୍ୟୁତ୍
ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ: ଉପମୁଖ୍ୟମନ୍ତ୍ରୀ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ ବିଭାଗର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାନବିକତା ହରାଇ ବସିଲାଣି ବିଦ୍ୟୁତ ବିଭାଗ। କିଛିଦିନ ହେବ ବାଣପୁର-ବାଲୁଗାଁ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ହେଉଛି। ବିଦ୍ୟୁତ କାଟ ନ କରିବାପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିଲାବେଳେ ବାଣପୁର ବାଲୁଗାଁରେ ଏହାର ବ୍ୟତିକ୍ରମ ଘଟୁଛି।

ଛାତ୍ର ଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ହେଉ କିମ୍ବା ଘରୋଇ କର୍ମଚାରୀଙ୍କ ଅନଲାଇନ କାମ ସବୁଠି ବିଦ୍ୟୁତ ଅପରିହାର୍ଯ୍ୟ ହୋଇପଡିଛି। ବର୍ଷାଦିନ ଅଦ୍ୟାବଧି ସଂପୂର୍ଣ୍ଣ ଭାବେ ଆସିନଥିବା ବେଳେ ପ୍ରବଳ ଗୁଳୁଗୁଳି ଦିନଯାକ ରହୁଛି। ଏ ସବୁକୁ ଖାତିର ନକରି ବିଦ୍ୟୁତ ବିଭାଗ ମନଇଚ୍ଛା କାର୍ଯ୍ୟ କରୁଛି। ଦିନ ତମାମ ଅଘୋଷିତ ବିଦ୍ୟୁତକାଟ ହେଉଛି ଯାହା ଫଳରେ ଏହାର ସିଧାସଳଖ ପ୍ରଭାବ ନାଗରିକଙ୍କ ଉପରେ ପଡୁଛି।

ଅନ୍ୟ ପକ୍ଷରେ ଯଦି ଏ ନେଇ ଅଭିଯୋଗ କରାଯାଏ ତାହାଲେ ଗୋଟେ ଅଭିଯୋଗ ପ୍ରକୋଷ୍ଠ ନାଇଁ କି ଅଭିଯୋଗ ହେଲ୍ପଲାଇନ ନମ୍ବର ବି ନାଇଁ। ଯଦି ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଛି ତାହାଲେ ସେମାନେ ନାଭାଲ ଗ୍ରୀଡ଼କୁ ଦୋଷ ଦେଉଛନ୍ତି ଏବଂ ଯଦି ନାଭାଲ ଗ୍ରୀଡ଼କୁ ଯୋଗାଯୋଗ କରାଯାଏ ତାହାଲେ ସେମାନେ ଟିପିସିଓଡିଏଲ ଉପରକୁ ଦୋଷ ଲଦିଦେଉଛନ୍ତି। ଦେଖିବାକୁ ଗଲେ ବର୍ଷ ତମାମ ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ଘୋଷଣା ହୋଇ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ବେଳେ ପୁଣି ଅଘୋଷିତ ବିଦ୍ୟୁତକାଟ କେତେଦୂର ଯୁକ୍ତିଯୁକ୍ତ। ଏହାସହିତ ସାମାନ୍ୟ ବର୍ଷା ପବନ ହେଲେ ସଙ୍ଗେସଙ୍ଗେ ବିଦ୍ୟୁତ କାଟ ହେଉଛି ଏବଂ ତାକୁ ମରାମତି ପାଇଁ ଘଣ୍ଟା ଘଣ୍ଟା ଲାଗୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷ ତମାମ ବିଦ୍ୟୁତ ବିଭାଗ ମରାମତି ଆଳରେ ଦିନ ଦିନ ଧରି ଯେଉଁ ବିଦ୍ୟୁତ କାଟ କରୁଛି ତାହାର ଅଭିପ୍ରାୟ କଣ? ଏଠାର ନାଗରିକ ମାନଙ୍କ ମୌଳିକ ସୁବିଧାକୁ ଅଣଦେଖା କରିବା ଆଗକୁ ଯେ ବଡ଼ ଧରଣର ଆନ୍ଦୋଳନକୁ ପରୋକ୍ଷ ଭାବେ ବିଦ୍ୟୁତ ବିଭାଗ ନିମନ୍ତ୍ରଣ କରୁଛି ଏଥିରେ କୌଣସି ସନ୍ଦେହ ନାଇଁ। ତତସହିତ ଖୋଦ ଆଇନ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ବିଭାଗର ଏପରି ମନାମାନୀ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଜନସାଧାରଣ। ଯଥାଶୀଘ୍ର ଏଠିକାର ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ‘ସମୀକ୍ଷା’ ମାଧ୍ୟମରେ ବାଣପୁର-ବାଲୁଗାଁବାସୀ ନିବେଦନ କରିଛନ୍ତି।

ଅଘୋଷିତ ବିଦ୍ୟୁତ କାଟ ଚିଲିକାବାସୀ ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Latest News

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.