ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ପରିବା ବଜାରରେ ଗୁଡୁ ପ୍ରଧାନ ନାମକ ଜଣେ ପରିବା ବ୍ୟବସାୟୀକୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି। ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।