ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବଡିଆଓସ୍ତା ଗ୍ରାମର ପିତବାସ ଆଚାର୍ଯ୍ୟ ନାମକ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ନିଜ ପୁଅକୁ ଏକ ଆତ୍ମହତ୍ୟା ଚିଠି ଲେଖି ଜଣାଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଛନ୍ତି ଯେ, ମୋର ବଞ୍ଚିବାକୁ ଇଚ୍ଛା ନାହିଁ। ମୋର ବିୟୋଗ ପରେ ବୋଉର ଦେଖାଶୁଣା କରିବୁ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।