Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

July 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଅଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆମ ସରକାର ମଧ୍ୟ ଆଦିବାସୀ ମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି।

ଜୀବନ ଜୀବିକା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ଆଦିବାସୀ ଅଞ୍ଚଳ ଗୁଡିକର ସାମଗ୍ରିକ ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରାଯାଉଛି। ଆଦିବାସୀ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ମହାସଂଘକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଲୋଚନା ମାଧ୍ୟମରେ ସବୁ ସମସ୍ୟା ସମାଧାନ ହେବ ବୋଲି କହିଥିଲେ।

ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ମହାସଂଘର ସଭାପତି ଶ୍ରୀ କର୍ମା ଲାକ୍ରା, ସାଧାରଣ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକ ଏବଂ ପ୍ରାୟ ୧୧ଟି ଜିଲ୍ଲାରୁ ସଦସ୍ୟ ମାନେ ଯୋଗଦେଇଥିଲେ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ମୟୂରଭଞ୍ଜର ବାଉଁଶ ଚାଷୀକୁ ଆଇଏଫଡବ୍ଲ୍ୟୁସିଏସ୍ ପକ୍ଷରୁ “ପ୍ରମାଣ” ସାର୍ଟିଫିକେଟ୍ ପ୍ରଦାନ

September 30, 2026
Latest News

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱଚ୍ଛତା ଓ ବକେୟା କାର୍ଯ୍ୟ ହ୍ରାସ ଅଭିଯାନ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.