ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇଛି। ମାତ୍ର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ଇତି ମଧ୍ୟରେ ଚାରି ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ ହୋଇଛନ୍ତି।
ପୋଲିସ୍ ସୂଚନା ଅନୁସାରେ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅନ୍ୟ ରାଜ୍ୟର ଟ୍ରକ ଡ୍ରାଇଭର୍ ଥିବା ବେଳେ ଆଉ ୩ଜଣ ସ୍ଥାନୀୟ ବାସିନ୍ଦା। ସେହିପରି ଜଗତସିଂପୁର ଓ ଯାଜପୁରରେ ଘଟିଥିବା ପୃଥକ ପୃଥକ ଘଟଣାରେ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ମହିଳା ବିରୋଧୀ ଅପରାଧ ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅପରାଧୀ ଯିଏ ବି ହୁଅନ୍ତୁ, ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏଭଳି ସ୍ଥିତିରେ ସରକାରଙ୍କୁ ସମାଜ ସହଯୋଗ କରିବା ନିମନ୍ତେ ସେ ନିବେଦନ କରିଛନ୍ତି।