Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ
ଆଜିର ଖବର

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆଜି ନାଲକୋ (ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିଃ) ପରିଦର୍ଶନ କରିଛନ୍ତି । ଏହି ଅବସରରେ ନାଲକୋର ଚେୟାରମ୍ୟାନ-ତଥା-ମ୍ୟାନେଜିଂ ଡାଇରେକ୍ଟର ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କମ୍ପାନୀର କାର୍ଯ୍ୟଧାରା ସଂପର୍କରେ ଆଲୋଚନା କରି ନାଲକୋ ସିଏସ୍‌ଆର ଅଧିନରେ ରାଜ୍ୟର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସକ୍ରିୟ ପଦକ୍ଷେପ ନେବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ଝିଅ ଓ ମହିଳାମାନଙ୍କ ମଧ୍ୟରେ କମ ହିମୋଗ୍ଲୋବିନସ୍ତର ଏବଂ ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଦୃଷ୍ଟି ସମସ୍ୟାର ସମାଧାନ ପାଇଁ ଲକ୍ଷଭିତ୍ତିକ ପଦକ୍ଷେପର ଆବଶ୍ୟକତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ।

ରକ୍ତଦାନ ଅଭିଯାନରେ ମହିଳାମାନଙ୍କ କମ ଅଂଶଗ୍ରହଣ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ସମସ୍ୟାର କାରଣ ଇଚ୍ଛାଗତ ନୁହେଁ ବରଂ ସ୍ୱାସ୍ଥ୍ୟଗତ ପ୍ରତିବନ୍ଧକ ଅଟେ। ଅନେକ ଝିଅ ଏବଂ ମହିଳା କମ ହିମୋଗ୍ଲୋବିନସ୍ତର ଯୋଗୁଁ ରକ୍ତଦାନ କରି ପାରିବେ ନାହିଁ। ଏସବୁ ସମସ୍ୟାର ସମ୍ଭାବ୍ୟ ସମାଧାନ ଭାବରେ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଖାଦ୍ୟରେ ଗାଜର – ବିଟରୁଟ ରସ ଏବଂ ଗୁଡ଼ ଚିକି ଭଳି ସରଳ ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ସାମିଲ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏପରି ପଦକ୍ଷେପର ପ୍ରଭାବ ଜାଣିବା ପାଇଁ ନିୟମିତ ପରୀକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନାଲକୋ ସିଏସ୍‌ଆର ର ଏକ ଅଂଶ ଭାବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟପାଳ ଅନୁରୋଧ କରିଥିଲେ।

ସ୍କୁଲ ପିଲାମାନଙ୍କ ମଧ୍ୟରେ ଦୃଷ୍ଟି ସମସ୍ୟା ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକଟ କରି ରାଜ୍ୟପାଳ ସୁଲଭ ସ୍କ୍ରିନିଂ ଉପକରଣର ଉପଯୋଗିତା ଉପରେ ଆଲୋକପାତ କରିଥିଲେ ଏବଂ ଶିକ୍ଷକମାନଙ୍କୁ ଏହି ଉପକରଣର ବ୍ୟବହାର ସଂପର୍କରେ ତାଲିମ ଦିଆଗଲେ ଶ୍ରେଣୀ ଗୃହରେ ପିଲାଙ୍କର ଦୃଷ୍ଟି ଶକ୍ତି ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ ହୋଇପାରିବ ଏବଂ ପିତାମାତାଙ୍କୁ ପିଲାମାନଙ୍କ ପାଇଁ ସମୟୋଚିତ ଚିକିତ୍ସା ସହାୟତା ପାଇବା ପାଇଁ ମାର୍ଗଦର୍ଶନ କରାଯାଇପାରିବ ବୋଲି ରାଜ୍ୟପାଳ କହିଥିଲେ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ସହଯୋଗମୂଳକ ପ୍ରୟାସ ପାଇଁ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ସରକାରୀ ବିଭାଗ ଏବଂ ସିଭିଲ ସୋସାଇଟି ଅନୁଷ୍ଠାନକୁ ସାମିଲ କରାଯାଇ ଏକ ବୈଠକ କରିବାକୁ ଯୋଜନା କରାଯାଇଛି ବୋଲି ରାଜ୍ୟପାଳ କହିଥିଲେ। ନାଲକୋ ର ସ୍ଥିର ଲାଭଦାୟକତା ଏବଂ ଜାତୀୟ ବିକାଶରେ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ନାଲକୋ ତରଫରୁ ସୌର ଶକ୍ତିର ବ୍ୟବହାରକୁ ବିସ୍ତାରିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ଅବସରରେ ରାଜ୍ୟପାଳ ନାଲକୋ ଭବନ ପରିସରରେ “ଏକ ପେଡ୍ ମା’ କେ ନାମ” ଅଭିଯାନ ଅଧିନରେ ଏକ ବୃକ୍ଷ ଚାରା ରୋପଣ କରିଥିଲେ।

ଡ. ହରି ବାବୁ କମ୍ଭମ୍‌ପାଟି ନାଲକୋ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଗବେଷଣା ପରିଦର୍ଶନ-୨୦୨୫ ର ଶୁଭାରମ୍ଭ କଲେ ସାବିତ୍ରୀ ଠାକୁର

October 7, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2025

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025
Latest News

ଭାରତ ଗବେଷଣା ପରିଦର୍ଶନ-୨୦୨୫ ର ଶୁଭାରମ୍ଭ କଲେ ସାବିତ୍ରୀ ଠାକୁର

October 7, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2025

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.