Categories
ଆଜିର ଖବର ବ୍ୟବସାୟ

ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ଵର : ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ କର୍ପୋରେଟ୍ ଅଫିସ, ଭୁବନେଶ୍ବରଠାରେ ଥିବା ନାଲକୋ ଏମ୍ପ୍ଲଇଜ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି ।

ପୂର୍ଵତ୍ତନ ସମ୍ପାଦକ ଶ୍ରୀ ବିଶ୍ବକଲ୍ୟାଣ ମିଶ୍ର ପଦୋନ୍ନତି ପାଇ ଏସ୍.ଏଣ୍ଡ.ପି. ରେ ସ୍ଥାପିତ ହୋଇଥିବାରୁ କର୍ପୋରେଟ ସିଷ୍ଟମ ଡିପାର୍ଟମେଂଟର ଶ୍ରୀ ବୈକୁଣ୍ଠ ପ୍ରସାଦ ଦାସ ଙ୍କୁ ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଅଛି ।

ଶ୍ରୀ ଅଶୋକ କୁମାର ଦାସଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଡକାଯାଇ କାର୍ମଚାରି ମାନଙ୍କ ସୁବିଧା-ଅସୁବିଧା ଏବଂ ସଙ୍ଗଠନର ଆଗାମୀ କାର‌୍ୟ୍ୟକ୍ରମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଅଛି । ସଙ୍ଗଠନର କାର‌୍ୟ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି ।

ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କ ସହିତ ସର୍ବଶ୍ରୀ ଅଶୋକ କୁମାର ଦାସ, କାର‌୍ୟ୍ୟକାରୀ ସଭାପତି; ଦେବଦତ୍ତ ପଣ୍ଡା, ଉପ ସଭାପତି; ସୁଶୀଲ ନାୟକ, ସହ-ସମ୍ପାାଦକ, ଅସିତ କାମିଲା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ବିଦାୟୀ ସମ୍ପାଦକ ଶ୍ରୀ ମିଶ୍ରଙ୍କ ୟୁନିଅନ ପ୍ରତି ଥିବା ଅବଦାନ ବିଷୟରେ ସଭ୍ୟ ସଭ୍ୟାମାନେ ସବିଶେଷ ଆଲୋଚନା କରି ତାଙ୍କର ଉତ୍ତରୋତ୍ତର ଉନ୍ନତ୍ତି କାମନା କରିଥିଲେ। ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଏମ୍ ଦ୍ୱାରା ନାଲକୋକୁ ମିଳିଲା ନନ୍-ଫେରସ୍ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର

ଭୁବନେଶ୍ୱର: ରାଷ୍ଟ୍ରାୟତ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)କୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍) ଦ୍ୱାରା ନନ୍-ଫେରସ୍ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ୨୦୨୦-୨୧ ପ୍ରଦାନ କରାଯାଇଛି।

ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଆଇଆଇଏମ୍ ର ୭୫ ତମ ବାର୍ଷିକ ବୈଷୟିକ ବୈଠକରେ ଏହି ପୁରସ୍କାର ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସର ନନ୍-ଫେରସ୍ ଡିଭିଜନ୍ ନନ୍-ଫେରସ୍ ସେକ୍ଟରରେ ଗୁଣବତ୍ତା ନିୟନ୍ତ୍ରଣ ଦିଗକୁ ଉତ୍ସାହିତ ତଥା ସ୍ୱୀକୃତି ପ୍ରଦାନ କରିବା ପାଇଁ ୨୦୦୨ ଠାରୁ ଏହି ଜାତୀୟ ଗୁଣବତ୍ତା ପ୍ରତିଯୋଗିତା ଆୟୋଜନ କରିଆସୁଛି।

Categories
ଆଜିର ଖବର ବ୍ୟବସାୟ

ଓଡିଶା ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ପାରାଦ୍ବୀପ ପୋର୍ଟ ଏବଂ କଣିହା ଏନଟିପିସିର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେବେ। ବର୍ତ୍ତମାନ ସାରା ଦେଶରେ କୋଇଲା ସଙ୍କଟ ଚାଲିଥିବା ବେଳେ ଓଡିଶାର ସ୍ଥିତି କଣ ରହିଛି ତାହାର ତଦାରଖ କରିବେ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ଅକ୍ଟୋବର 29 ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଖଣି ବିଭାଗ ଅଧିକାରୀଙ୍କ ସହିତ ଏକ ବୈଠକରେ ମଧ୍ୟ ଯୋଗଦେବେ। ଏଥିସହିତ ନାଲକୋ ଏବଂ ମହାନଦୀ କୋଲଫିଲଡର ଅଧିକାରୀଙ୍କ ସହିତ ଭୁବନେଶ୍ବରରେ ବୈଠକ କହିବେ। ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍

ନୂଆଦିଲ୍ଲୀ, ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ଏକ ଆଧୁନିକ ଓ ଅଭିନବ ପ୍ଲାଟଫର୍ମ ନାଲ୍‌କୋ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛି । ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋ ଦ୍ୱାରା ବିକଶିତ ଏହି ଆପ୍ ଅଣୁ ଓ କ୍ଷୁଦ୍ର କମ୍ପାନୀଗୁଡିକର ବିକ୍ରେତାମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ।

ଦେଶର ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ନିୟୋଜିତ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକୁ ସଶକ୍ତ କରିବା ପାଇଁ ନାଲ୍‌କୋର ଏତାଦୃଶ ପ୍ରୟାସକୁ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଶଂସା କରିଛନ୍ତି ।

ନମସ୍ୟ ଆପ୍ ଏମଏସ୍‌ଇ ଗୁଡିକର ବିକାଶ ନେଇ କମ୍ପାନୀର ଉଦ୍ୟମ ସମ୍ପର୍କରେ ଏକ ମଞ୍ଚ ପ୍ରଦାନ କରିବ । ଏହି ଆପ୍ ଏମ୍‌ଏସ୍‌ଇଗୁଡିକୁ ବିକ୍ରେତାମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା, ବୈଷୟିକ ତଥ୍ୟ, ବିକ୍ରେତାମାନଙ୍କ ବିକାଶ ଏବଂ ନାଲ୍‌କୋର ତାଲିମ ପ୍ରକ୍ରିୟା ଇତ୍ୟାଦି ତଥ୍ୟ ପ୍ରଦାନ କରି ସଶକ୍ତ କରିବ ।

ଭାରତରେ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦକ ତଥା ରପ୍ତାନୀକାରୀ ନାଲ୍‌କୋ ବ୍ୟବସାୟକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ବିଶେଷକରି ଖଣି ଓ ଖଣିଜ ପଦାର୍ଥ ବ୍ୟବସାୟରେ ସକ୍ରିୟ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଏମ୍‌ଏସ୍‌‌ଇଗୁଡିକ ନିମନ୍ତେ ନାଲ୍‌କୋ ଏଭଳି ଅନେକ ସୁଚିନ୍ତିତ ପଦକ୍ଷେମାନ ନେଇଛି ।