Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍
ଜାତୀୟ ଖବର

ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍

September 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା 'ନମସ୍ୟ' ମୋବାଇଲ ଆପ୍

ନୂଆଦିଲ୍ଲୀ, ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ଏକ ଆଧୁନିକ ଓ ଅଭିନବ ପ୍ଲାଟଫର୍ମ ନାଲ୍‌କୋ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛି । ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋ ଦ୍ୱାରା ବିକଶିତ ଏହି ଆପ୍ ଅଣୁ ଓ କ୍ଷୁଦ୍ର କମ୍ପାନୀଗୁଡିକର ବିକ୍ରେତାମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ।

ଦେଶର ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ନିୟୋଜିତ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକୁ ସଶକ୍ତ କରିବା ପାଇଁ ନାଲ୍‌କୋର ଏତାଦୃଶ ପ୍ରୟାସକୁ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଶଂସା କରିଛନ୍ତି ।

ନମସ୍ୟ ଆପ୍ ଏମଏସ୍‌ଇ ଗୁଡିକର ବିକାଶ ନେଇ କମ୍ପାନୀର ଉଦ୍ୟମ ସମ୍ପର୍କରେ ଏକ ମଞ୍ଚ ପ୍ରଦାନ କରିବ । ଏହି ଆପ୍ ଏମ୍‌ଏସ୍‌ଇଗୁଡିକୁ ବିକ୍ରେତାମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା, ବୈଷୟିକ ତଥ୍ୟ, ବିକ୍ରେତାମାନଙ୍କ ବିକାଶ ଏବଂ ନାଲ୍‌କୋର ତାଲିମ ପ୍ରକ୍ରିୟା ଇତ୍ୟାଦି ତଥ୍ୟ ପ୍ରଦାନ କରି ସଶକ୍ତ କରିବ ।

ଭାରତରେ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦକ ତଥା ରପ୍ତାନୀକାରୀ ନାଲ୍‌କୋ ବ୍ୟବସାୟକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ବିଶେଷକରି ଖଣି ଓ ଖଣିଜ ପଦାର୍ଥ ବ୍ୟବସାୟରେ ସକ୍ରିୟ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଏମ୍‌ଏସ୍‌‌ଇଗୁଡିକ ନିମନ୍ତେ ନାଲ୍‌କୋ ଏଭଳି ଅନେକ ସୁଚିନ୍ତିତ ପଦକ୍ଷେମାନ ନେଇଛି ।

ନାଲକୋ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.