Nalco Dividend: ଖଣି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ନବରତ୍ନ ସିପିଏସ୍ଇ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ୨,୧୧୨.୧୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏହା ୫ ଟଙ୍କା ମୂଲ୍ୟର ପ୍ରତି ଇକ୍ୱିଟି ସେୟାର ପିଛା ୨୩୦ ପ୍ରତିଶତ ଲାଭାଂଶ ଅଟେ । ଏଥିମଧ୍ୟରୁ ଭାରତ ସରକାରଙ୍କ ଅଂଶ ଭାବେ ୧,୦୮୩.୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା କମ୍ପାନୀ ଦ୍ୱାରା ଏଯାବତ୍ ପ୍ରଦାନ କରାଯାଇଥିବା ସର୍ବାଧିକ ଲାଭାଂଶ।
କୋଲକାତାରେ ଆୟୋଜିତ ଅନୁଗୁଳ ଆଲୁମିନିୟମ ପାର୍କ ସମ୍ପର୍କିତ ନିବେଶକ ରୋଡ୍ଶୋ’ରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଖଣି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସଚିବ ଶ୍ରୀ କେଶବ ଚନ୍ଦ୍ର, ଆଇଏଏସ୍ଙ୍କ ଉପସ୍ଥିତିରେ ୧,୦୮୩.୦୬ କୋଟି ଟଙ୍କାର ଲାଭାଂଶ ଚେକ୍କୁ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ନାଲକୋର ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆଙ୍କ ସମେତ ନାଲକୋ ଏବଂ ଖଣି ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


