ଗୁରୁତର ଆହତ ଯୁବକ କୁ ଉଦ୍ଧାର କରିଲେ ହିଞ୍ଜିଳି ପୋଲିସ
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ବସଷ୍ଟାଣ୍ଡ ପରିସରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକକୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଆହତ ଯୁବକ ଜଣକ କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ପାଇକଯମୁନା ଗ୍ରାମର ହୀନ ବିଷୋୟୀ ବୋଲି ଜଣାପଡିଛି। କେଉଁ ଭଳି ପରିସ୍ଥିତିରେ ଉକ୍ତ ଯୁବକ ଗୁରୁତର ଆହତ ହୋଇ ଏଠାରେ ପଡ଼ି ରହିଥିଲେ, କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଆହତ ଯୁବକଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଘଟଣାର ଅନୁସନ୍ଧାନ ଚଳାଇଛି।