ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ କଞ୍ଚୁରୁ ଦୁର୍ବନ୍ଧ ରାସ୍ତାରେ ଶଙ୍କର ବେହେରା ନାମକ ଜଣେ ଯୁବକ ମୋଟରସାଇକେଲରେ ଯିବା ବେଳେ ଗଛରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ଘର ହିଞ୍ଜିଳି ସହର କେଉଟ ସାହି ଓ କୌଣସି କାମରେ ଆସିଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।