ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବିଏମସି କରର୍ପୋରେଟର ଅମରେଶ ଜେନା। ଲକ୍ଷ୍ମୀସାଗର ପୋଲିସ ତାଙ୍କୁ ବାଲେଶ୍ବରରୁ ଗିରଫ କରିଛି। ଏହି ଖବର ଜଣାପଡିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ବିଜୁ ଜନତା ଦଳ। ଏ ନେଇ ଦଳ ତରଫରୁ ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଏମସି କରର୍ପୋରେଟର ଅମେରଶ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।
ଅମେରଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ ମଧ୍ୟ କରାଇଛନ୍ତି। କିଛିଦିନ ତଳେ ପିଡିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲସି ତତ୍ପରତା ପ୍ରକାଶ କରିଛି। ଗତକାଲି ପୋଲିସ ଅମରେଶଙ୍କ ପାଞ୍ଚ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି। ଏହାପରେ ଅମରେଶଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ତା ପୂର୍ବରୁ ସେ ଭୁବନେଶ୍ବର ଛାଡି ବାଲେଶ୍ବର ପଳାଇଥିଲେ।