ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ପୂର୍ବରୁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ଅଗଷ୍ଟ ପହିଲାରୁ ଲାଗୁ ହେବ। ପ୍ରଥମ ଥର ପାଇଁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କର୍ମଚାରୀମାନେ ଇପିଏଫ ମଜୁରୀ ସହାୟତା ପାଇବେ, ଯାହା ଆର୍ଥିକ ସଞ୍ଚୟକୁ ପ୍ରୋତ୍ସାହିତ କରିବ। ନୂତନ କର୍ମଚାରୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ।
ସେହିପରି ଅତିରିକ୍ତ କର୍ମଚାରୀ ନିଯୁକ୍ତି କରୁଥିବା ନିଯୁକ୍ତିଦାତାମାନଙ୍କୁ ମଧ୍ୟ ୧ହଜାରରୁ ୩ହଜାର ଟଙ୍କା ଯାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଆଗାମୀ ଦୁଇ ବର୍ଷରେ ସାଢେ ତିନି କୋଟିରୁ ଅଧିକ ନିଯୁକ୍ତି ସୃଷ୍ଚିରେ ଏହା ସହାୟକ ହେବ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଉଭୟ ନିଯୁକ୍ତିଦାତା ଓ ନୂତନ କର୍ମଚାରୀ ଲାଭବାନ ହେବେ। ଏହି କର୍ମଶାଳାରେ ଆଞ୍ଚଳିକ ପି.ଏଫ୍ କମିଶନର ମୌସୁମୀ ଲତା ପାଢୀ ଓ ଇ.ପି.ଏଫ୍.ଓ ନୋଡାଲ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।