ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ପର୍ଯ୍ୟାୟକ୍ରମେ ୬ଟି ଗେଟ ବନ୍ଦ କରାଯାଇଛି। ପୂର୍ବରୁ ୧୮ଟି ଗେଟ ଖୋଲାଥିବା ବେଳେ ବର୍ତ୍ତମାନ ୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଉପର ମୁଣ୍ଡରୁ ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସପାଇବା ପରେ ଡ୍ୟାମ କର୍ତ୍ତୁପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ୧ ଲକ୍ଷ ୫୮ ହଜାର ୩୩୨ କ୍ୟୁସେକ୍ ପାଣି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେହିପରି ପ୍ରତି ସେକେଣ୍ଡ ପିଛା ୨ ଲକ୍ଷ ୫୦ ହଜାର ୨୭୫ କ୍ୟୁସେକ୍ ପାଣି ଛଡାଯାଉଛି। ଜଳଭଣ୍ଡାରର ଜଳସ୍ତର ହ୍ରାସପାଇ ୬୧୨ ଦଶମିକ ୨୩ ଫୁଟ୍ ରହିଛି।