Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»OTET-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ: ଛଅ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଆଜିର ଖବର

OTET-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ: ଛଅ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ଵର: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା  OTET-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଧ୍ଯମିକ ଶିକ୍ଷା ପରିଷଦର ଡାଟା ଏଣ୍ଟ୍ରି ଅପରେଟର (୧) ଜିତନ ମହାରଣା ,କଛାପଡା,  ସିମୁଳିଆ, ବାଲେଶ୍ଵର (୨) ବିଜୟ କୁମାର ମିଶ୍ର, ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି, କୋମାସାହି, ଆମ୍ବୋଡିଆ, ରାୟଗଡା (୩) ସନାତନ ବିଶୋୟୀ, କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି, ସାଗରଗୁଡା, କୁନ୍ଦ୍ରା, କୋରାପୁଟ, (୪) ରାମଜୀ ପ୍ରସାଦ ଗୁପ୍ତା, ନାରାୟଣ ଲେନ, ଗୁପ୍ତା ନିବାସ, ବାଦାମବାଡି, କଟକ (୫) ଅଜୟ କୁମାର ସାହୁ, ଲିଙ୍ଗିପାଲି କେଶବନଗର (ପଞ୍ଚମ ଲେନ), ବିଦ୍ୟାଧରପୁର, ଗଞ୍ଜାମ (୬) ଜୟନ୍ତ କୁମାର ରାଉତ, ଜୁକାନନ୍ଦୀ, ରୂପସା, ବାଲେଶ୍ଵର।
ପୋଲିସ ସେମାନଙ୍କ ନିକଟରୁ  ମୋବାଇଲ୍ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସମେତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି। ଏହା ସହ  ଅଭିଯୁକ୍ତ ଜିତନ୍ ମହାରଣାଙ୍କ ଆକାଉଣ୍ଟକୁ ୨,୫୦,୦୦୦ ଟଙ୍କା  ଫୋନ ପେ ମାଧ୍ୟମରେ ଆର୍ଥିକ କାରବାର ହୋଇଥିବା ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟ ବର୍ତ୍ତମାନ ଯାଞ୍ଚ କରାଯାଉଛି ଏବଂ ତଦନ୍ତ ଜାରି ରହିଛି।
ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି DGP ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଡିଜିପି, କ୍ରାଇମବ୍ରାଞ୍ଚଙ୍କ ସୂଚନା ଅନୁଯାୟୀ,  ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଗତ ୨୦ ଜୁଲାଇରେ OTET ପରୀକ୍ଷା  ଅନୁଷ୍ଠିତ ହେବାର ଥିଲା। ୧୯ ଜୁଲାଇ ୨୦୨୫ ରାତି  ପ୍ରାୟ ୧୦.୪୫ ସମୟରେ କିଛି  ହାତଲେଖା ପ୍ରଶ୍ନପତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା। ଏହା ଜାଣିବା  ପରେ ମାଧ୍ୟମିକ ଶିକ୍ଷା ପରିଷଦ Establishment Officer ଶ୍ରୀମତୀ ବୁଲବୁଲ ବେହେରା, ଅଭିଯୋଗ ଦାଖଲ କରିଥିଲେ। ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ଡିଆଇଜି, କ୍ରାଇମବ୍ରାଞ୍ଚ,  ବି. ଗଙ୍ଗାଧରଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢଉ ଆରମ୍ଭ ହୋଇଥିଲା।
କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସମୟରେ BSE ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚାକିରି କରୁଥିବା ଜିତନ ମହାରଣା BSE ଉପାଧ୍ୟକ୍ଷଙ୍କ ଲାପଟପରୁ  ବେଆଇନ ଭାବରେ ପ୍ରଶ୍ନପତ୍ର ହାସଲ କରିଥିବା ଜାଣିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଜିତନ  ଏହି ପ୍ରଶ୍ନପତ୍ର ଗୁଡ଼ିକୁ ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ ଏବଂ ଅନ୍ୟମାନଙ୍କ ନିକଟକୁ ପଠାଇ ବିକ୍ରି କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାକିରୀରେ ନିୟମିତତା ଏବଂ ଦରମା ବୃଦ୍ଧି ଭଳି ସୁବିଧା ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହୁଁଥିବା ଶିକ୍ଷକମାନଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।
bse ମାଧ୍ୟମିକ ଶିକ୍ଷା ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.