ମୁମ୍ବାଇ: ରିଲାଏନ୍ସ ରିଟେଲ ର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ଆୟୁର୍ବେଦ ବ୍ରାଣ୍ଡ ‘ପୁରାବେଦା’ ଶୁଭାରମ୍ଭ କରିଛି। ଆୟୁର୍ବେଦ ବ୍ରାଣ୍ଡ ପୁରାବେଦା ଚାରୋଟି ସ୍ୱତନ୍ତ୍ର ରେଞ୍ଜ ସହିତ ଶୁଭାରମ୍ଭ କରିଛି। କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ପୁରାବେଦା ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ବିଜ୍ଞାନର ଏକ ଉତ୍ତମ ମିଶ୍ରଣ। ଏବଂ ଏହି ଶୁଭାରମ୍ଭ ଟିରାର ସୌନ୍ଦର୍ଯ୍ୟ ଉତ୍ପାଦଗୁଡ଼ିକୁ ସଚେତନ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାର ଲକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବ।
ଟିରାର ସହ-ପ୍ରତିଷ୍ଠାତା ଏବଂ ସିଇଓ ଭକ୍ତି ମୋଦି ଏହି ଶୁଭାରମ୍ଭ ଅବସରରେ କହିଛନ୍ତି, “ଆମେ ପୁରାବେଦା ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ, ଯାହା ଏକ ବ୍ରାଣ୍ଡ ଭାବରେ ଭାରତର ଐତିହ୍ୟ ଏବଂ ନବସୃଜନର ଶକ୍ତିଶାଳୀ ସମନ୍ୱୟର ଏକ ପ୍ରତୀକ। ଟିରାରେ, ଆମର ଲକ୍ଷ୍ୟ ହେଉଛି ଏପରି ବ୍ରାଣ୍ଡଗୁଡ଼ିକୁ ଆଗକୁ ଆଣି ସୌନ୍ଦର୍ଯ୍ୟକୁ ଏକ ନୂତନ ପରିଭାଷା ଦେବା। ପୁରାବେଦା ସହିତ, ଆମେ ଗ୍ରାହକମାନଙ୍କୁ ଚିନ୍ତାଶୀଳ ଭାବରେ ଡିଜାଇନ୍ କରାଯାଇଥିବା ଉତ୍ପାଦଗୁଡିକ ମାଧ୍ୟମରେ ଆୟୁର୍ବେଦକୁ ଗ୍ରହଣ କରିବାକୁ ଉତ୍ସାହିତ କରିବୁ।”
ବ୍ରାଣ୍ଡ ପକ୍ଷରୁ ଧାରା, ନିୟମ, ସମ ଏବଂ ଶକ୍ତି ଭଳି ଚାରୋଟି ଉପାଦାନ-ଆଧାରିତ ରେଞ୍ଜ ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ରେଞ୍ଜ ଆୟୁର୍ବେଦିକ ଉପାଦାନ ଏବଂ କ୍ଲିନିକାଲି ପ୍ରମାଣିତ ଉପାଦାନର ଏକ ଅନନ୍ୟ ସମନ୍ୱୟ ଉପରେ ଆଧାରିତ। ଏହି ରେଞ୍ଜରେ ୫୦ ରୁ ଅଧିକ ଉତ୍ପାଦର ସମ୍ଭାର ରହିଛି। ଏଥିରେ ଚର୍ମ / ତ୍ୱଚାର ଯତ୍ନ, କେଶ ଯତ୍ନ ଏବଂ ଶରୀର ଯତ୍ନ ଉତ୍ପାଦ ଅନ୍ତର୍ଭୁକ୍ତ ରହିଛି। ପୁରାବେଦା ସମ୍ଭାରକୁ ଟିରା ଷ୍ଟୋର ଏବଂ ଟିରାର ୱେବସାଇଟରୁ କିଣାଯାଇପାରିବ।
Read In English- Reliance Retail Launches Puraveda on Tira, Marks Entry into Ayurvedic Beauty