Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲର ‘ଟିରା’ ସହିତ ଦୀପିକା ପାଦୁକୋନଙ୍କ ବ୍ରାଣ୍ଡ ‘୮୨° ଇ’ ର ସହଭାଗିତା

ମୁମ୍ବାଇ: ଗ୍ଲୋବାଲ ଇଣ୍ଡିଆନ୍ ଆଇକନ୍ ଦୀପିକା ପାଦୁକୋନଙ୍କ ସେଲ୍ଫ କେୟାର ବ୍ରାଣ୍ଡ ୮୨° ଇ ସହିତ ରିଲାଏନ୍ସ ରିଟେଲର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ସହଭାଗିତା ଘୋଷଣା କରିଛି। ଦୀପିକାଙ୍କ ବ୍ରାଣ୍ଡ ବର୍ତ୍ତମାନ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ସ୍କିନ୍ କେୟାର ଏବଂ ଶରୀରର ଯତ୍ନ ଉତ୍ପାଦ ସହିତ ପୁରୁଷମାନଙ୍କ ପାଇଁ ୮୨° ଇ ଏକ ସ୍ୱତନ୍ତ୍ର ରେଞ୍ଜ ମଧ୍ୟ ନେଇ ଆସିଛି। ଯେଉଁଥିରେ ଅଶ୍ୱଗନ୍ଧା ବାଉନ୍ସ, ଲୋଟସ୍ ସ୍ପ୍ଲାସ୍ ଏବଂ ହଳଦୀ ଶିଲ୍ଡ ପରି ଅଧିକ ଚାହିଦା ରହିଥିବା ସାମଗ୍ରୀ ଟିରାରେ ଉପଲବ୍ଧ ହେବ। ଏଗୁଡିକ ଟିରା ଆପ୍ ଏବଂ ୱେବସାଇଟ୍ ରୁ କିଣାଯାଇପାରିବ। ପ୍ରାରମ୍ଭିକ ଭାବରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁଣେର ଟିରା ଅଫଲାଇନ୍ ଷ୍ଟୋର ଗୁଡିକରେ ୮୨° ଇ ଉତ୍ପାଦ ଉପଲବ୍ଧ ହେବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ।

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଶା ଏମ ଅମ୍ବାନୀ କହିଛନ୍ତି, “ ନିଜ ବର୍ଗରେ ପ୍ରସିଦ୍ଧ ବ୍ରାଣ୍ଡ ୮୨° ଇ ସହିତ ସହଭାଗିତା କରି ଆମେ ବେଶ ଉତ୍ସାହିତ। ଏହି ସହଭାଗିତା ଟିରାର ଦୃଷ୍ଟିକୋଣକୁ ଆହୁରି ଆଗକୁ ବଢାଇବା ସହିତ ଆମ ଗ୍ରାହକଙ୍କୁ ପ୍ରିମିୟମ୍ ସ୍କିନ୍ କେୟାର ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ମିଳିତ ଭାବେ ପ୍ରଥମ ଥର ପାଇଁ ଅଫଲାଇନ୍ ରିଟେଲରେ ୮୨° ଇ ଉତ୍ପାଦ ଉପଲବ୍ଧ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ”

ଫିଲ୍ମଷ୍ଟାର ତଥା ୮୨° ଇ ର ସହ-ପ୍ରତିଷ୍ଠାତା ଦୀପିକା ପାଦୁକୋନ କହିଛନ୍ତି, “ ଏହା ଘୋଷଣା କରି ଆମେ ବେଶ ଆନନ୍ଦିତ ଯେ ୮୨° ଇ ଏବେ ଅନଲାଇନରେ ଏବଂ ଟିରା ଷ୍ଟୋରରେ ଉପଲବ୍ଧ ହୋଇଛି। ତ୍ୱଚାଯତ୍ନକୁ ସରଳ କରିବା ଏବଂ ଆତ୍ମ-ଯତ୍ନ କୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଆମର ଉଦ୍ଦେଶ୍ୟ। ଆମେ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମକୁ ୮୨° ଇ ର ବହୁଳ ବିକ୍ରୟ ହେଉଥିବା ଉତ୍ପାଦ ୮୨° ଇ ସ୍କିନ୍ କେୟାର, ୮୨° ଇ ବଡି କେୟାର ଏବଂ ୮୨° ଇ ମ୍ୟାନ୍ ଆଣିଛୁ।”

ଗ୍ରାହକମାନେ ଟିରା ଆପ୍‌, ୱେବସାଇଟ୍ ତଥା କେତେକ ନିର୍ଦ୍ଦିଷ୍ଟ ଷ୍ଟୋରରେ ୮୨° ଇ ଉତ୍ପାଦ କ୍ରୟ କରିପାରିବେ। ଏବେ ୮୨° ଇ ଉତ୍ପାଦ ଉପଲବ୍ଧ ହେଉଥିବା ଷ୍ଟୋରଗୁଡିକ ମଧ୍ୟରେ ରହିଛି ଜିଓ ୱାର୍ଲ୍ଡ ଡ୍ରାଇଭ୍‌, ମୁମ୍ବାଇ; ଭିଭିଆନା ମଲ୍‌, ଥାନେ, ମୁମ୍ବାଇ; କୋପା, ପୁଣେ; ମଲ୍ ଅଫ୍ ଏସିଆ, ବେଙ୍ଗାଲୁରୁ ଏବଂ ଡ଼ିଏଲଏଫ ସାକେତ, ନୂଆଦିଲ୍ଲୀ।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ରିଟେଲର ଷ୍ଟୋରଗୁଡିକରେ ନିଯୁକ୍ତ ନୂଆ କର୍ମଚାରୀଙ୍କୁ ଅଭିନବ ଢଙ୍ଗରେ ସ୍ୱାଗତ

ଭୁବନେଶ୍ୱର: ଦ୍ରୁତ ସମ୍ପ୍ରସାରଣ ଅଭିଯାନ ଜାରି ରଖିଥିବା ରିଲାଏନ୍ସ ରିଟେଲ ଏହାର ତେଜରାତି ଷ୍ଟୋରଗୁଡିକରେ ନୂତନ କର୍ମଚାରୀଙ୍କୁ ସ୍ୱାଗତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ମାନବ ସମ୍ବଳ ପଦ୍ଧତି ଲାଗୁ କରିଛି ।

ଜର୍ମାନୀର ରିଟେଲର ‘ମେଟ୍ରୋ’ର ଭାରତରେ ଥିବା ପାଇକାରୀ ବ୍ୟବସାୟର କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ରିଟେଲ ଆଲୋଚନା ଚଳାଇଥିବା ତଥା ଫ୍ୟୁଚର ଗ୍ରୁପ୍‍ର ୩୦ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଅଫର୍‍ ଦେଇଥିବା ସମୟରେ ନୂତନ କର୍ମଚାରୀଙ୍କ ପାଇଁ ରିଲାଏନ୍ସ ରିଟେଲ ଏହି ଅଭିନବ ପଦ୍ଧତି ଆପଣେଇଛି ।

ଆଭ୍ୟନ୍ତରୀଣ ଭାବରେ ‘କର୍ତା ଉତ୍ସବ’ କୁହାଯାଉଥିବା ଏହି ପାରମ୍ପରିକ ରୀତିନୀତି ମୂଳତଃ ଦେଶର ବିବିଧ ଜନସମୁଦାୟଙ୍କ ଦ୍ୱାରା ଅନୁସୃତ ପଦ୍ଧତି ଅନୁଯାୟୀ କରାଯାଉଛି, ଯାହାକୁ ରିଲାଏନ୍ସ ରିଟେଲ ଦ୍ୱାରା ଦ୍ରୁତଗତିରେ ଦେଶବ୍ୟାପୀ ଖୋଲାଯାଉଥିବା ତେଜରାତି ଷ୍ଟୋରଗୁଡିକରେ ଦାୟିତ୍ୱ ନେଉଥିବା ଶହ ଶହ କାର୍ଯ୍ୟନିର୍ବାହୀମାନଙ୍କୁ ସ୍ୱାଗତ କରିବା ପାଇଁ ଲାଗୁ କରାଯାଉଛି ।

ଏ ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ରିଟେଲର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜି ଆର ଭେଙ୍କଟେଶ କହିଛନ୍ତି, “ ‘କର୍ତା’ ଏକ ସ୍ୱତନ୍ତ୍ର ରୀତି ନୀତି ଯାହା ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଅତି ଗଭୀର ଭାବରେ ଜଡିତ, ଯେଉଁଠାରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ପରିବାରର ମୁଖିଆ ଭାବରେ ସମ୍ମାନ ପ୍ରଦାନ କରାଯାଏ ।

ଥରେ ତାହା ସ୍ଥିର ହେଲେ, ସେ ପୁରୁଷ ହୁଅନ୍ତୁ ଅଥବା ମହିଳା, ସେ ନିଜ ଦାୟିତ୍ୱକୁ କେବଳ ନିଜ କାମର ଅଂଶବିଶେଷ ଭାବରେ ଗ୍ରହଣ କରନ୍ତି ନାହିଁ, ବରଂ ନେତୃ୍‍ତ୍ୱ ନେଉଥିବା ବ୍ୟକ୍ତିଜଣକ ତାଙ୍କ କର୍ମଚାରୀମାନଙ୍କୁ ତାଙ୍କ ପରିବାରର ସଦସ୍ୟ ଭାବରେ ବିବେଚନା କରନ୍ତି । ଏହା ଷ୍ଟୋର କର୍ମଚାରୀମାନଙ୍କୁ ଖୁସି ରଖେ ଏବଂ ତାହାର ପରିଣତିରେ ଗ୍ରାହକମାନେ ଖୁସି ହୁଅନ୍ତି ।”

ଏକ ଷ୍ଟୋରରେ ଯୋଗଦେବା ପୂର୍ବରୁ କାର୍ଯ୍ୟନିର୍ବାହୀଙ୍କ ଆଖିରେ ପଟି ବନ୍ଧାଯାଇ ତାଙ୍କୁ ଷ୍ଟୋର୍‍ର ସମସ୍ତ କର୍ମଚାରୀ, ବ୍ୟବସାୟ  ସହଯୋଗୀ ଏବଂ ସମ୍ପର୍କୀୟଙ୍କ ସମ୍ମୁଖରେ ଏକ ସୁସଜ୍ଜିତ ଆସନରେ ଉପବିଷ୍ଟ କରାଯାଏ । ଦୀର୍ଘ ସମୟ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଷ୍ଟୋର୍‍ର ପ୍ଲାନ ଓ ଚାବିଗୁଡିକ ତାଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଏ । ଏହି ଉତ୍ସବରେ ଉକ୍ତ ଷ୍ଟୋର ଅବସ୍ଥିତ ଥିବା ଅଞ୍ଚଳର ସଂସ୍କୃତି ଓ ପରମ୍ପରାର ପ୍ରତିଫଳନ ଘଟେ । ଉଦାହରଣସ୍ୱରୂପ ଏହା ଯଦି ଓଡ଼ିଶାରେ ହେଉଥିବ, ତେବେ ସେଠାରେ ସ୍ଥାନୀୟ ପ୍ରଥା ଅନୁସରଣ କରାଯାଇଥାଏ ।

ରିଲାଏନ୍ସ୍‍ ରିଟେଲରେ ନୂଆ କର୍ମଚାରୀଙ୍କ ପାଇଁ ଏକ ରୂପାନ୍ତରଣକାରୀ ମୁହୂର୍ତ୍ତ ହେବାକୁ ଡିଜାଇନ କରାଯାଇଥିବା ଏହି ଉତ୍ସବ ଜଣଙ୍କୁ ନୂଆ ସଂସ୍କୃତିକୁ ଶୀଘ୍ର ଆପଣେଇବା ନିମନ୍ତେ ସହଜ ହେବାରେ ସହାୟକ ହୋଇଥାଏ ବୋଲି ଘଟଣା ସମ୍ପର୍କରେ ପରିଚିତ ଥିବା ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି । ହିନ୍ଦୀରେ ‘କର୍ତା’ ଅର୍ଥ ଏକ ଯୌଥ ପରିବାର ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତି, ବୋଲି ସେ କହିଛନ୍ତି ।

ଆମେରିକାର ଇ-ରିଟେଲର ଆମାଜନ୍‍ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଫ୍ୟୁଚର ଗ୍ରୁପ୍‍ ମଧ୍ୟରେ ଦୀର୍ଘ ଆଇନଗତ ଲଢେଇ ଚାଲିଥିବା ସମୟରେ ଆଶଙ୍କାରେ ଥିବା ଫ୍ୟୁଚର ଗ୍ରୁପ୍‍ର ୩୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ନିଯୁକ୍ତି ପ୍ରସ୍ତାବ ଦେବା ପରିପ୍ରେକ୍ଷୀରେ ଏଭଳି ନୂତନ ସ୍ୱାଗତ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାକୁ ଏକ ରଣକୌଶଳାତ୍ମକ ପ୍ରୟାସ ଭାବରେ ବିବେଚନା କରାଯାଉଛି, କାରଣ ଏହି ନୂତନ ଲୋକଶକ୍ତିଙ୍କୁ ସମ୍ପ୍ରତି ଦେଶବ୍ୟାପୀ ଦ୍ରୁତଗତିରେ ଖୋଲାଯାଉଥିବା ରିଲାଏନ୍ସ ରିଟେଲର ତେଜରାତି ଷ୍ଟୋରଗୁଡିକରେ ସ୍ଥାନିତ କରାଯାଉଛି ।

ଜି ଆର ଭେଙ୍କଟେଶ କହିଛନ୍ତି, “ରିଟେଲ ହେଉଛି ବିଶ୍ୱବ୍ୟାପୀ ଅନ୍ୟତମ ସର୍ବାଧିକ ଲୋକଶକ୍ତି ଉପଯୋଗ କରୁଥିବା କ୍ଷେତ୍ର । ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ ସଂଖ୍ୟାରେ ଆମର ବିଶାଳ ଲୋକଶକ୍ତିଙ୍କର ଆଶା ଆକାଙ୍‍କ୍ଷା ସମ୍ମିଳିତ କରି ଆମର ମାନବ ସମ୍ବଳ ନୀତିକୁ ପରିଚାଳିତ କରିବା ନେଇ ଆମେ ଗର୍ବ ଅନୁଭବ କରୁଛୁ ।”

ସେ କହିଛନ୍ତି, “ଏହି ନୀତିରେ ତିନିଟି ବିଷୟକୁ ବିଚାରକୁ ନିଆଯାଇଛି: ପ୍ରଥମରେ, ଭତ୍ତା ଓ ପ୍ରୋତ୍ସାହନ ସହିତ ସେମାନଙ୍କ ଜୀବନ ଧାରଣ ମାନରେ ବୃଦ୍ଧି ଘଟାଇବାକୁ ବସ୍ତୁବାଦୀ ସ୍ୱାଚ୍ଛନ୍ଦ୍ୟ ଦୃଷ୍ଟିକୋଣରୁ ଆମେ ଆମ ଲୋକଶକ୍ତିକୁ କିଭଳି ଖୁସି ରଖିପାରୁଛୁ । ଦ୍ୱିତୀୟରେ, ସେମାନଙ୍କୁ ଉନ୍ନତ ବୃତ୍ତିଧାରୀରେ ପରିଣତ ହେବା ଏବଂ ସେମାନଙ୍କ ନିଜସ୍ୱ ସାମର୍ଥ୍ୟ ଆବିଷ୍କାର କରିବା ପାଇଁ ସେମାନଙ୍କୁ ଆହ୍ୱାନମୂଳକ ଭୂମିକା ଏବଂ ସୁଯୋଗ ଯୋଗାଇଦେବା । ଏବଂ ତୃତୀୟରେ, ସେମାନଙ୍କ ମଧ୍ୟରେ ସହକର୍ମୀ ଏବଂ ଭାରତୀୟ ଜନସାଧାରଣଙ୍କ ପାଇଁ ସମ୍ମାନଭାବ, ସ୍ନେହ ଏବଂ ମୌଳିକ ମାନବୀୟ ବୋଧ ଉଦ୍ରେକ କରିବାର ଏକ ସଂସ୍କୃତି ନିର୍ମାଣ ।”

୨୪,୭୦୦ କୋଟି ଟଙ୍କାର ରିଲାଏନ୍ସ-ଫ୍ୟୁଚର ପ୍ରସ୍ତାବିତ ଚୁକ୍ତିରେ ଆମାଜନ୍‍ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ରୋକିବା ପରେ  ଫେବୃଆରୀ ମାସରେ ଫ୍ୟୁଚର ଗ୍ରୁପ୍‍ କର୍ମଚାରୀମାନେ ରିଲାଏନ୍ସ ରିଟେଲରେ ଯୋଗଦେଇଥିଲେ ଏବଂ ଏଥିସହିତ ଫ୍ୟୁଚର ଗ୍ରୁପ୍‍ର ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିସହିତ ଶକ୍ତିରୁ ଦୂରସଂଚାର ପର୍ଯ୍ୟନ୍ତ କ୍ଷେତ୍ରରେ ଥିବା ବ୍ୟବସାୟିକ ଗ୍ରୁପ୍‍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ରିଟେଲ ଶାଖା ରିଲାଏନ୍ସ ରିଟେଲ, ଜର୍ମାନୀର ରିଟେଲ ସଂସ୍ଥା ମେଟ୍ରୋ’ର ସ୍ଥାନୀୟ ବ୍ୟବସାୟ ଅଧିଗ୍ରହଣ କରୁଛି, ଯଦ୍ୱାରା ଏହାକୁ ତେଜରାତି ବ୍ୟବସାୟ କ୍ଷେତ୍ରରେ ଆଉ ଅଧିକ ୩୫୦୦ କର୍ମଚାରୀଙ୍କୁ ଗ୍ରହଣ କରିବାକୁ ପଡିପାରେ । ରିଲାଏନ୍ସ ରିଟେଲ୍‍ର ସମ୍ପ୍ରତି ପ୍ରାୟ ୪.୨ ଲକ୍ଷ ଲୋକଶକ୍ତି ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ ଏବେ ଯାଜପୁର ଟାଉନରେ

ଯାଜପୁର / ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଯାଜପୁର ଜିଲ୍ଲାର ଯାଜପୁର ଟାଉନ୍‌ରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଯାଜପୁର ଟାଉନ୍‌ରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଯାଜପୁର ଟାଉନ୍ ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଏହି ୭୪୦୦ ବର୍ଗଫୁଟର ଷ୍ଟୋର ହେଉଛି ଯାଜପୁର ଟାଉନ୍‌ର ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି । ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି ସହିତ ୧୫୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଯାଜପୁର ଟାଉନ୍‌ରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ବିଶେଷ ଖବର ବ୍ୟବସାୟ

ବିଗ୍ ବଜାରର କିଛି ମଲକୁ ନିଜ ନିୟନ୍ତ୍ରଣକୁ ଆଣିଲା ରିଲାଏନ୍ସ, ୩୦ ହଜାର କର୍ମଚାରୀଙ୍କୁ ପୁନଃନିଯୁକ୍ତି

ମୁମ୍ବାଇ/ଭୁବନେଶ୍ବର: କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ଫ୍ୟୁଚର୍ ରିଟେଲକୁ ମିଳିଛ ଆଶ୍ୱସ୍ତି। କାରଣ କଂପାନୀ ଲିଜ୍ ଦେୟ ପ୍ରଦାନ କରିପାରୁ ନ ଥିବାରୁ ଶତାଧିକ ଷ୍ଟୋର ଏବଂ କର୍ମଚାରୀମାନେ ଅନ୍ଧାରରେ ଗତି କରୁଥିଲେ। ମୁଖ୍ୟତଃ ଏହି କଂପାନୀର ବିଗ୍ ବଜାର ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ ମଧ୍ୟ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ।

ଏବେ କଂପାନୀର କେତେକ ବିଗ ବଜାର ମଲକୁ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଛି। ଏଥିସହିତ ସେହି ଷ୍ଟୋର୍‌ଗୁଡ଼ିକ ସହିତ ସାମିଲ୍ ଥିବା ବ୍ୟବସାୟ ସହଯୋଗୀ, ଗୃହ, କୋଠା ମାଲିକ, ସାମଗ୍ରୀ ଓ ସେବା ଯୋଗାଣକାରୀ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ରିଲାଏନ୍ସ ନିଜ ଅଧିନକୁ ନେଇଛି। ଫଳରେ କର୍ମଚାରୀଙ୍କ ସହିତ ଅନ୍ୟ ଅଂଶଦାରମାନେ ଆଶ୍ୱସ୍ତ ହୋଇଛନ୍ତି।

ଫ୍ୟୁଚର ରିଟେଲ୍‌ର ଷ୍ଟୋର୍ ଓ ଅନଲାଇନ୍ କାରବାର ସଙ୍କୁଚିତ ହେବା ପରେ ସେଥିରେ କାମ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଥିଲା । ତେବେ ଯେଉଁ ଷ୍ଟୋର୍‌ଗୁଡ଼ିକରେ ରିଲାଏନ୍ସ ରିଟେଲ୍ ଏହାର ବ୍ରାଣ୍ଡିଂ ଆରମ୍ଭ କରିଛି ସେଗୁଡ଼ିକୁ ଆଉ ଫ୍ୟୁଚର ଗ୍ରୁପ୍ ଚଲାଇବ ନାହିଁ। ସେହି ଷ୍ଟୋର୍‌ଗୁଡ଼ିକର ଲିଜ୍ ରିଲାଏନ୍ସ ନାମରେ ରହିଛି ।

ଏହି ଷ୍ଟୋର୍ ଗୁଡିକରେ କାମ କରୁଥିବା କର୍ମଚାରୀମାନଙ୍କୁ ରିଲାଏନ୍ସ ନିଯୁକ୍ତି ପ୍ରସ୍ତାବ ଦେଇଥିବାରୁ ବହୁ ଦିନ ଧରି ନିଜ ଚାକିରିକୁ ନେଇ ସନ୍ଦିହାନ ଥିବା କର୍ମଚାରୀମାନେ ଏବେ ଆଶ୍ୱସ୍ତ ହୋଇଛନ୍ତି । ଏହିସବୁ ଷ୍ଟୋର୍‌ରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀମାନଙ୍କୁ ରିଲାଏନ୍ସ ପକ୍ଷରୁ ନିଯୁକ୍ତି ପ୍ରସ୍ତାବ ଦିଆଯାଇଛି ।

ସେହିଭଳି ବ୍ୟବସାୟ ସହଯୋଗୀ ଏବଂ ସାମଗ୍ରୀ ଓ ସେବା ଯୋଗାଣକାରୀମାନେ ଆଶ୍ୱସ୍ତ ହୋଇଛନ୍ତି କାରଣ ବହୁ ଦିନ ଧରି ସେମାନଙ୍କର ଯେଉଁ ବକେୟା ରହିଥିଲା ତାହା ମିଳିଯିବାର ଆଶା ସଂଚାର ହୋଇଛି । ଫ୍ୟୁଚର ଗ୍ରୁପ୍ ନିୟମିତ ଭଡ଼ା ଦେଇପାରୁନଥିବାରୁ ଗତବର୍ଷ ଠାରୁ ଘର ମାଲିକ ବା ଷ୍ଟୋର ରହିଥିବା କୋଠା ମାଲିକମାନେ ରିଲାଏନ୍ସକୁ ଲିଜ୍ ସୂତ୍ରରେ ସେହି ସ୍ଥାନ ଦେଇଥିଲେ । ରିଲାଏନ୍ସ ସେମାନଙ୍କ ସବୁ ବକେୟା ପ୍ରଦାନ କରିବା ସହିତ ନିୟମିତ ଭଡ଼ା ଦେଉଛି ।

ସୂଚନାଯୋଗ୍ୟ ଯେ ରବିବାର ଠାରୁ ଫ୍ୟୁଚର ରିଟେଲ୍‌ର ଅଧିକାଂଶ ଷ୍ଟୋର୍‌ରେ ତାଲା ପଡ଼ିଛି, ଏବଂ ଅନ୍‌ଲାଇନ୍ କାରବାର ମଧ୍ୟ ବନ୍ଦ ରହିଛି, ଯାହା ଫଳରେ ଏଠାରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ଏଭଳି ଏକ ଗମ୍ଭୀର ସମୟରେ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋର୍‌ଗୁଡ଼ିକର କର୍ମଚାରୀ ତଥା ବ୍ୟବସାୟ ସହଯୋଗୀ ମାନେ ଆଶ୍ୱସ୍ତ ହୋଇଛନ୍ତି । ସେହି ଷ୍ଟୋର୍‌ଗୁଡ଼ିକ ଆଗକୁ ରିଲାଏନ୍ସ ଦ୍ୱାରା ପରିଚାଳିତ ହେବ ।

ଫ୍ୟୁଚର ରିଟେଲ୍‌ରେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଶାନ୍ତନୁ କର ମଧ୍ୟ ସମସ୍ତ କର୍ମଚାରୀଙ୍କ ଭଳି କିଛି ମାସ ଧରି ନିଜ ଚାକିରି ନେଇ ଆଶଙ୍କିତ ରହିଥିଲେ । ତେବେ ରିଲାଏନ୍ସର ନିଯୁକ୍ତି ପ୍ରସ୍ତାବ ଗ୍ରହଣ କରି ରିଲାଏନ୍ସ ରିଟେଲ୍ ପେ-ରୋଲ୍ ରେ ସଦ୍ୟ ଯୋଗ ଦେଇଥିବା ଶାନ୍ତନୁ କହିଛନ୍ତି ଯେ, “କିଛି ମାସ ଧରି ଚାକିରି ନେଇ ଅନିଶ୍ଚିତତା ଓ ମାନସିକ ଚାପ ଲାଗି ରହିଥିଲା ଏବଂ ଭବିଷ୍ୟତରେ କ’ଣ କରିବି କିଛି ଭାବି ପାରୁନଥିଲି ।

ତେବେ ହଠାତ ରିଲାଏନ୍ସ ରିଟେଲ୍ ଏହି ଷ୍ଟୋର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେବା ସହ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେବା ପରେ ଆମେ ସମସ୍ତେ ଏବେ ବେଶ୍ ଖୁସି ଓ ଆଶ୍ୱସ୍ତ ଅନୁଭବ କରୁଛୁ । ଅନେକ ସହକର୍ମୀ ଇତି ମଧ୍ୟରେ ରିଲାଏନ୍ସରେ ଯୋଗଦେଇ ସାରିଥିବା ବେଳେ, ଅନ୍ୟମାନଙ୍କର ଯୋଗଦେବା ପ୍ରକ୍ରିୟା ଜାରି ରହିଛି ।’’

ସେହିଭଳି ଭୁବନେଶ୍ୱରରେ ବିଗ୍‌ବଜାରରେ କାମ କରୁଥିବା ଅପୂର୍ବ ସାହୁ ରିଲାଏନ୍ସ ରିଟେଲ୍ ପେ’ରୋଲ୍‌ରେ ସାମିଲ କରାଯିବା ପ୍ରସ୍ତାବ ପାଇବା ପରେ ଉତ୍ସାହିତ ହୋଇପଡ଼ିଛନ୍ତି । ଅପୂର୍ବ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ଧରି ଆମ ଚାକିରି ନେଇ ମନ ଭିତରେ ଆଶଙ୍କା ରହିଥିଲା । କମ୍ପାନୀର ଅଧିଗ୍ରହଣ ହେବା ପରେ ନୂଆ କମ୍ପାନୀ ସମସ୍ତ କର୍ମଚାରୀଙ୍କୁ କିଭଳି ଭାବେ ଗ୍ରହଣ କରିବ ସେଥିନେଇ ସମସ୍ତେ ଦ୍ୱନ୍ଦରେ ରହିଥିଲେ କାରଣ ଦେଶରେ ପୂର୍ବରୁ ଯେତେବେଳେ ବି କୌଣସି ବଡ଼ କଂପାନି ବନ୍ଦ ହୋଇଛି ସେଥିରେ କାମ କରୁଥିବା ହଜାର ହଜାର ଲୋକ ଚାକିରି ହରାଇଥାନ୍ତି ।

ଆମେ ବି ଭୟଭୀତ ହୋଇପଡ଼ିଥିଲୁ । କିନ୍ତୁ ସେହି ସମୟରେ ରିଲାଏନ୍ସ ପକ୍ଷରୁ ଆମମାନଙ୍କୁ ଦିଆଯାଇଥିବା ନିଯୁକ୍ତି ଅଫର ଆମ ସମସ୍ତଙ୍କୁ ଆଶ୍ୱସ୍ତ କରିଛି ଏବଂ ନିଯୁକ୍ତିଜନିତ ଅସ୍ଥିରତା ଦୂର ହୋଇଛି । ଏବେ ମୁଁ ଓ ସହକର୍ମୀମାନେ ବାସ୍ତବରେ ବେଶ୍ ଖୁସି ଅନୁଭବ କରୁଛୁ କାରଣ ରିଲାଏନ୍ସ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋରଗୁଡିକର ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ମିଳିଛି। ସବୁଠାରୁ ଖୁସିର କଥା ହେଉଛି ପୂର୍ବ କମ୍ପାନୀରେ ରହିଥିବା ପଦବୀ ଓ ଚାକିରି ସର୍ତାବଳୀ ଏହି ନୂଆ ନିଯୁକ୍ତି ପ୍ରସ୍ତାବରେ ସମାନ ଭାବରେ ବଜାୟ ରହିଛି ।’’

ଫ୍ୟୁଚର ରିଟେଲ୍‌ରେ କାମ କରୁଥିବା କର୍ମଚାରୀଙ୍କ ଚାକିରିର ଭବିଷ୍ୟତ କ’ଣ ସେ ବିଷୟରେ କଂପାନି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୟାନ ଦେଇନାହିଁ । ମାତ୍ର ରିଲାଏନ୍ସ ରିଟେଲ୍ ନିଜ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋର୍‌ଗୁଡ଼ିକରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇ ସେମାନଙ୍କ ଚାକିରି ପ୍ରତି ରହିଥିବା ବିପଦ ଓ ଅନିଶ୍ଚିତତା ଦୂର କରିିଛି ।

Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ପକ୍ଷରୁ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ଶୁଭାରମ୍ଭ

ମୁମ୍ବାଇ/ଭୁବନେଶ୍ୱର, ରିଲାଏନ୍ସ୍ ର ଗ୍ରାହକ ବ୍ରାଣ୍ଡ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୁରଣ କରିବା ପାଇଁ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଘର ଡ଼ିଜ-ଇନଫେକଟାଣ୍ଟ ର ବ୍ୟାପକ ଉତ୍ପାଦ ସମ୍ଭାର ପ୍ରସ୍ତୁତ କରାଯାଇଛି ।

କର୍ପୁର, ନିମ୍ବ ଏବଂ ହଳଦୀ ଭଳି ପ୍ରାକୃତିକ ଉପାଦାନଗୁଡ଼ିକର ଉତ୍ତମତାର ସମାହାର ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦଗୁଡିକ ସେନ୍ସୋରିଆଲ୍ ଏବଂ ସୁଗନ୍ଧ ମାଧ୍ୟମରେ ନୂତନ ଭାବରେ ନିରାପତ୍ତା ଅନୁଭବ ପ୍ରଦାନ କରିଥାଏ । ଏହାର ଅନନ୍ୟ ‘ତତକ୍ଷଣାତ୍ କାର‌୍ୟ୍ୟ’ ବା ଇନଷ୍ଟଣ୍ଟ ଆକ୍ସନ ସୂତ୍ର ତୁରନ୍ତ ଜୀବାଣୁ ଓ ଭୁତାଣୁ ବିରୁଦ୍ଧରେ କାର‌୍ୟ୍ୟ କରିବା ଆରମ୍ଭ କରି ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ ।

ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବିସ୍ତୃତ ଉତ୍ପାଦ ସମ୍ଭାର ମଧ୍ୟରେ ରହିଛି ବ୍ୟକ୍ତିଗତ ସ୍ୱଚ୍ଛତା ଉତ୍ପାଦ ଯଥା ଜୀବାଣୁ ସୁରକ୍ଷା ସାବୁନ, ହ୍ୟାଣ୍ଡୱାସ୍, ହ୍ୟାଣ୍ଡ ସାନିଟାଇଜର, ସାୱାର ଜେଲ୍ ଏବଂ ସୁରକ୍ଷା ୱାଇପ୍ ଇତ୍ୟାଦି । ହୋମ ଡିଜ-ଇନଫେକସନ୍ ପାଇଁ, ପ୍ୟୁରିକ୍ ରେଞ୍ଜ୍ ମଧ୍ୟରେ ରହିଛି ଡିଜ-ଇନଫେକ୍ଟାଣ୍ଟ ସ୍ପ୍ରେ, ବହୁମୁଖୀ ଡିଜ-ଇନଫେକ୍ଟାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଲିକ୍ୱିଡ୍, ପନିପରିବା ୱାଶିଂ ଲିକ୍ୱିଡ୍ ଇତ୍ୟାଦି ।

ଦେଶର ସମସ୍ତ ରିଲାଏନ୍ସ ରିଟେଲ ଗ୍ରୋସରୀ ଷ୍ଟୋରଗୁଡିକରେ ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦ ଉପଲବ୍ଧ । ଗ୍ରାହକମାନେ ଜିଓ ମାର୍ଟ, ନେଟମେଡ଼ସରେ ଉତ୍ପାଦ ଅର୍ଡର କରିପାରିବେ କିମ୍ବା ନିକଟସ୍ଥ ଦୋକାନରୁ କିଣି ପାରିବେ । ଏହି ଉତ୍ପାଦଗୁଡ଼ିକରେ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର୍ ମଧ୍ୟ ଉପଲବ୍ଧ ।