Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲର ଷ୍ଟୋରଗୁଡିକରେ ନିଯୁକ୍ତ ନୂଆ କର୍ମଚାରୀଙ୍କୁ ଅଭିନବ ଢଙ୍ଗରେ ସ୍ୱାଗତ
ଆଜିର ଖବର

ରିଲାଏନ୍ସ ରିଟେଲର ଷ୍ଟୋରଗୁଡିକରେ ନିଯୁକ୍ତ ନୂଆ କର୍ମଚାରୀଙ୍କୁ ଅଭିନବ ଢଙ୍ଗରେ ସ୍ୱାଗତ

January 27, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲର ଷ୍ଟୋରଗୁଡିକରେ ନିଯୁକ୍ତ ନୂଆ କର୍ମଚାରୀଙ୍କୁ ଅଭିନବ ଢଙ୍ଗରେ ସ୍ୱାଗତ

ଭୁବନେଶ୍ୱର: ଦ୍ରୁତ ସମ୍ପ୍ରସାରଣ ଅଭିଯାନ ଜାରି ରଖିଥିବା ରିଲାଏନ୍ସ ରିଟେଲ ଏହାର ତେଜରାତି ଷ୍ଟୋରଗୁଡିକରେ ନୂତନ କର୍ମଚାରୀଙ୍କୁ ସ୍ୱାଗତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ମାନବ ସମ୍ବଳ ପଦ୍ଧତି ଲାଗୁ କରିଛି ।

ଜର୍ମାନୀର ରିଟେଲର ‘ମେଟ୍ରୋ’ର ଭାରତରେ ଥିବା ପାଇକାରୀ ବ୍ୟବସାୟର କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ରିଟେଲ ଆଲୋଚନା ଚଳାଇଥିବା ତଥା ଫ୍ୟୁଚର ଗ୍ରୁପ୍‍ର ୩୦ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଅଫର୍‍ ଦେଇଥିବା ସମୟରେ ନୂତନ କର୍ମଚାରୀଙ୍କ ପାଇଁ ରିଲାଏନ୍ସ ରିଟେଲ ଏହି ଅଭିନବ ପଦ୍ଧତି ଆପଣେଇଛି ।

ଆଭ୍ୟନ୍ତରୀଣ ଭାବରେ ‘କର୍ତା ଉତ୍ସବ’ କୁହାଯାଉଥିବା ଏହି ପାରମ୍ପରିକ ରୀତିନୀତି ମୂଳତଃ ଦେଶର ବିବିଧ ଜନସମୁଦାୟଙ୍କ ଦ୍ୱାରା ଅନୁସୃତ ପଦ୍ଧତି ଅନୁଯାୟୀ କରାଯାଉଛି, ଯାହାକୁ ରିଲାଏନ୍ସ ରିଟେଲ ଦ୍ୱାରା ଦ୍ରୁତଗତିରେ ଦେଶବ୍ୟାପୀ ଖୋଲାଯାଉଥିବା ତେଜରାତି ଷ୍ଟୋରଗୁଡିକରେ ଦାୟିତ୍ୱ ନେଉଥିବା ଶହ ଶହ କାର୍ଯ୍ୟନିର୍ବାହୀମାନଙ୍କୁ ସ୍ୱାଗତ କରିବା ପାଇଁ ଲାଗୁ କରାଯାଉଛି ।

ଏ ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ରିଟେଲର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜି ଆର ଭେଙ୍କଟେଶ କହିଛନ୍ତି, “ ‘କର୍ତା’ ଏକ ସ୍ୱତନ୍ତ୍ର ରୀତି ନୀତି ଯାହା ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଅତି ଗଭୀର ଭାବରେ ଜଡିତ, ଯେଉଁଠାରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ପରିବାରର ମୁଖିଆ ଭାବରେ ସମ୍ମାନ ପ୍ରଦାନ କରାଯାଏ ।

ଥରେ ତାହା ସ୍ଥିର ହେଲେ, ସେ ପୁରୁଷ ହୁଅନ୍ତୁ ଅଥବା ମହିଳା, ସେ ନିଜ ଦାୟିତ୍ୱକୁ କେବଳ ନିଜ କାମର ଅଂଶବିଶେଷ ଭାବରେ ଗ୍ରହଣ କରନ୍ତି ନାହିଁ, ବରଂ ନେତୃ୍‍ତ୍ୱ ନେଉଥିବା ବ୍ୟକ୍ତିଜଣକ ତାଙ୍କ କର୍ମଚାରୀମାନଙ୍କୁ ତାଙ୍କ ପରିବାରର ସଦସ୍ୟ ଭାବରେ ବିବେଚନା କରନ୍ତି । ଏହା ଷ୍ଟୋର କର୍ମଚାରୀମାନଙ୍କୁ ଖୁସି ରଖେ ଏବଂ ତାହାର ପରିଣତିରେ ଗ୍ରାହକମାନେ ଖୁସି ହୁଅନ୍ତି ।”

ଏକ ଷ୍ଟୋରରେ ଯୋଗଦେବା ପୂର୍ବରୁ କାର୍ଯ୍ୟନିର୍ବାହୀଙ୍କ ଆଖିରେ ପଟି ବନ୍ଧାଯାଇ ତାଙ୍କୁ ଷ୍ଟୋର୍‍ର ସମସ୍ତ କର୍ମଚାରୀ, ବ୍ୟବସାୟ  ସହଯୋଗୀ ଏବଂ ସମ୍ପର୍କୀୟଙ୍କ ସମ୍ମୁଖରେ ଏକ ସୁସଜ୍ଜିତ ଆସନରେ ଉପବିଷ୍ଟ କରାଯାଏ । ଦୀର୍ଘ ସମୟ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଷ୍ଟୋର୍‍ର ପ୍ଲାନ ଓ ଚାବିଗୁଡିକ ତାଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଏ । ଏହି ଉତ୍ସବରେ ଉକ୍ତ ଷ୍ଟୋର ଅବସ୍ଥିତ ଥିବା ଅଞ୍ଚଳର ସଂସ୍କୃତି ଓ ପରମ୍ପରାର ପ୍ରତିଫଳନ ଘଟେ । ଉଦାହରଣସ୍ୱରୂପ ଏହା ଯଦି ଓଡ଼ିଶାରେ ହେଉଥିବ, ତେବେ ସେଠାରେ ସ୍ଥାନୀୟ ପ୍ରଥା ଅନୁସରଣ କରାଯାଇଥାଏ ।

ରିଲାଏନ୍ସ୍‍ ରିଟେଲରେ ନୂଆ କର୍ମଚାରୀଙ୍କ ପାଇଁ ଏକ ରୂପାନ୍ତରଣକାରୀ ମୁହୂର୍ତ୍ତ ହେବାକୁ ଡିଜାଇନ କରାଯାଇଥିବା ଏହି ଉତ୍ସବ ଜଣଙ୍କୁ ନୂଆ ସଂସ୍କୃତିକୁ ଶୀଘ୍ର ଆପଣେଇବା ନିମନ୍ତେ ସହଜ ହେବାରେ ସହାୟକ ହୋଇଥାଏ ବୋଲି ଘଟଣା ସମ୍ପର୍କରେ ପରିଚିତ ଥିବା ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି । ହିନ୍ଦୀରେ ‘କର୍ତା’ ଅର୍ଥ ଏକ ଯୌଥ ପରିବାର ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତି, ବୋଲି ସେ କହିଛନ୍ତି ।

ଆମେରିକାର ଇ-ରିଟେଲର ଆମାଜନ୍‍ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଫ୍ୟୁଚର ଗ୍ରୁପ୍‍ ମଧ୍ୟରେ ଦୀର୍ଘ ଆଇନଗତ ଲଢେଇ ଚାଲିଥିବା ସମୟରେ ଆଶଙ୍କାରେ ଥିବା ଫ୍ୟୁଚର ଗ୍ରୁପ୍‍ର ୩୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ନିଯୁକ୍ତି ପ୍ରସ୍ତାବ ଦେବା ପରିପ୍ରେକ୍ଷୀରେ ଏଭଳି ନୂତନ ସ୍ୱାଗତ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାକୁ ଏକ ରଣକୌଶଳାତ୍ମକ ପ୍ରୟାସ ଭାବରେ ବିବେଚନା କରାଯାଉଛି, କାରଣ ଏହି ନୂତନ ଲୋକଶକ୍ତିଙ୍କୁ ସମ୍ପ୍ରତି ଦେଶବ୍ୟାପୀ ଦ୍ରୁତଗତିରେ ଖୋଲାଯାଉଥିବା ରିଲାଏନ୍ସ ରିଟେଲର ତେଜରାତି ଷ୍ଟୋରଗୁଡିକରେ ସ୍ଥାନିତ କରାଯାଉଛି ।

ଜି ଆର ଭେଙ୍କଟେଶ କହିଛନ୍ତି, “ରିଟେଲ ହେଉଛି ବିଶ୍ୱବ୍ୟାପୀ ଅନ୍ୟତମ ସର୍ବାଧିକ ଲୋକଶକ୍ତି ଉପଯୋଗ କରୁଥିବା କ୍ଷେତ୍ର । ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ ସଂଖ୍ୟାରେ ଆମର ବିଶାଳ ଲୋକଶକ୍ତିଙ୍କର ଆଶା ଆକାଙ୍‍କ୍ଷା ସମ୍ମିଳିତ କରି ଆମର ମାନବ ସମ୍ବଳ ନୀତିକୁ ପରିଚାଳିତ କରିବା ନେଇ ଆମେ ଗର୍ବ ଅନୁଭବ କରୁଛୁ ।”

ସେ କହିଛନ୍ତି, “ଏହି ନୀତିରେ ତିନିଟି ବିଷୟକୁ ବିଚାରକୁ ନିଆଯାଇଛି: ପ୍ରଥମରେ, ଭତ୍ତା ଓ ପ୍ରୋତ୍ସାହନ ସହିତ ସେମାନଙ୍କ ଜୀବନ ଧାରଣ ମାନରେ ବୃଦ୍ଧି ଘଟାଇବାକୁ ବସ୍ତୁବାଦୀ ସ୍ୱାଚ୍ଛନ୍ଦ୍ୟ ଦୃଷ୍ଟିକୋଣରୁ ଆମେ ଆମ ଲୋକଶକ୍ତିକୁ କିଭଳି ଖୁସି ରଖିପାରୁଛୁ । ଦ୍ୱିତୀୟରେ, ସେମାନଙ୍କୁ ଉନ୍ନତ ବୃତ୍ତିଧାରୀରେ ପରିଣତ ହେବା ଏବଂ ସେମାନଙ୍କ ନିଜସ୍ୱ ସାମର୍ଥ୍ୟ ଆବିଷ୍କାର କରିବା ପାଇଁ ସେମାନଙ୍କୁ ଆହ୍ୱାନମୂଳକ ଭୂମିକା ଏବଂ ସୁଯୋଗ ଯୋଗାଇଦେବା । ଏବଂ ତୃତୀୟରେ, ସେମାନଙ୍କ ମଧ୍ୟରେ ସହକର୍ମୀ ଏବଂ ଭାରତୀୟ ଜନସାଧାରଣଙ୍କ ପାଇଁ ସମ୍ମାନଭାବ, ସ୍ନେହ ଏବଂ ମୌଳିକ ମାନବୀୟ ବୋଧ ଉଦ୍ରେକ କରିବାର ଏକ ସଂସ୍କୃତି ନିର୍ମାଣ ।”

୨୪,୭୦୦ କୋଟି ଟଙ୍କାର ରିଲାଏନ୍ସ-ଫ୍ୟୁଚର ପ୍ରସ୍ତାବିତ ଚୁକ୍ତିରେ ଆମାଜନ୍‍ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ରୋକିବା ପରେ  ଫେବୃଆରୀ ମାସରେ ଫ୍ୟୁଚର ଗ୍ରୁପ୍‍ କର୍ମଚାରୀମାନେ ରିଲାଏନ୍ସ ରିଟେଲରେ ଯୋଗଦେଇଥିଲେ ଏବଂ ଏଥିସହିତ ଫ୍ୟୁଚର ଗ୍ରୁପ୍‍ର ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିସହିତ ଶକ୍ତିରୁ ଦୂରସଂଚାର ପର୍ଯ୍ୟନ୍ତ କ୍ଷେତ୍ରରେ ଥିବା ବ୍ୟବସାୟିକ ଗ୍ରୁପ୍‍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ରିଟେଲ ଶାଖା ରିଲାଏନ୍ସ ରିଟେଲ, ଜର୍ମାନୀର ରିଟେଲ ସଂସ୍ଥା ମେଟ୍ରୋ’ର ସ୍ଥାନୀୟ ବ୍ୟବସାୟ ଅଧିଗ୍ରହଣ କରୁଛି, ଯଦ୍ୱାରା ଏହାକୁ ତେଜରାତି ବ୍ୟବସାୟ କ୍ଷେତ୍ରରେ ଆଉ ଅଧିକ ୩୫୦୦ କର୍ମଚାରୀଙ୍କୁ ଗ୍ରହଣ କରିବାକୁ ପଡିପାରେ । ରିଲାଏନ୍ସ ରିଟେଲ୍‍ର ସମ୍ପ୍ରତି ପ୍ରାୟ ୪.୨ ଲକ୍ଷ ଲୋକଶକ୍ତି ରହିଛି ।

Reliance Retail ରିଲାଏନ୍ସ ରିଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.