Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ରିଅଲ ଇଷ୍ଟେଟ୍ ଡେଭେଲପର୍ସ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଜାରି ରଖନ୍ତୁ: ରାଜ୍ୟପାଳ
ଆଜିର ଖବର

ଭାରତୀୟ ରିଅଲ ଇଷ୍ଟେଟ୍ ଡେଭେଲପର୍ସ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଜାରି ରଖନ୍ତୁ: ରାଜ୍ୟପାଳ

August 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ରିଅଲ ଇଷ୍ଟେଟ୍ ଡେଭଲପର୍ସ କ୍ରେଡାଇ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଜାରି ରଖିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଆଜି ଭୁବନେଶ୍ୱରଠାରେ ଭାରତୀୟ ରିଅଲ ଇଷ୍ଟେଟ୍ ଡେଭେଲପର୍ସର ଜାତୀୟସ୍ତରୀୟ ଏକ୍ସଟ୍ରାଅର୍ଡିନାରୀ ଜେନେରାଲ ବଡି – ୨୦୨୫ରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ବର୍ଷ ବର୍ଷ ଧରି କ୍ରେଡାଇ ଭାରତର ରିଅଲ ଇଷ୍ଟେଟ କ୍ଷେତ୍ରରେ ଏକ ଶକ୍ତିଶାଳୀ ସ୍ୱରରେ ପରିଣତ ହୋଇଛି। ନୈତିକ ବ୍ୟବସାୟିକ ଅଭ୍ୟାସ ଏବଂ ଦକ୍ଷତା ବିକାଶ ପଦକ୍ଷେପରେ ଏହାର ସକ୍ରିୟ ଆଭିମୁଖ୍ୟ ପ୍ରଶଂସନୀୟ। ଦୁଇ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ଏବଂ ଯୁବକଙ୍କୁ ଦକ୍ଷ କରିବାରେ ଏହାର ଅବଦାନ କେବଳ ଜୀବିକା ଉତ୍‌ଥାନ ନୁହେଁ ବରଂ ସମାବେଶୀ ଅଭିବୃଦ୍ଧିକୁ ନିଶ୍ଚିତ କରୁଛି। ଓଡ଼ିଶା ଆଜି ଏକ ଉଲ୍ଲେଖନୀୟ ପରିବର୍ତ୍ତନ ବିନ୍ଦୁରେ ଛିଡ଼ା ହୋଇଛି। ବଙ୍ଗୋପ ସାଗର କୂଳରେ ଏହାର ଅବସ୍ଥିତି, ବିପୁଳ ଖଣିଜ ସଂପଦ, ବନ୍ଦର ଏବଂ ପ୍ରଗତିଶୀଳ ଭିତ୍ତିଭୂମି ସହିତ ଓଡ଼ିଶା ପୂର୍ବ ଭାରତରେ ଏକ ଅର୍ଥନୈତିକ ଏବଂ ସହରାଂଚଳ ଯୋଜନା ଏବଂ ଭିତ୍ତିଭୂମି ଆଧୁନିକୀକରଣରେ ଆଗେଇ ଚାଲିଛି।

ଭୁବନେଶ୍ୱର-କଟକ-ପୁରୀ କରିଡର, ଦ୍ରୁତ ସହରୀକରଣ, ବିମାନ ବନ୍ଦର ସଂପ୍ରସାରଣ ଏବଂ ଶିଳ୍ପ କରିଡର ଭଳି ମେଗା ପ୍ରକଳ୍ପଗୁଡ଼ିକ ଅଭିବୃଦ୍ଧିର ନୂତନ ପଥ ଖୋଲିବାରେ ଲାଗିଛି। କୋଣାର୍କ ଏବଂ ପୁରୀର କାଳଜୟୀ ଐତିହ୍ୟରୁ ଆରମ୍ଭ କରି ଆମର ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ପର୍ବ ପର୍ବାଣୀର ସ୍ୱାତନ୍ତ୍ର‌୍ୟ ପର୍ଯ୍ୟନ୍ତ ଓଡ଼ିଶା ଗୃହକ୍ରେତା, ବିକାଶକ ଏବଂ ନିବେଶକଙ୍କ ପାଇଁ ଅନନ୍ୟ ଏବଂ ଆକର୍ଷଣୀୟ ପ୍ରସ୍ତାବ ଉପସ୍ଥାପନ କରେ। ଏହି ପରିବର୍ତ୍ତନଶୀଳ ଯାତ୍ରାରେ କ୍ରେଡାଇ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର କେତେକ ପ୍ରମୁଖ ସହରରେ ବିକାଶକ ଏବଂ ସକ୍ରିୟ ଜିଲ୍ଲା ଶାଖାର ନେଟୱାର୍କ ସହିତ ଏହା ସାରା ରାଜ୍ୟରେ ରିଅଲ ଇଷ୍ଟେଟ୍ ଗତିକୁ ଗତିଶୀଳ କରୁଛି। ସ୍ମାର୍ଟ ସିଟି ସମାଧାନ, ପ୍ରଯୁକ୍ତି ବିଦ୍ୟା ସମନ୍ୱୟ, ଦକ୍ଷତା ବିକାଶ ଏବଂ ସ୍ୱଚ୍ଛତା ଉପରେ ଏହାର ଧ୍ୟାନ ଏକ ଆଗୁଆ ଚିନ୍ତାଧାରା ଓ ଦାୟିତ୍ୱପୂର୍ଣ୍ଣ ନୀତିକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟପାଳ ପୁଣି କହିଥିଲେ ଯେ, ଯେତେବେଳେ ଆମେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଦୃଷ୍ଟିକୋଣ ଆଡକୁ ଅଗ୍ରସର ହେଉଛୁ ରିଅଲ ଇଷ୍ଟେଟ୍ ଭବିଷ୍ୟତର ବାସ୍ତବ ଏବଂ ସାମାଜିକ ଭିତିଭୂମି ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସରକାରଙ୍କ ସହଭାଗିତାରେ କ୍ରେଡାଇ କାମ ଜାରି ରଖିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଯାହାଦ୍ୱାରା ସୁଲଭ ଏବଂ ସ୍ଥାୟୀ ଗୃହ ନିର୍ମାଣକୁ ପ୍ରୋତ୍ସାହିତ କରାଯାଇପାରିବ। ଗ୍ରାହକଙ୍କ ବିଶ୍ୱାସ ସୁନିଶ୍ଚିତ କରାଯାଇପାରିବ, ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକୁ ଗ୍ରହଣ କରାଯାଇପାରିବ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟପାଳ କ୍ରେଡାଇର ସଦସ୍ୟ, ଡେଭେଲପର୍ସ, ନୀତି ନିର୍ଦ୍ଧାରକ, ଶିଳ୍ପ ଅଂଶୀଦାର ଏବଂ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଏ ପ୍ରକାରର ସମାବେଶ ଆମ ରାଜ୍ୟ ଓ ଦେଶ ପାଇଁ ଉନ୍ନତ ଭବିଷ୍ୟତ ଗଠନ ପାଇଁ ପ୍ରତିବଦ୍ଧତାର ସଂଗମ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କ୍ରେଡାଇ ଭୁବନେଶ୍ୱର ପ୍ରେସିଡେଂଟ ତଥା କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭୁବନେଶ୍ୱର – ଏକାମ୍ର ବିଧାୟକ ବାବୁ ସିଂ, ପ୍ରେସିଡେଂଟ କ୍ରେଡାଇ ନ୍ୟାସନାଲ ଶେଖର ପଟେଲ, ପ୍ରେସିଡେଂଟ (ଋଖଉଞ) ଜି. ରାମ ରେଡ୍ଡି, ସେକ୍ରେଟାରୀ ଗୌରବ ଗୁପ୍ତା, ପ୍ରେସିଡେଂଟ କ୍ରେଡାଇ ଓଡିଶା ସ୍ୱଦେଶ କୁମାର ରାଉତରାୟ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଶେଷରେ କ୍ରେଡାଇ ଓଡ଼ିଶାର ସେକ୍ରେଟାରୀ ଅନୀଲ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଡ. ହରି ବାବୁ କମ୍ଭମ୍‌ପାଟି ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.