Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାରେ ୪୪ ଗୋଟି ଅତିରିକ୍ତ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ କମିଶନଙ୍କୁ କରାଯିବ ସୁପାରିଶ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାରେ ୪୪ ଗୋଟି ଅତିରିକ୍ତ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ କମିଶନଙ୍କୁ କରାଯିବ ସୁପାରିଶ

August 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଖୋର୍ଦ୍ଧା, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର, ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ନୂତନ ଭାବେ ଖୋଲା ଯିବାକୁ ଥିବା ବୁଥ ଗୁଡ଼ିକ ଉପରେ ପୁଖାନୂପୁଙ୍ଖ ଆଲୋଚନା କରିଥିଲେ। ୧୧୧ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ, ୧୧୨ ଭୁବନେଶ୍ୱର କେନ୍ଦ୍ର, ୧୧୩ ଭୁବନେଶ୍ୱର ମଧ୍ୟ, ୧୧୪ ଭୁବନେଶ୍ବର ଏକ୍ରାମ, ୧୧୫ ଜଟଣୀ, ୧୧୬ ବେଗୁନିଆ, ୧୧୭ ଖୋର୍ଦ୍ଧା ଏବଂ ୧୧୮ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ ଯେଉଁ ନିର୍ବାଚନ ମଣ୍ଡଳୀରେ ନୂତନ ମତଦାନ କେନ୍ଦ୍ର ଖୋଲା ଯିବାକୁ ସ୍ଥରିକୃତ ହୋଇଛି ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ହୋଇଥିଲା।

ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀଙ୍କ ଠାରୁ ପ୍ରସ୍ତାବ ପାଇଲାପରେ ସେଗୁଡିକ ନିର୍ବାଚନ କମିଶନଙ୍କ,ନିକଟକୁ ସୁପାରିଶ କରାଯିବା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ବୃନ୍ଦ ମାନଙ୍କ ସହ ଆଲୋଚନା କରାଯାଇ ସେମାନେ ଯେପରି ନିଜର ରାଜନୈତିକ ବି ଏଲ ଓ ଙ୍କୁ ନିଯୁକ୍ତି ଦେବେ ସେଥିପ୍ରତି ଧ୍ୟାନ ଦେବାକୁ ରାଜନୈତିକ ନେତୃବର୍ଗଙ୍କୁ ଅନୁରୋଧ କରାଯାଇଥିଲା।

ପ୍ରକାଶ ଥାଉକି ନୂତନ ମତଦାନ କେନ୍ଦ୍ର ଖୋଲା ଯିବାରେ ୧୧୩ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି, ୧୧୬ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାରିଗୋଟି, ୧୧୭ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କୋଡ଼ିଏ ଗୋଟି ଏବଂ୧୧୮ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଠର ଗୋଟି ବୁଥ ଅନ୍ତର୍ଭୁକ୍ତ ଅଟେ। ଏହି ବର୍ଦ୍ଧିତ ୪୪ ଗୋଟି ବୁଥ କୁ ମିଶାଇଲେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ବୁଥ ସଂଖ୍ୟା ୨୪୨୫ ହେବ।

ଉକ୍ତ ବୈଠକରେ ୧୧୨ ବିଧାନ ସଭା,ଇ ଆର ଓ, ଧନଞ୍ଜୟ ମହାନ୍ତି, ୧୧୩ ବିଧାନ ସଭା ଇ ଆର ଓ ମନ୍ମଥ କୁମାର ନାୟକ, ଡେପୁଟି କଲେକ୍ଟର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜେଶ କୁମାର ମହାନ୍ତି, ଡେପୁଟି କଲେକ୍ଟର, ନିର୍ବାଚନ ମନୋଜ କୁମାର ସେନାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ବରିଷ୍ଠ ଓ କନିଷ୍ଠ ସହାୟକ, ସହାୟିକା ଯୋଗଦେଇଥିବା ବେଳେ ଆମ ଆଦମୀ ପାର୍ଟିର ପ୍ରଶାନ୍ତ କୁମାର ରଣସିଂହ, ଭାରତୀୟ ଜାତୀୟ କଂଗ୍ରେସ ର ସୌମ୍ୟ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ବଦ୍ରି ନାରାୟଣ ଦାଶ ଏବଂ ବିଜୁ ଜନତା ଦଳର ହେମନ୍ତ କୁମାର ଗୋଛାୟତ ଯୋଗଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Latest News

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.