Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା
ଆଜିର ଖବର

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/କଲୋମ୍ବୋ: ସାର୍କ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକାରେ ଉନ୍ନତି ଏବଂ ପୋଷଣ ସୁରକ୍ଷା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ପ୍ରକଳ୍ପର ନାମ ‘‘ଆକ୍ୱାଲାଇଭଲିହୁଡ୍ ବା ଜଳଜ ଜୀବିକା : କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକା ଉନ୍ନତି ଓ ଗ୍ରାମୀଣ ଜନସାଧାରଣଙ୍କ ପୋଷଣ ସୁରକ୍ଷା ପାଇଁ ସାର୍କ ଅଞ୍ଚଳରେ ମତ୍ସ୍ୟଚାଷ ବିକାଶ’’ ରଖାଯାଇଛି।

୫ ଅଗଷ୍ଟ ୨୦୨୫ ରେ ଶ୍ରୀଲଙ୍କାର କୋଲମ୍ବୋରେ ପ୍ରକଳ୍ପ ଉଦ୍‌ଘାଟନ କରାଯିବ। ଶ୍ରୀଲଙ୍କା ସରକାରଙ୍କ ମତ୍ସ୍ୟ ଚାଷ ବିଭାଗ ମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ସାର୍କ ଦେଶଗୁଡ଼ିକର ରାଷ୍ଟଦୂତଗଣ, ସାର୍କ ସଚିବାଳୟ ଓ ସାର୍କ ବିକାଶ ପାଣ୍ଠି (ଏସଡିଏଫ)ର ପ୍ରତିନିଧିମାନେ ଉପସ୍ଥିତ ରହିବେ।

ଭାରତ ଏହି ପ୍ରକଳ୍ପର ନେତୃତ୍ୱ ନେଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁରଜଳ ଜୀବନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇସିଏଆର-ସିଫା) ଦ୍ୱାରା ସମ୍ପାଦିତ ହେଉଛି। ଏହି ପ୍ରୟାସ ମତ୍ସ୍ୟଜୀବିଙ୍କ ଜୀବିକାରେ ଉନ୍ନତି ଲାଗି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତୁଟ ପ୍ରୟାସର ଅଂଶବିଶେଷ।

ଓଡ଼ିଶା ନିବାସୀ ଏବଂ ଆଇସିଏଆର-ସିଫାର ମତ୍ସ୍ୟ ପୋଷଣ ଓ ଜୈବ ପ୍ରଣାଳୀ ବିଭାଗର ମୁଖ୍ୟ ଡକ୍ଟର ଶିବ ଶଙ୍କର ଗିରି, ସାର୍କ ଅଞ୍ଚଳର ଏହି ମହତ୍ୱପୂର୍ଣ୍ଣ ଆଞ୍ଚଳିକ ପ୍ରକଳ୍ପର ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଓଡ଼ିଆ ବୈଜ୍ଞାନିକ ଦେଶୀୟ ଓ ଆଞ୍ଚଳିକ ସ୍ତରରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ରାଜ୍ୟ ପାଇଁ ଗୌରବର ବିଷୟ।

ଭାରତ, ବାଂଲାଦେଶ, ନେପାଳ, ଭୁଟାନ ଓ ଶ୍ରୀଲଙ୍କାକୁ ନେଇ ୫ଟି ସାର୍କ ଦେଶ ପ୍ରକଳ୍ପରେ ସହଭାଗୀ ରୂପେ ଅଂଶଗ୍ରହଣ କରୁଛନ୍ତି। ସବୁ ଦେଶର ମତ୍ସ୍ୟ ବିଶେଷଜ୍ଞ, ବୈଜ୍ଞାନିକ ଓ ନୀତି-ନିର୍ଦ୍ଦେଶକମାନେ ଏହି କାର୍ଯ୍ୟକ୍ରମରେ ତାଙ୍କର ଅନୁଭୂତି ବାଣ୍ଟିବେ। ଏହି ପ୍ରକଳ୍ପ ସାର୍କ ଅଞ୍ଚଳରେ ସାମୂହିକ ଉନ୍ନତି, ମତ୍ସ୍ୟଚାଷ ଶିଳ୍ପରେ ଉନ୍ନତ ବ୍ୟବସ୍ଥାପନ ଏବଂ ଓଡ଼ିଶାରେ ଏହି କ୍ଷେତ୍ରରେ ସଂପୃକ୍ତ ଜନସାଧାରଣଙ୍କ ପାଇଁ ଏକ ସୁଯୋଗ ଆଣି ଦେବ।

୫ ଅଗଷ୍ଟରେ ଉଦ୍‌ଘାଟନ ପରେ, ୬ ଓ ୭ ଅଗଷ୍ଟ ତାରିଖରେ ଦୁଇ ଦିନିଆ ଶୁଭାରମ୍ଭ କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ସାର୍କ ଦେଶର ବିଶେଷଜ୍ଞମାନେ ଭାଗନେଇ ବିଚାରବିମର୍ଶ, ଯୋଜନା ପ୍ରସ୍ତୁତି ଏବଂ ନୀତି ନିର୍ଦ୍ଧାରଣ କରିବେ। ଏହି ପ୍ରୟାସ ଭାରତ ସରକାରଙ୍କ  ‘ପଡ଼ୋଶୀ ପ୍ରଥମ’ ନୀତି ଅନୁରୂପ ହୋଇଥିବା ବେଳେ ଏହା ଗ୍ରାମାଞ୍ଚଳର ଉନ୍ନତି, ଦାରିଦ୍ର୍ୟ ହ୍ରାସ, କ୍ଷୁଧା ଦୂରୀକରଣ ଏବଂ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ ବିକାଶରେ ସହାୟକ ହେବ। ଏଥିସହିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ ମାର୍ଗପ୍ରଶସ୍ତ କରିବ।

ଓଡିଆ ବୈଜ୍ଞାନିକ ଭୁବନେଶ୍ୱର ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025
Latest News

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.