ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଓ ଘରେ ଘରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଜୀ ସାର୍ଥକ ସର୍ବଦା ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ମନଛୁଆଁ ଧାରାବାହିକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ବା ବାସ୍ତବବାଦୀ ଚଳଚ୍ଚିତ୍ର ଭେଟିଦେଇ ସାଜିଛି ଦର୍ଶକଙ୍କର ପ୍ରଥମ ପସନ୍ଦ। ଏଥର ନିଜର ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆଣିଥିଲା ଟିଭି ଦେଖି ଇଭି ଗାଡି ଜିତିବାର ସୁବର୍ଣ୍ଣ ସୁଯୋଗ।
ଜୀ ସାର୍ଥକରେ ଆରମ୍ଭ ହୋଇଥିବା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ଯାହା ପୂର୍ବ ଅପେକ୍ଷା ନିଆରା ହୋଇଥିଲା। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ରୁ ଆରମ୍ଭ ହୋଇ ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ସହ ବାଛିଥିଲା ୫ ଜଣ ବିଜେତା। ତା’ସହିତ ପ୍ରତ୍ୟେକ ଅଧ୍ୟାୟରେ ୨୦ ଜଣ ପ୍ରତିଯୋଗୀଙ୍କୁ ୨୯୯ ଟଙ୍କାର ରିଚାର୍ଜ ଭାଉଚର ପ୍ରଦାନ କରାଯାଇଥିଲା ଏବଂ ସମୁଦାୟ ୧୧୦୦ ଜଣ ପ୍ରତିଯୋଗୀ ଏହି ରିଚାର୍ଜ ଭାଉଚର ଜିତିବାର ସୁଯୋଗ ପାଇଥିଲେ।
ଏହି ପ୍ରତିଯୋଗିତା ମାଧ୍ୟମରେ ୫ ଜଣ ମେଗା ବିଜେତାମାନଙ୍କୁ ମିଳିଲା ୫ ଟି ଇଲେକ୍ଟ୍ରିକ ସ୍କୁଟି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କଟକର ନିହାର ରଞ୍ଜନ ନାୟକ, ଜଗତସିଂହପୁରର ଅକ୍ଷୟ କୁମାର ଭଟ୍ଟ, କଟକର ପଦ୍ମିନୀ ପଣ୍ଡା, ଜଗତସିଂହପୁରର ସୁନୀଲ ପର୍ବତ ଓ କେନ୍ଦୁଝରର ନମିତା ମହନ୍ତ।
ଜୀ ସାର୍ଥକରେ ନିଜ ମନ ପସନ୍ଦର ଧାରାବାହିକ ଦେଖି ପ୍ରଶ୍ନର ଉତ୍ତର ଦେଇ ଇଭି ଗାଡି ଉପହାର ଜିତିଥିବା ସମସ୍ତ ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀ ସାର୍ଥକ ସହ ଯୋଡି ହୋଇ ରହିବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍।