Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ସେ ଏହାକୁ ଜନସେବା ପ୍ରତି ଅତୁଟ ସଂକଳ୍ପ ଓ ନିରନ୍ତର ପ୍ରୟାସର ପ୍ରତୀକ ବୋଲି କହିଛନ୍ତି।

ସେ କହିଛନ୍ତି, କର୍ତ୍ତବ୍ୟ ଭବନ କେବଳ ନୀତି ଏବଂ ଯୋଜନାକୁ ଲୋକମାନଙ୍କ ନିକଟରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଦେଶର ବିକାଶକୁ ନୂତନ ଗତି ଦେବ।

ଶ୍ରୀ ମୋଦୀ କହିଛନ୍ତି, କର୍ତ୍ତବ୍ୟ ଭବନ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରିଥାଏ। ଆଜି, ଦେଶ ଆମର ଶ୍ରମଯୋଗୀମାନଙ୍କର ଅକ୍ଳାନ୍ତ କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଖିଛି ଯେଉଁମାନେ ଏହାକୁ ଗଠନ କରିଛନ୍ତି। ସେ ସେମାନଙ୍କ ସହିତ ଆଲୋଚନା କରିବା ସମୟରେ ଖୁସି ମଧ୍ୟ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ପରିବେଶ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଏହି କୋଠା ବିକଶିତ କରାଯାଇଛି।

 ଏହି ଅବସରରେ, ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ଭବନ ପରିସରରେ ଏକ ଚାରା ମଧ୍ୟ ରୋପଣ କରିଥିଲେ।

ପ୍ରଧାନମନ୍ତ୍ରୀ ଏକାଧିକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି; ‘‘କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନ ଆମର ଅତୁଟ ସଂକଳ୍ପ ଏବଂ ଲୋକଙ୍କ ସେବା ପାଇଁ ନିରନ୍ତର ପ୍ରୟାସର ପ୍ରତୀକ। ଏହା କେବଳ ଆମର ନୀତି ଓ ଯୋଜନାକୁ ଲୋକଙ୍କ ପାଖରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସହାୟକ ହେବ ନାହିଁ, ବରଂ ଏହାଦ୍ୱାରା ଦେଶର ବିକାଶକୁ ଏକ ନୂତନ ଗତି ମିଳିବ। ଅତ୍ୟାଧୁନିକ ଭିତ୍ତିଭୂମିର ଏକ ଉଦାହରଣ ଏହି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରି ମୁଁ ବହୁତ ଗର୍ବିତ।’’

“କର୍ତ୍ତବ୍ୟ ଭବନ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଆଜି ଦେଶ ଏହାକୁ ନିର୍ମାଣ କରିଥିବା ଆମର ଶ୍ରମଯୋଗୀମାନଙ୍କ ଅକ୍ଳାନ୍ତ କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ସାକ୍ଷୀ ହୋଇଛି। ମୁଁ ସେମାନଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଖୁସି।’’

‘‘କର୍ତ୍ତବ୍ୟ ଭବନ ନିର୍ମାଣ କରିବା ସମୟରେ, ପରିବେଶ ସୁରକ୍ଷା ପ୍ରତି ପୂର୍ଣ୍ଣ ଧ୍ୟାନ ଦିଆଯାଇଛି, ଯାହା ପାଇଁ ଆମ ଦେଶ ସଂକଳ୍ପବଦ୍ଧ। ଆଜି ମୁଁ ଏହାର ପ୍ରାଙ୍ଗଣରେ ଏକ ଗଛ ଲଗାଇବାର ସୁଯୋଗ ମଧ୍ୟ ପାଇଲି।’’

narendra modi କର୍ତ୍ତବ୍ୟ ଭବନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 23, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025

ଏକ ନୂତନ ଦିଗ ପ୍ରଦାନ କରିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା: କେନ୍ଦ୍ର ମନ୍ତ୍ରୀ

December 23, 2025

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନେଇ ପ୍ରସ୍ତୁତି ବୈଠକ

December 23, 2025
Latest News

ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 23, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025

ଏକ ନୂତନ ଦିଗ ପ୍ରଦାନ କରିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା: କେନ୍ଦ୍ର ମନ୍ତ୍ରୀ

December 23, 2025

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନେଇ ପ୍ରସ୍ତୁତି ବୈଠକ

December 23, 2025

ସାବଧାନ: ଆଜି ମଙ୍ଗଳବାରରେ ଏହି ପାଞ୍ଚୋଟି ରାଶି ଉପରେ ହନୁମାନ କରୁଛନ୍ତି କୋପ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.