Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ
ଆଜିର ଖବର

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

August 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନର କନଭେନସନ୍ ସେଣ୍ଟରଠାରେ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ତନ୍ୟପାନର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ସେ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ତନ୍ୟପାନ ଯୋଗୁ ଶିଶୁଟି ମା ହୃଦୟର ଅତି ନିକଟତର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ସ୍ତନ୍ୟପାନ ଦ୍ୱାରା ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ କର୍କଟ ଓ ଡିମ୍ବାଶୟ କର୍କଟ ପରି ଗୁରୁତର ରୋଗକୁ ଏଡାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ମହିଳା କମିଶନର ବ୍ରେଷ୍ଟ ଫିଡିଙ୍ଗ ସେଣ୍ଟରକୁ ଆଜି ରାଜ୍ୟର ପ୍ରଥମ ସେଣ୍ଟର ଭାବେ ଆରମ୍ଭ କରାଯାଇଛି । ମହିଳା ସମାଜ କଲ୍ୟାଣ ବୋର୍ଡର ବିଭିନ୍ନ କାର୍ଯ୍ୟରେ ଯୋଡିହେବା ପାଇଁ ଲୋକକଲ୍ୟାଣ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଖୁବ୍ଶୀଘ୍ର ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଆଦିରେ ବ୍ରେଷ୍ଟ ଫିଡିଙ୍ଗ ସେଣ୍ଟର ଖୋଲାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିସବୁ ସେଣ୍ଟରରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ପ୍ରଭାତୀ ପରିଡା ବିଶ୍ୱ ସ୍ତନ୍ୟପାନ ସପ୍ତାହ ମହିଳା ଓ ଶିଶୁ ବିକାଶ ବିଭାଗ ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପରେ ଅଭିଷେକ ଶର୍ମାଙ୍କ ସହ କିଏ ଓପନିଂ କରିବେ?: ଜାଣନ୍ତୁ ଏହି 3ଟି ବିକଳ୍ପ

August 7, 2025

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଅନ୍ ଲାଇନ୍ ପଞ୍ଜୀକରଣ ବୁକିଂ ଶେଷ

August 7, 2025

ଆଇସିସିର ସ୍ୱତନ୍ତ୍ର ପୁରସ୍କାର ପାଇଁ ଶୁଭମନ ଗିଲ୍ ମନୋନୀତ, ବେନ୍ ଷ୍ଟୋକ୍ସ ମଧ୍ୟ ଦାବିଦାରଙ୍କ ମଧ୍ୟରେ ସାମିଲ

August 7, 2025

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ, ଜାଣନ୍ତୁ କଣ

August 7, 2025
Latest News

ଏସିଆ କପରେ ଅଭିଷେକ ଶର୍ମାଙ୍କ ସହ କିଏ ଓପନିଂ କରିବେ?: ଜାଣନ୍ତୁ ଏହି 3ଟି ବିକଳ୍ପ

August 7, 2025

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଅନ୍ ଲାଇନ୍ ପଞ୍ଜୀକରଣ ବୁକିଂ ଶେଷ

August 7, 2025

ଆଇସିସିର ସ୍ୱତନ୍ତ୍ର ପୁରସ୍କାର ପାଇଁ ଶୁଭମନ ଗିଲ୍ ମନୋନୀତ, ବେନ୍ ଷ୍ଟୋକ୍ସ ମଧ୍ୟ ଦାବିଦାରଙ୍କ ମଧ୍ୟରେ ସାମିଲ

August 7, 2025

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

August 7, 2025

ଭାରତର ହସ୍ତତନ୍ତ ଶିଳ୍ପ, ହଜାର ହଜାର ବର୍ଷର ଐତିହ୍ୟ, ସମୃଦ୍ଧ କରିଛି ଦେଶର ଅର୍ଥନୀତି

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.