Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ କର୍ମଶାଳା ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ କର୍ମଶାଳା ଅନୁଷ୍ଠିତ

August 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଗୁରୁବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପ୍ରଶମନ ହ୍ରାସଜନିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ, ସଭାପତି, ରୂପଶ୍ରୀରାଣୀ ଗୁମାନ ସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୁଖ୍ୟ ସାଧାରଣ ପରିଚାଳକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଜେଣ୍ଡର ବିଶେଷଜ୍ଞ ଆରନ୍ୟକ ମିଶ୍ର, ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା, ଡେପୁଟି କଲେକ୍ଟର,ଜରୁରୀ, ଶ୍ରିତପା ମିଶ୍ର ଯୋଗଦେଇ ସମାଜର ସମ୍ବେଦନଶୀଳ (ଲିଙ୍ଗ ଭିତ୍ତିକ ଲୋକ ମାନଙ୍କୁ) କିଭଳି ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରଦାନ କରାଯାଇ ପାରିବ ଏବଂ ସେମାନଙ୍କ ନିମନ୍ତେ ବିପର୍ଯ୍ୟୟ ପ୍ରଶମନ ହ୍ରାସ ପାଇଁ ତୃଣ ମୂଳସ୍ତରରୁ ପ୍ରାକ୍ ପ୍ରସ୍ତୁତି ଯୋଜନା କରି ଶୁନ ମୃତ୍ୟୁହାର ବଜାୟ ରହିବ ସେ ଦିଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବି ଡି ଓ ମାନଙ୍କ ଦାୟିତ୍ବ ଏ ଦିଗରେ ସର୍ବାଧିକ ଥିବାରୁ ତୃଣ ମୂଳ ସ୍ତରରୁ ଲିଙ୍ଗଗତ ଭାବରେ ଅନୁଧ୍ୟାନ, ପର୍ଯ୍ୟବେକ୍ଷଣ କରି ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟ ପରିଚାଳନା ସୁଚାରୁରୂପେ ସମ୍ପାଦନ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସି ଜି ଏମ  ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଲିଙ୍ଗ ଭିତ୍ତିକ ତଥା ତୃତୀୟ ଲିଙ୍ଗ, ମହିଳା, ଦିବ୍ୟାଙ୍ଗ, ବିଭିନ୍ନ ଗୋଷ୍ଠୀ, ସର୍ବୋପରି ଅଗ୍ରାଧିକାର ଭିତ୍ତିରେ ପ୍ରାଧାନ୍ୟ ଦେଇ ନୂତନ ବିପର୍ଯ୍ୟୟ ପରିଚାଳନା କୁ ସଠିକ୍ ଢଙ୍ଗରେ ପରିଚାଳନା ଦିଗରେ ଅବଗତ କରାଇଥିଲେ। ପାୱାର ପଏଣ୍ଟ ଉପକରଣରେ ଅରନ୍ୟକ ମିଶ୍ର ବିଗତ ୧୯୯୯ ମହାବାତ୍ୟା ଠାରୁ ଅଦ୍ୟାବଧି ଓଡ଼ିଶାକୁ ଯାହା ବିପର୍ଯ୍ୟୟ ଆସିଛି ସେଗୁଡ଼ିକର ତଥ୍ୟ ଦେଇ କିପରି ବିପର୍ଯ୍ୟୟକୁ ପ୍ରଶମନ କରାଯାଇ ପାରିବ ବୁଝାଇଥିଲେ।

ଜିଲ୍ଲାପରିଷଦ ସଭାପତି ଏବଂ ଉପସଭାପତି ବିପର୍ଯ୍ୟୟ ସମୟରେ ଅତି ଜରୁରୀ ଭାବେ ସହାୟତା ଲୋକମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେ ସମ୍ବନ୍ଧରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ।

ଶେଷରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କସ୍ତୁରୀ ବାଳା ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗିତାଂଶୁ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ବ୍ଲକର ବି ଡି ଓ ଏବଂ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ।

ଖୋର୍ଦ୍ଧା ବିପର୍ଯ୍ୟୟ ପ୍ରଶମନ
Share. Facebook Twitter LinkedIn Email WhatsApp Copy Link

Related Posts

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025
Latest News

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025

ଲଞ୍ଚ୍ ହେଲା ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter, ଜାଣନ୍ତୁ ମୂଲ୍ୟ କେତେ?

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.