Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିଏମଆର – ସାଇନ୍’: ପରବର୍ତ୍ତୀ ପିଢ଼ିର ଅନୁସନ୍ଧାନକାରୀମାନଙ୍କ ପାଇଁ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ନବସୃଜନ’ ଶୀର୍ଷକ ଅନୁଷ୍ଠିତ
ଆଜିର ଖବର

ଆଇସିଏମଆର – ସାଇନ୍’: ପରବର୍ତ୍ତୀ ପିଢ଼ିର ଅନୁସନ୍ଧାନକାରୀମାନଙ୍କ ପାଇଁ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ନବସୃଜନ’ ଶୀର୍ଷକ ଅନୁଷ୍ଠିତ

August 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଛାତ୍ରମାନଙ୍କୁ “ବୈଜ୍ଞାନିକ ଭାବରେ ଗୋଟିଏ ଦିନ ବିତାଇବା” ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ଅନୁଯାୟୀ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ (ଡିଏଚଆର) ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏହାର ପ୍ରତିଷ୍ଠାନ ଏବଂ ଡିଏଚଆର୍ – ମଡେଲ ଗ୍ରାମୀଣ ସ୍ୱାସ୍ଥ୍ୟ ଗବେଷଣା ୟୁନିଟ୍ (ଏମଆରଏଚଆରୟୁ) ରେ ’ସାଇନ୍ – ଆଗାମୀ ପିଢିର ଅନୁସନ୍ଧାନକାରୀଙ୍କ ପାଇଁ ବିଜ୍ଞାନ, ସ୍ୱାସ୍ଥ୍ୟ ଏବଂ ନବସୃଜନ’ ଶୀର୍ଷକ ଏକ ଦେଶବ୍ୟାପୀ ମୁକ୍ତ ଦିବସ ୭ ଏବଂ ୮ ଅଗଷ୍ଟ ୨୦୨୫ ରେ ଆୟୋଜନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୯ମ – ୧୨ଶ ଶ୍ରେଣୀର ୧୩, ୧୫୦ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା, ଯେଉଁଥିରୁ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୯ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଅଂଶଗ୍ରହଣକାରୀମାନେ ବିଭିନ୍ନ ଆଇସିଏମଆର ପ୍ରତିଷ୍ଠାନରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରୟାସର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଜୈବ ଚିକିତ୍ସା ଗବେଷଣା କ୍ଷେତ୍ର ସହିତ ପରିଚିତ କରାଇବା, ଦେଶର ସ୍ୱାସ୍ଥ୍ୟ ଉନ୍ନତିରେ ଆଇସିଏମଆରର ଅବଦାନ ଉପରେ ଆଲୋକପାତ କରିବା ଏବଂ ବିଜ୍ଞାନ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କ୍ୟାରିୟର କରିବାକୁ ଯୁବ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେବା, ୨୦୪୭ ସୁଦ୍ଧା ଭାରତର ବିକଶିତ ଭାରତ ଯାତ୍ରାକୁ ସମର୍ଥନ କରିବା ଇତ୍ୟାଦି ରହିଥିଲା।

ଏହି ଅବସରରେ, ଡିଏଚ୍ଆର୍ ସଚିବ ଏବଂ ଆଇସିଏମ୍ଆର୍ ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି, “ଏହା ବୈଜ୍ଞାନିକ କୌତୁହଳକୁ ଜାଗ୍ରତ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ପରବର୍ତ୍ତୀ ପିଢ଼ିର ସ୍ୱାସ୍ଥ୍ୟ ଗବେଷକଙ୍କୁ ପ୍ରେରଣା ଦେବା ପାଇଁ ଆଇସିଏମ୍ଆର୍ ର ଏକ ଅନନ୍ୟ ପଦକ୍ଷେପ।” ଭାରତୀୟ ଗବେଷଣା ଏବଂ ସ୍ୱାସ୍ଥ୍ୟସେବାର ଭବିଷ୍ୟତ ଗଠନରେ ବୈଜ୍ଞାନିକ ଚିନ୍ତାଧାରା, ନବସୃଜନ ଏବଂ ଯୁବପିଢ଼ିଙ୍କ ଯୋଗଦାନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡକ୍ଟର ବହଲ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ “ଆଜି କେବଳ ଏକ ଗସ୍ତ ନୁହେଁ, ଏହା ଜଣେ ବୈଜ୍ଞାନିକ ରୂପରେ ପାଦ ରଖିବାର ଏକ ନିମନ୍ତ୍ରଣ,” । “ଆମେ ଚାହୁଁଛୁ ଯେ ଆପଣ ବୈଜ୍ଞାନିକ ଅନୁସନ୍ଧାନର ଭାବନାକୁ ପର୍ଯ୍ୟବେକ୍ଷଣ କରନ୍ତୁ, ପ୍ରଶ୍ନ କରନ୍ତୁ ଏବଂ ଅଭିଜ୍ଞତା ହାସଲ କରନ୍ତୁ। ଆମର ବୈଜ୍ଞାନିକମାନଙ୍କ ସହିତ ଜଡିତ ହୁଅନ୍ତୁ, ପ୍ରୟୋଗଶାଳାଗୁଡ଼ିକୁ ଦେଖନ୍ତୁ ଏବଂ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଗବେଷଣାରେ ଭାରତ କରିଥିବା ଅଗ୍ରଗତିକୁ ନିକଟରୁ ଜାଣନ୍ତୁ। ଏହିପରି ଆମେ କୌତୁହଳ, ପ୍ରମାଣ ଏବଂ ମହତ୍ତ୍ୱାକାଂକ୍ଷା ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ କରୁ ” ବୋଲି ସେ ମଧ୍ୟ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଭାବବିନିମୟ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ଥିଲା, ଯେପରିକି ନିର୍ଦ୍ଦେଶିତ ପ୍ର‌ୟୋଗଶାଳା ଭ୍ରମଣ, ଗବେଷଣା ପ୍ରଦର୍ଶନୀ, ପୋଷ୍ଟର ୱାକ୍, ଭିଡିଓ ଉପସ୍ଥାପନା ଏବଂ ଚାଲୁଥିବା ବୈଜ୍ଞାନିକ କାର୍ଯ୍ୟର ସିଧାସଳଖ ପ୍ରଦର୍ଶନ। ଛାତ୍ରଛାତ୍ରୀମାନେ ଆଇସିଏମଆର ବୈଜ୍ଞାନିକମାନଙ୍କ ସହିତ ଭାବବିନିମୟ କରିବାର ସୁଯୋଗ ମଧ୍ୟ ପାଇଥିଲେ, ଯେଉଁଥିରେ ଛାତ୍ରଛାତ୍ରୀମାନେ ବୈଜ୍ଞାନିକମାନଙ୍କର ଗବେଷଣା ଯାତ୍ରା, ବିଶେଷଜ୍ଞତାର କ୍ଷେତ୍ର ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୈନନ୍ଦିନ କାର୍ଯ୍ୟ ବିଷୟରେ ଅନ୍ତର୍ଦୃଷ୍ଟି ହାସଲ କରିଥିଲେ। ଅନୁଭବକୁ ଅଧିକ ଆକର୍ଷଣୀୟ କରିବା ପାଇଁ, ଡକ୍ଟର କ୍ୟୁରିଓ ନାମକ ଏକ ମାସ୍କଟକୁ ସାରା ଦିନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସହଜ ମାର୍ଗଦର୍ଶକ ଭାବରେ ଉପସ୍ଥାପିତ କରାଯାଇଥିଲା।

ଏହା ସହିତ, ଛାତ୍ରଛାତ୍ରୀମାନେ ଆଇସିଏମଆରର ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରୁଥିବା ଚାରୋଟି ସ୍ୱତନ୍ତ୍ର ଭାବରେ ସଂଗୃହୀତ କ୍ଷୁଦ୍ର ଚଳଚ୍ଚିତ୍ର : କୋଭାକ୍ସିନ – ଭାରତର ସ୍ୱଦେଶୀ ଟୀକାର ବିକାଶ, ଅଭିନବ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଆଇଡ୍ରୋନ୍ ପଦକ୍ଷେପ , ଭାରତର ଯକ୍ଷ୍ମା ନିରାକରଣ ପ୍ରୟାସ, ଏବଂ ବିଷାଣୁ ଯୁଦ୍ଧ ଅଭ୍ୟାସ – ଭବିଷ୍ୟତର ମହାମାରୀ ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ଏକ ଦେଶବ୍ୟାପୀ ମକ୍ ଡ୍ରିଲ୍ କୁ ଦେଖିଥିଲେ।

ଜଣେ ବିଶିଷ୍ଟ ଭାରତୀୟ ଚିକିତ୍ସା ବୈଜ୍ଞାନିକ, ରୋଗ ବିଶେଷଜ୍ଞ, ଚିକିତ୍ସା ଲେଖକ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ଡକ୍ଟର. ଭୁଲିମିରି ରାମଲିଙ୍ଗସ୍ୱାମୀଙ୍କ ୧୦୪ତମ ଜନ୍ମବାର୍ଷିକୀ ମଧ୍ୟ ପାଳିତ ହୋଇଥିଲା। ତାଙ୍କର ଐତିହ୍ୟ ପିଢ଼ି ପରେ ପିଢ଼ି ଗବେଷକମାନଙ୍କୁ ପ୍ରେରଣା ଦେଇ ଆସୁଛି ଏବଂ ଏହି ଅବସରରେ ଗୁରୁତ୍ୱ ବୃଦ୍ଧି କରିଛି।

ସାଇନ୍ ପଦକ୍ଷେପ ମାଧ୍ୟମରେ, ଆଇସିଏମଆର ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୈଜ୍ଞାନିକ କୌତୁହଳକୁ ପ୍ରୋତ୍ସାହିତ କରିବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟର ଉନ୍ନତିରେ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛି।

ଆଇସିଏମଆର ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାରେ ଉଠିଲା ଓଡିଶାର ଭୂତଳ ଜଳସ୍ତର ହ୍ରାସ ପ୍ରସଂଗ, ଉତ୍ତରରେ ଜଳଶକ୍ତି ମନ୍ତ୍ରୀ କହିଲେ..

December 1, 2025

ପୂର୍ବତଟ ରେଳପଥ ଆୟୋଜନ କଲା ଦ୍ୱିତୀୟ ନୀଳାଦ୍ରି କପ୍ T-20 ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍

December 1, 2025

Lok Sabha Adjourned: ଭୋଟର ତାଲିକା ସଂଶୋଧନ ନେଇ ତାତିଲେ ବିରୋଧୀ, ଲୋକସଭା ମୁଲତବି

December 1, 2025

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ 2025ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

December 1, 2025
Latest News

SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025

World AIDS Day: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍ ଦିବସ ୨୦୨୫ ପାଳିତ

December 1, 2025

ବାଣପୁରରେ ଆନ୍ତଃ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବାଳିକା ଖୋ-ଖୋ ପ୍ରତିଯୋଗିତା

December 1, 2025

ରାଜ୍ୟସଭାରେ ଉଠିଲା ଓଡିଶାର ଭୂତଳ ଜଳସ୍ତର ହ୍ରାସ ପ୍ରସଂଗ, ଉତ୍ତରରେ ଜଳଶକ୍ତି ମନ୍ତ୍ରୀ କହିଲେ..

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.