Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଆଜିର ଖବର

ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

August 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକନିକକୁ ନେଇ ଗଠିତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ  ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ଉପହାର । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏବଂ ଶାସନକୁ ଉନ୍ନତ କରିବା ମେରିଟ୍ ଯୋଜନାର ଉଦ୍ଦେଶ୍ୟ । ଏହି ‘କେନ୍ଦ୍ରୀୟ କ୍ଷେତ୍ର ଯୋଜନା’କୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୪୨୦୦ କୋଟି ଟଙ୍କା ମଧ୍ୟରୁ ବିଶ୍ୱ ବ୍ୟାଙ୍କରୁ ଋଣ ଭାବରେ ୨୧୦୦ କୋଟି ଟଙ୍କା ସହାୟତା ମିଳିବ। ଏହି ଯୋଜନା ଅଧୀନରେ ପ୍ରାୟ ୨୭୫ଟି ସରକାରୀ/ସରକାରୀ ସହାୟତା ପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନକୁ ଚୟନ ଏବଂ ସମର୍ଥନ କରାଯିବାର ଆଶା କରାଯାଉଛି। ଏଥିରେ ମନୋନୀତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି), ରାଜ୍ୟ ଇଞ୍ଜିନିୟରିଂ ପ୍ରତିଷ୍ଠାନ, ପଲିଟେକନିକ୍  ଏବଂ ଆଫିଲିଏଟିଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଏଟିୟୁ) ସାମିଲ ହେବ। ଏହା ବ୍ୟତୀତ, ବୈଷୟିକ ଶିକ୍ଷା କ୍ଷେତ୍ର ପରିଚାଳନା କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗଗୁଡ଼ିକୁ ମଧ୍ୟ ମେରିଟ୍ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ। ଏହା ବ୍ୟତୀତ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରୁ ଉପକୃତ ହେବେ।

ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତିରେ ଆମ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀର ବୈଷୟିକ ଶିକ୍ଷା ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପ। ମେରିଟ୍ ଆମର ବୈଷୟିକ ଶିକ୍ଷାକୁ ଭବିଷ୍ୟତ ଆଧାରିତ କରାଇବା ସହ ସର୍ବବ୍ୟାପୀ ଏବଂ ନବସୃଜନକୁ ଆଗେଇ ନେବ। ବହୁବିଧ ଶିକ୍ଷା, ପାଠ୍ୟକ୍ରମ ଏବଂ ଶିକ୍ଷା ସଂସ୍କାର, ଡିଜିଟାଲାଇଜେସନ୍ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ମାଧ୍ୟମରେ ବୈଷୟିକ ଶିକ୍ଷାର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବ। ସମାନତା ଏବଂ ଉପଲବ୍ଧିରେ  ଅସନ୍ତୁଳନକୁ ଦୂର କରିବ। ଗବେଷଣା, ନବସୃଜନ ଏବଂ ଉଦ୍ୟମିତା ଦୃଶ୍ୟପଟ୍ଟକୁ ଆହୁରି ସୁଦୃଢ଼ କରିବ। ସାଂସ୍ଥାଗତ ସୁଶାସନକୁ ମଜବୁତ କରିବ। ରୋଜଗର କ୍ଷମତାକୁ ଉନ୍ନତ କରିବା ସହ ୭.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ।

ଏହାବ୍ୟତୀତ ସେହିପରି କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁଓ୍ୱାଇ)ର ହିତାଧିକାରୀମାନଙ୍କ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ୧୨,୦୦୦ କୋଟି ଟଙ୍କା ସବସିଡି ଜାରି ରଖିବାକୁ ମଞ୍ଜୁର ଦେଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୩୩ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ ଅଛନ୍ତି। ଏହା ଦ୍ୱାରା ଗରିବ ପରିବାର ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ। ଅପରପକ୍ଷରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନିଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ସବସିଡି ଘୋଷଣା କରିବା ନିଷ୍ପତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ବୈଷୟିକ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026
Latest News

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.