Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ଯୋଜନାର ସମୀକ୍ଷା କଲେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଆଜିର ଖବର

ବିଭିନ୍ନ ଯୋଜନାର ସମୀକ୍ଷା କଲେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

August 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଭାଗ ଦ୍ବାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନାର କାର୍ଯ୍ୟ ବିଷୟରେ ସବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ବିଭାଗୀୟ ସମସ୍ତ ଅଧିକାରୀ, ସମସ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀମାନଙ୍କୁ ଦିଗଦର୍ଶନ ଦେଇ ବିଭାଗର କାର୍ଯ୍ୟକ୍ରମ ଗୁଡ଼ିକୁ ସେଚୁରେସନ୍ ମୋଡ୍ ରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନା, ହର୍ ଘର୍ ଜଲ୍, ବିକଶିତ ଗାଁ ବିକଶିତ ଓଡ଼ିଶା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଏମ୍ ଜିଏନ୍ଆର୍ ଇଜିଏସ୍ ଓ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଆଦି ସମ୍ବନ୍ଧରେ ସବିଶେଷ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଅଧିକାରୀ ଗଣଙ୍କ ଦ୍ବାରା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପିତ କରାଯାଇଥିଲା।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କାର୍ଯ୍ୟରେ ରୂପାୟନ କରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଉପରୋକ୍ତ ସମସ୍ତ ଯୋଜନାକୁ ପହଞ୍ଚାଇବା ବିଷୟରେ ମନ୍ତ୍ରୀ ଶ୍ରୀ ନାଏକ ଗୁରୁତ୍ବାରୋପ କରିଥିଲେ। ଯୋଜନା ଗୁଡ଼ିକର ରୂପାୟନରେ ପଛୁଆ ରହୁଥିବା ୩୦ଟି ବ୍ଲକ୍ ଓ ୩ ଟି ଜିଲ୍ଲା ଗୁଡ଼ିକ ଉପରେ ସ୍ଵତନ୍ତ୍ର ଫୋକସ୍ ଦିଆଯାଇ ପ୍ରତିଟି ପ୍ରକଳ୍ପର ଦୈନିକ ମନିଟରିଂ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବିଭାଗର ପ୍ରତିଟି କାର୍ଯ୍ୟ ପାଇଁ ଉତ୍ତରଦାୟିତ୍ବ ସୁନିଶ୍ଚିତ କରାଯାଇ ଅବହେଳା ଓ ନିମ୍ନଧରଣର ପ୍ରଦର୍ଶନ କ୍ଷେତ୍ରରେ ଯଥାବିଧି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି।

ସମସ୍ତ ପାନୀୟଜଳ ପ୍ରକଳ୍ପର ସ୍ଥିତି ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣକୁ ପ୍ରlଧାନ୍ୟତା ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ l ନିର୍ଦ୍ଧାରିତ ସମୟରେ ୨୦୭ ପ୍ରକଳ୍ପର ନିର୍ମାଣ ସମ୍ପୂର୍ଣ୍ଣ ଉପରେ ସେ ବିଶେଷ ଗୁରୁତ୍ବ ଦେଇଥିଲେ। ୧୮ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ବାକିଥିବା ସମସ୍ତ ପ୍ରକଳ୍ପ ଯେପରି ଯଥା ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବ ସେ ବିଷୟରେ ଆଲୋଚନା ହୋଇଥିଲା। ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଲେ ଦୈନିକ ଭିତ୍ତିରେ କାର୍ଯ୍ୟକାରୀ କରୁଥିବା ଏଜେନ୍ସି ଉପରେ ପେନାଲ୍ଟି ଓ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦରମାକାଟ ପାଇଁ ମନ୍ତ୍ରୀ ଶ୍ରୀ ନାଏକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗିରୀଶ ଏସ୍ଏନ୍ ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ଏହି ଅବସରରେ ପାନୀୟ ଜଳ ନିର୍ଦ୍ଦେଶକ ଭିନିତ ଭରଦ୍ବାଜ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଅନ୍ୟ ବରିଷ୍ଠ ଅଧିକାରୀଗଣ ମାନ୍ୟବର ମନ୍ତ୍ରୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ସୂଚିତ କରିଥଲେ। ଆଭାଷୀ ମାଧ୍ୟମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମାନ୍ୟବର ମନ୍ତ୍ରୀଙ୍କଠାରୁ ଦିଗଦର୍ଶନ ପ୍ରାପ୍ତ ହୋଇଥିଲେ।

ଯୋଜନାର ସମୀକ୍ଷା ରବିନାରାୟଣ ନାଏକ
Share. Facebook Twitter LinkedIn Email WhatsApp Copy Link

Related Posts

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026
Latest News

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.