ସମୀକ୍ଷା ବ୍ୟୁରୋ
୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍ ହାର୍ଟଥ୍ରୋବ୍ ଦୁଲ୍କର ସଲ୍ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦି ଭାଷୀ ଚଳଚିତ୍ରରେ ଅଭିନୟ କରିଛନ୍ତି ଦୁଲ୍କର । ମାଲାୟଲମ ସୁପରଷ୍ଟାର ମାମୁଟ୍ଟିଙ୍କ ପୁଅ ଦୁଲ୍କର୍ ପ୍ରୁଡ୍ୟୁ ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୨୦୧୨ରେ ସେକେଣ୍ଡ ଶୋ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଡେବ୍ୟୁ ପୁରସ୍କାର ମଧ୍ୟ ହାସଲ କରିଥିଲେ ଦୁଲ୍କର । ଏହାପରେ ଦୁଲ୍କର ଉସ୍ତାଦ ହୋଟେଲ୍ରେ ଅଭିନୟ କରି ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୨୦୧୪ ମସିହାରେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଦୁଲ୍କର । ଭାଆଇ ମୁଡି ପେସାଭମ୍(୨୦୧୪) ଫିଲ୍ମ ବ୍ୟତୀତ ମଣି ରତ୍ନମଙ୍କ ଓ କାଧାଲ କନମନି(୨୦୧୫) ରେ ଅଭିନୟ କରିଥିଲେ । ୨୦୧୮ମସିହା ଦୁଲ୍କରଙ୍କ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଥିଲା । ଏହି ବର୍ଷରେ ଏକ ସଙ୍ଗରେ ତେଲୁଗୁ ଏବଂ ବଲିଉଡ୍ ପଦାର୍ପଣ କରିଥିଲେ ଦୁଲ୍କର । ମହାନାଟୀରେ ଜେମିନି ଗଣେଶନ୍ଙ୍କମ ଚରିତ୍ରରେ ନଜର ଆସିଥିବା ବେଳେ କରଓ୍ବାଁ ଜରିଆରେ ବଲିଉଡ୍ ଦର୍ଶକଙ୍କ ନିକଟରେ ପହଞ୍ଚିଥିଲେ । ୨୦୧୯ରେ ଦୁଲ୍କାରଙ୍କ ଦୁଇଟି ତାମିଲ ଫିଲ୍ମ ଆସୁଥିବା ବେଳେ ସୋନମ କପୁରଙ୍କ ସହିତ ଦ ଜୋୟା ଫ୍ୟାକ୍ଟରରେ ନଜର ଆସିବେ ଦୁଲ୍କର । ନଜରିୟା ନାଜ୍ମିନ୍ଙ୍କ ସହିତ ଅନ୍ୟୁନ ୪ଟି ଫିଲ୍ମରେ ଅଭିନୟ କରି ସାରିଥିବା ବେଳେ ଅପ୍କମିଙ୍ଗ ତାମିଲ୍ ଫିଲ୍ମ ଭାନ୍ରେ ଉଭୟ ନଜର ଆସିବାକୁ ଯାଉଛନ୍ତି । ୨୦୧୧ରେ ଚେନ୍ନାଇର ଇଣ୍ଟେରିୟର ଡିଜାଇନର ଅମାଲ ସୁଫିୟାଙ୍କୁ ବିବାହ କରିଥିବା ଦୁଲ୍କାରଙ୍କ ଦୁଇ ବର୍ଷର ଝିଅ ରହିଛି ।