Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୩ ବର୍ଷରେ ପଦାର୍ପଣ କଲେ ମାଲାୟଲମ୍‌ ହାର୍ଟଥ୍ରୋବ୍‌ ଦୁଲ୍‌କର ସଲ୍‌ମାନ୍‌
ଆଜିର ଖବର

୩୩ ବର୍ଷରେ ପଦାର୍ପଣ କଲେ ମାଲାୟଲମ୍‌ ହାର୍ଟଥ୍ରୋବ୍‌ ଦୁଲ୍‌କର ସଲ୍‌ମାନ୍‌

July 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍‌ ହାର୍ଟଥ୍ରୋବ୍‌ ଦୁଲ୍‌କର ସଲ୍‌ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦି ଭାଷୀ ଚଳଚିତ୍ରରେ ଅଭିନୟ କରିଛନ୍ତି ଦୁଲ୍‌କର । ମାଲାୟଲମ ସୁପରଷ୍ଟାର ମାମୁଟ୍ଟିଙ୍କ ପୁଅ ଦୁଲ୍‌କର୍‌ ପ୍ରୁଡ୍ୟୁ ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୨୦୧୨ରେ ସେକେଣ୍ଡ ଶୋ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଡେବ୍ୟୁ ପୁରସ୍କାର ମଧ୍ୟ ହାସଲ କରିଥିଲେ ଦୁଲ୍‌କର । ଏହାପରେ ଦୁଲ୍‌କର ଉସ୍ତାଦ ହୋଟେଲ୍‌ରେ ଅଭିନୟ କରି ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୨୦୧୪ ମସିହାରେ ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଦୁଲ୍‌କର । ଭାଆଇ ମୁଡି ପେସାଭମ୍‌(୨୦୧୪) ଫିଲ୍ମ ବ୍ୟତୀତ ମଣି ରତ୍ନମଙ୍କ ଓ କାଧାଲ କନମନି(୨୦୧୫) ରେ ଅଭିନୟ କରିଥିଲେ । ୨୦୧୮ମସିହା ଦୁଲ୍‌କରଙ୍କ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଥିଲା । ଏହି ବର୍ଷରେ ଏକ ସଙ୍ଗରେ ତେଲୁଗୁ ଏବଂ ବଲିଉଡ୍‌ ପଦାର୍ପଣ କରିଥିଲେ ଦୁଲ୍‌କର । ମହାନାଟୀରେ ଜେମିନି ଗଣେଶନ୍‌ଙ୍କମ ଚରିତ୍ରରେ ନଜର ଆସିଥିବା ବେଳେ କରଓ୍ବାଁ ଜରିଆରେ ବଲିଉଡ୍‌ ଦର୍ଶକଙ୍କ ନିକଟରେ ପହଞ୍ଚିଥିଲେ । ୨୦୧୯ରେ ଦୁଲ୍‌କାରଙ୍କ ଦୁଇଟି ତାମିଲ ଫିଲ୍ମ ଆସୁଥିବା ବେଳେ ସୋନମ କପୁରଙ୍କ ସହିତ ଦ ଜୋୟା ଫ୍ୟାକ୍ଟରରେ ନଜର ଆସିବେ ଦୁଲ୍‌କର । ନଜରିୟା ନାଜ୍‌ମିନ୍‌ଙ୍କ ସହିତ ଅନ୍ୟୁନ ୪ଟି ଫିଲ୍ମରେ ଅଭିନୟ କରି ସାରିଥିବା ବେଳେ ଅପ୍‌କମିଙ୍ଗ ତାମିଲ୍‌ ଫିଲ୍ମ ଭାନ୍‌ରେ ଉଭୟ ନଜର ଆସିବାକୁ ଯାଉଛନ୍ତି । ୨୦୧୧ରେ ଚେନ୍ନାଇର ଇଣ୍ଟେରିୟର ଡିଜାଇନର ଅମାଲ ସୁଫିୟାଙ୍କୁ ବିବାହ କରିଥିବା ଦୁଲ୍‌କାରଙ୍କ ଦୁଇ ବର୍ଷର ଝିଅ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

ମାନସିକ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026
Latest News

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

ମାନସିକ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.