ରଣପୁର: ଓଡିଶା ସରକାରଙ୍କ ପ୍ରମୁଖ ଅର୍ଥ ବିଭାଗ ସଚିବଙ୍କ ସଂଜୀବ କୁମାର ମିଶ୍ରଙ୍କ ଶୁକ୍ରବାର ନୟାଗଡ ଜିଲ୍ଲା ଗସ୍ତ ରହିଥିଲା। ନୟାଗଡ ଗସ୍ତ ସାରି ରଣପୁର ଡାକ୍ତର ଖାନା ପରିସରରେ ଥିବା ଆଧାର କେନ୍ଦ୍ର ପରିଦର୍ଶନରେ ଆସି ନମୁନା ପରଖିବା ପାଇଁ ନିଜେ ଖାଦ୍ୟର ସ୍ୱାଦ ବାରିଥିବା ଜଣାଯାଇଛି। ତାଙ୍କ ସହ ନୟାଗଡ ଜିଲ୍ଲାପାଳ ରଣପୁର ତହସିଲଦାର, ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।
