ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ରାଜ୍ୟ ଅଭିଲେଖାଗାର ପରିସରରେ ଶନିବାର ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ଡକ୍ଟର ବିଜୟ କୁମାର ଉପାଧ୍ୟାୟ, ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ, ଅଧୀକ୍ଷକ ଡକ୍ଟର ଏସ.କେ. ସୋଲେମନ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଅଗଷ୍ଟକ୍ରାନ୍ତି ଦିବସର ମହତ୍ବ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା।
