Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ ଚୁଲବୁଲି ନାୟିକା ଲିପି, ସାମ୍ନାକୁ ଆସିଲା ପୋଷ୍ଟର
ଆଜିର ଖବର

ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ ଚୁଲବୁଲି ନାୟିକା ଲିପି, ସାମ୍ନାକୁ ଆସିଲା ପୋଷ୍ଟର

August 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜରେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଭଉଣୀ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଲିପି ମହାପାତ୍ର। ଅଭିନେତ୍ରୀ ଲିପି ଆଲବମ୍ କୁଇନ୍ ଭାବେ ବେଶ ପରିଚୟ ସୃଷ୍ଟି କରିଥିଲେ ଏବଂ ଆଜି ବି ତାଙ୍କର ଅଭିନୟର ଯାଦୁ ଜାରି ରହିଛି। ତେବେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀଙ୍କର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଶ୍ରୋତା ପୁଣି ଥରେ ଭାଇ ଭଉଣୀଙ୍କୁ ନେଇ ଏକ ନୂଆ ରାକ୍ଷୀ ଗୀତ ଶୁଣିବାକୁ ପାଇବେ ଏବଂ ତାହା ନିଶ୍ଚିତ ଭାବେ ଶ୍ରୋତାଙ୍କ ହୃଦୟରେ ଛାପ ହୋଇ ରହିବ।

ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ନାଁ। ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ପାଦ ରଖି ଓଡ଼ିଆ ଚଳଚ୍ଚିତ୍ର ଜଗତର ଗାରିମାକୁ ସେ ବଢାଇଛନ୍ତି। ପୂର୍ବରୁ ବ୍ଲାକମେଲ, ଅ ଆ ହର୍ଷଇ ସହିତ ଭିଲେନ୍ ଭଳି ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଛନ୍ତି। କିଛି ଦିନ ପୂର୍ବେ ଚଳଚ୍ଚିତ୍ର ଚ୍ୟାଲେଞ୍ଜର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଛି। ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ମଧ୍ୟ ଭରି ରହିଛି। ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ଏହା ହେଉଛି ୬ଷ୍ଠ ଅବଦାନ। ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରଥାନ୍ତି ଅର୍ଦ୍ଧେନ୍ଦୁ। ଚ୍ୟାଲେଞ୍ଜରେ ମଧ୍ୟ କିଛି ନୂଆ କରିବା ପାଇଁ ମହାଭାରତର ସେଇ ନାମୀ ଦାମୀ ଚରିତ୍ରରେ ଅଭିନୟ କରିଥିବା ପୁନିତ ଇସାର ଓରଫ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ।

ଅଭିନେତ୍ରୀ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କୁ ଦର୍ଶକେ ଚ୍ୟାଲଞ୍ଜ ରେ ଦେଖିବାକୁ ପାଇବେ। ନୂଆ କଥା ମ୍ୟୁଜିକ୍ ଭିଡିଓ ଜାଇଫୁଲ ର ସଫଳ ଯୋଡ଼ି ଲିପି ଓ ପୁପିନ୍ଦର ସିଂହ ଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ଯୁବ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ ଏହି ଚ୍ୟାଲେଞ୍ଜ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଭାର ନେଇଥିବା ବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଚିତ୍ରତ୍ତୋଳନ କରିଛନ୍ତି ପ୍ରତାପ ରାଉତ, ପ୍ରଚାର ପ୍ରସାର ଓ କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ନାୟକ। ଚଳଚ୍ଚିତ୍ରଟି ଆସନ୍ତା ଦଶହରାରେ ସାରା ଓଡ଼ିଶାରେ ପ୍ରକାଶ ଫିଲ୍ମସ ଡିଷ୍ଟ୍ରିଵ୍ୟୁସନ ବ୍ୟାନରରେ ମୁକ୍ତିଲାଭ କରିବ।

ଓଡିଆ ଚଳଚ୍ଚିତ୍ର ଦଶହରା ରାକ୍ଷୀ ପୂର୍ଣ୍ଣିମା ଲିପି ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026
Latest News

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.