Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀରେ ସାଂସଦ ମାନଙ୍କ ପାଇଁ ନବନିର୍ମିତ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ନୂଆଦିଲ୍ଲୀରେ ସାଂସଦ ମାନଙ୍କ ପାଇଁ ନବନିର୍ମିତ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଅଗଷ୍ଟ ୨୦୨୫ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବାବା ଖରକ ସିଂହ ମାର୍ଗରେ ସାଂସଦ ମାନଙ୍କ ପାଇଁ ୧୮୪ଟି ନବନିର୍ମିତ ଟାଇପ୍-VII ବହୁତଳ ଫ୍ଲାଟ୍ ଉଦଘାଟନ କରିବେ ।

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଆବାସିକ ପରିସରରେ ଏକ ସିନ୍ଦୁର ଚାରା ରୋପଣ କରିବେ । ଶ୍ରମଜୀବୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏହି କମ୍ପ୍ଲେକ୍ସକୁ ସ୍ୱୟଂପରିପୂର୍ଣ୍ଣ ହେବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିସହିତ ସଂସଦର ସଦସ୍ୟଙ୍କ କାର୍ଯ୍ୟକାରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଆଧୁନିକ ସୁବିଧା ସହ ଏହା ସଜ୍ଜିତ । ସବୁଜ ପ୍ରଯୁକ୍ତି ଆଧାରରେ ପ୍ରକଳ୍ପଟି GRIHA 3-ତାରକା ରେଟିଂର ମାନଦଣ୍ଡ ପାଳନ କରୁଛି ଏବଂ ଜାତୀୟ ଭବନ ସଂହିତା (NBC) ୨୦୧୬ ସହିତ ମଧ୍ୟ ସମନ୍ୱୟ ରକ୍ଷା କରୁଛି । ଏହି ପରିବେଶଗତ ସ୍ଥାୟୀ ବୈଶିଷ୍ଟ୍ୟଗୁଡ଼ିକ ଶକ୍ତି ସଂରକ୍ଷଣ, ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ପ୍ରଭାବଶାଳୀ ବର୍ଜ୍ୟ ପରିଚାଳନାରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତିବିଦ୍ୟାର ବ୍ୟବହାର – ବିଶେଷକରି, ଆଲୁମିନିୟମ ସଟରିଂ ସହିତ ମୋନୋଲିଥିକ୍ କଂକ୍ରିଟ୍ – ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ପରିସମାପ୍ତି ସହିତ ଢାଞ୍ଚାଗତ ସ୍ଥାୟୀତ୍ୱ ସୁନିଶ୍ଚିତ କରିଛି । ଏହି କମ୍ପ୍ଲେକ୍ସଟି ଦିବ୍ୟାଙ୍ଗ-ଅନୁକୂଳ ସମାବେଶୀ ଡିଜାଇନ୍‌ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି।

ସଂସଦ ସଦସ୍ୟଙ୍କ ପାଇଁ ପର୍ଯ୍ୟାପ୍ତ ବାସଗୃହ ଅଭାବ ହେତୁ ଏହି ପ୍ରକଳ୍ପ ବିକାଶର ଆବଶ୍ୟକ ହୋଇଥିଲା । ସୀମିତ ଜମି ଉପଲବ୍ଧତା ଯୋଗୁଁ, ଭୂମି ବ୍ୟବହାରକୁ ଉନ୍ନତ କରିବା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ହ୍ରାସ କରିବା ଲକ୍ଷ୍ୟରେ ଭୂଲମ୍ବ ଗୃହ ବିକାଶ ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଇଛି।

ପ୍ରତ୍ୟେକ ଆବାସିକ ୟୁନିଟ୍ ପ୍ରାୟ ୫,୦୦୦ ବର୍ଗଫୁଟ କାର୍ପେଟ କ୍ଷେତ୍ର ପ୍ରଦାନ କରୁଛି, ଯାହା ଆବାସିକ ଏବଂ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସ୍ଥାନ ପ୍ରଦାନ କରୁଛି । କାର୍ଯ୍ୟାଳୟ, କର୍ମଚାରୀ ବାସସ୍ଥାନ ଏବଂ ଏକ ଗୋଷ୍ଠୀ କେନ୍ଦ୍ର ପାଇଁ ସମର୍ପିତ କ୍ଷେତ୍ର ରହିଥିବାରୁ ସଂସଦର ସଦସ୍ୟମାନେ ଜନ ପ୍ରତିନିଧି ଭାବରେ ସେମାନଙ୍କର ଦାୟିତ୍ୱ ପାଳନ କରିବାରେ ସମର୍ଥ ହୋଇପାରିବେ।

ଆଧୁନିକ ଗଠନାତ୍ମକ ଡିଜାଇନ୍ ମାନଦଣ୍ଡ ଅନୁଯାୟୀ, କମ୍ପ୍ଲେକ୍ସ ମଧ୍ୟରେ ସମସ୍ତ କୋଠା ଭୂମିକମ୍ପ-ନିରୋଧୀ ଅଟେ । ସମସ୍ତ ବାସିନ୍ଦାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଏବଂ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Latest News

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.