ଭୁବନେଶ୍ବର: ଆଜି ଜଟଣୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପାଳନ କରିଛନ୍ତି ତାଙ୍କର ଜନ୍ମ ଦିନ। ଆଜି ତାଙ୍କର ଭୁବନେଶ୍ବର ବାସଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସେ ପାଳନ କରିଛନ୍ତି ଏହି ଜନ୍ମ ଉତ୍ସବ। ତାଙ୍କର ଜନ୍ମ ଦିନରେ ବିଭିନ୍ନ ଦଳର ନେତାମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ବର୍ତ୍ତାମାନ ୮୨ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ବୟସରେ ସେ ଏବେ ବି ବେଶ ଚଳଚଞ୍ଚଳ।
ତାଙ୍କର ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ସଭାପତି ଭକ୍ତଦାସ। ତାଙ୍କ ନିକଟକୁ ଯାଇ ସେ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫଲ ଘଡାଇ ମଧ୍ୟ ସୁରେଶ ରାଉତରାୟଙ୍କୁ ଅଭିନନ୍ଦନ କରିଛନ୍ତି। ସୁରଭାଇ ହେଉଛନ୍ତି ଜଣେ ଅଜାତ ଶତ୍ରୁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେହିପରି ଆଜି ତାଙ୍କ ବାସଭବନରେ ବହୁ ନେତାଙ୍କ ଭିଡ ଜମିଥିଲା।
ସୁର ରାଉତରାୟଙ୍କ ନେତା ଭାବେ ଲୋକସଂପର୍କ ବେଶ ଭଲ। ସେ ମାଡି ଚାଲ, ବିୟୁଟିଫୁଲ, ରେଡି ତ ପରି ଡାଉଲଗ ପାଇଁ ସେ ବେଶ ପରିଚିତ। ସେ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଜଟଣୀ ନିର୍ବାଚନ ମଣ୍ଡଳିରୁ ଜିତିଥିଲେ। ଏହାପରେ ସେ ୧୦ଥର ନିର୍ବାଚନ ଲଢ଼ି ୬ ଥର ବିଧାୟକ ହୋଇଛନ୍ତି।