Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସର ସବୁ କମିଟରୁ ଇସ୍ତଫା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର: କଂଗ୍ରେସର ସମସ୍ତ କମିଟରୁ ଇସ୍ତଫା ପ୍ରଦାନ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଭିନ୍ନ କମିଟରୁ ଇସ୍ତଫା ଦେଇଥିବାର ଜଣାପଡିଛି। ହେଲେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ଅଛନ୍ତି। ଅର୍ଥାତ ସେ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଏହାର କାରଣ ହେଲା ତାଙ୍କର ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗଦାନ।

ସୁରେଶ ରାଉତରାୟ କହିଛନ୍ତି ଯେ, ମୋ ପୁଅକୁ କଂଗ୍ରେସରୁ ଛିଡା ହେବା ପାଇଁ ବହୁତ କହିଲି। ହେଲେ ସେ ରାଜି ହେଲା ନାହିଁ। ସେ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଭକ୍ତ ପାଲଟିଯାଇଛି। ହେଲେ ମୁଁ ଜଣେ ସଚ୍ଚୋଟ କଂଗ୍ରେସ କର୍ମି। ପୁଅକୁ ବିଜେଡି ଭୁବନେଶ୍ବରର ଲୋକସଭା ଆସନରେ ଛିଡା କରିଛି। ସେ ଯାହା କରିବ କରୁ ମୁଁ ତାକୁ ସାହାଯ୍ୟ କରିପାରିବି ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି।

ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ଚର୍ଚ୍ଚା ହେବାର କାରଣ ହେଉଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ ହିଁ ଜଣାଇଛନ୍ତି ଉଭୟ ନିର୍ବାଚନ ଲଢିବେ। ଜଟଣୀରେ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ଜନସଭା ପରେ ଶରତ ପଟ୍ଟନାୟକ ଏହା କହିଛନ୍ତି। ସେଠାରେ ସେ ସୁରେଶ ରାଉତରାୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସଂଗଠନ ଅଛି ବୋଲି ଅନୁଭବ କଲେ। ଜଟଣୀରେ ତାଙ୍କ ପୁଅ ଅପେକ୍ଷା ବାପା ସୁର ରାଉତରାୟଙ୍କୁ ଲୋକେ ବହୁତ ଭଲ ପାଉଛନ୍ତି ବୋଲି ଶରତ ଜାଣିବାକୁ ପାଇଲେ।

ଏହାପରେ ସେ ଭୁବନେଶ୍ବର ଆସି ଅନ୍ୟମାନଙ୍କୁ କହିଲେ ଯେ, ଜଟଣୀରୁ ସୁରେଶ ରାଉତରାୟ ଛିଡା ହେବେ। କାରଣ ସେଠାକାର ଲୋକେ ସେ ଛିଡା ହୁଅନ୍ତୁ ବୋଲି ଚାହୁଛନ୍ତି। ଆମେ ସୁର ଭାଇଙ୍କୁ ଅନୁରୋଧ କରିବୁ ସେ ଏଥର ନିର୍ବାଚନରେ ଜଟଣୀ ବିଧାନସଭାରୁ ଲଢେଇ କରନ୍ତୁ। ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ବରିଷ୍ଠ ନେତା ନରିସଂହ ମିଶ୍ରଙ୍କୁ ମଧ୍ୟ ଲୋକେ ଚାହୁଛନ୍ତି। ତାଙ୍କୁ ମଧ୍ୟ ଏଥର ଛିଡା କରିବା ପାଇଁ ଅନୁରୋଧ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ କଂଗ୍ରେସ ବେଶ ପୁରୁଖା ନେତା ହେଉଛନ୍ତି ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଉଭୟଙ୍କର ତ୍ରୁଣମୂଳ ସ୍ତରରେ ରହିଛି ସୁଦୃଢ ସଂଗଠନ। ହେଲେ ବୟସ ହୋଇଯାଇଥିବାରୁ ଉଭୟ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏପରିକି ଉଭୟ ସେମାନଙ୍କର ପୁଅଙ୍କୁ କଂଗ୍ରେସ ଟିକେଟ ଦେଉ ବୋଲି ଅନୁରୋଧ କରିଛନ୍ତି। ଏଥିରେ କଂଗ୍ରେସ ଦଳ ମଧ୍ୟ ରାଜି ହୋଇଥିବାର ଜଣାପଡିଛି। ହେଲେ ପରିସ୍ଥିତି ଦେଖି ବର୍ତ୍ତମାନ ଦଳ ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଥିବାର ଲକ୍ଷ୍ୟ କରାଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ଧରିବେ ପଦ୍ମ, ସେପଟେ କଂଗ୍ରେସରେ ବଡ ପୁଅ

ଭୁବନେଶ୍ବର: ପଦ୍ମ ପୋଖରୀରେ ପଶିବେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଅର୍ଥାତ ସେ ବିଜେପିରେ ସାମିଲ ହୋଇ ଜଟଣୀ ପାଇଁ ବିଧାୟକ ପ୍ରାର୍ଥୀ ହେବେ। ଏ ନେଇ ବିଜେପି ତରଫରୁ ସବୁଜ ସଙ୍କେତ ମଧ୍ୟ ମିଳି ସାରିଛି। ସେଥିପାଇଁ ତାଙ୍କ ମିଶ୍ରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମନ୍ମଥ।

ପୂର୍ବରୁ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ନିଜେ ସୁରେଶ ରାଉତରାୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ମନ୍ତବ୍ୟ ନେଇ ମନ୍ମଥଙ୍କୁ କଂଗ୍ରେସ ନିଳମ୍ବନ କଲା। ପରବର୍ତ୍ତି ସମୟରେ ତାଙ୍କୁ ଜଟଣୀ ଟିକେଟ ନେବା ପାଇଁ କଂଗ୍ରେସ ତରଫରୁ ବୁଝାଯାଇଥିଲା। ହେଲେ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ରୋକଠୋକ ମନା କରିଦେଲେ।

ଏହାପରେ ସେ ବିଜେପି ସହିତ ଯୋଗାଯୋଗ କରି ସେଥିରେ ସାମିଲ ହେବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ଯାହାକୁ ନେଇ ସୁରେଶ ରାଉତରାୟ କଣ କରିବେ କିଛି ଚିନ୍ତା କରିପାରୁ ନାହାଁନ୍ତି।

ପ୍ରଥମେ ସେ ସାନ ପୁଅ ମନ୍ମଥ ଏଥର ନିର୍ବାଚନରେ ଛିଡା ହେବ ବୋଲି ଘୋଷଣା କରିଥିଲେ। ସେଥିପାଇଁ ସେ ପାଇଲଟ ଚାକିରୀ ଛାଡିଛି ବୋଲି ସମସ୍ତଙ୍କ ଆଗରେ କହିଲେ। ହେଲେ ପରବର୍ତ୍ତି ସମୟରେ ମନ୍ମଥ କଂଗ୍ରେସରୁ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ସୁର ରାଉତରାୟଙ୍କ ଚିନ୍ତା ବଢିଗଲା।

ଏହାପରେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିର୍ବାଚନ ଲଢିବେ ବୋଲି ପୁଣି ସୁର ରାଉତରାୟ ପରୋକ୍ଷରେ କହି ବୁଲିଲେ। ତେବେ ସେ ଜଟଣୀରୁ ଛିଡା ନ ହୋଇ ନିମାପଡାରୁ କଂଗ୍ରେସରୁ ଛିଡା ହେବ ବୋଲି କହିଲେ।

ସାରା ଜୀବନ କଂଗ୍ରେସ ଦଳ ପାଇଁ ସମର୍ପି ଦେଇଥିବା ସୁରେଶ ରାଉତରାୟଙ୍କ ଉତ୍ତରାଧିକାରୀକୁ ନେଇ ସମସ୍ୟାରେ ପଡିଛନ୍ତି। ବର୍ତ୍ତମାନ ଯାହା ଜଣାପଡିଛି ତାଙ୍କର ସାନ ପୁଅ ଜଟଣୀରୁ ବିଜେପି ପ୍ରାର୍ଥୀ ଏବଂ ବଡ ପୁଅ ନିମାପଡାରୁ କଂଗ୍ରେସ ପ୍ରାର୍ଥୀ ହୋଇ ଲଢେଇ କରିବେ।

ତେବେ ଗୋଟିଏ ପରିବାରରୁ ଗୋଟିଏ ଭାଇ କଂଗ୍ରେସ ଏବଂ ଆଉ ଗୋଟିଏ ଭାଇ ବିଜେପିରୁ ଲଢେଇ କଲେ ଲୋକେ କେତେ ଦୂର ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

୮୦ ବର୍ଷ ବୟସରେ ଜଟଣୀ ବିଧାୟକ ସୁର ରାଉତରାୟ, ଆହୁରି ମାଡି ଚାଲିବେ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଦିନ ଗତକାଲି ଭୁବନେଶ୍ବରର ତାଙ୍କ ବାସଭବନରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତାମାନେ ଯୋଗଦେଇ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।

ଏତେ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ସୁର ରାଉତରାୟ ସବୁବେଳେ ଫିଟ୍। ବର୍ତ୍ତମାନ ମଧ୍ୟ ସେ ବେଶ ଚଳଚଞ୍ଚଳ ଅଛନ୍ତି। ନିଟକରେ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ସେଥିରୁ ବାହାରି ପୁଣି ପୂର୍ବପରି କାମ କରିବାରେ ଲାଗିଛନ୍ତି। ତାଙ୍କୁ ଯେଉଁମାନେ ଶୁଭେଚ୍ଛା ଜଣାଇବା ପାଇଁ ଆସୁଛନ୍ତି ସେମାନେ ସମସ୍ତେ ତାଙ୍କର ନିଜ ଡାଇଲଗ ତାଙ୍କୁ ଶୁଣାଉଛନ୍ତି। ‘ମାଡି ଚାଲ’  ସୁର ଭାଇ ବୋଲି କହି ଶୁଭେଚ୍ଛା ଜଣାଉଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଧାୟକ ସୁର ରାଉତରାୟ, କଲେ ବଡ ଘୋଷଣା

ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହି ଫଟୋରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭେ କେ ପାଣ୍ଡିଆନଙ୍କ ସହିତ ସେ ଆଲୋଚନା କରୁଛନ୍ତି। କେବଳ ସୁର ନୁହଁନ୍ତି, ତାଙ୍କ ସହିତ ତାଙ୍କର ସାନ ପୁଅ ମନ୍ନଥ ରାଉତରାୟ ମଧ୍ୟ ଅଛନ୍ତି।

ଏହି ଫଟୋକୁ ନେଇ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଅନେକ ଟିପଣୀ ଦେଇଛନ୍ତି ଯେ, ସୁର ରାଉତରାୟ ଏଥର ବିଜେଡିରୁ ଛିଡା ହେବେ। ଆଉ କେତେକ ସେ ନୁହଁନ୍ତି ତାଙ୍କ ପୁଅ ଜଟଣୀରୁ ବିଜେଡିରୁ ଛିଡା ହେବେ। ଏହି ଆଲୋଚନା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଗଲା। ଘଟଣା ଏପରି ହେଲା ଯେ, ସୁର ରାଉତରାୟ ବାଧ୍ୟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟି କରଣ ଦେଲେ।

ଫଟୋକୁ ନେଇ ଦଳ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ଫୋନ କରିବାରୁ ସେ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ। ସେ କହିଲେ ଯେ ମୁଁ ସାରା ଜୀବନ କଂଗ୍ରେସରେ ରହି ସେବା କରିଛି। ନିଜ ସ୍ବାର୍ଥ ପାଇଁ ମୁଁ କେବେ ବି କଂଗ୍ରେସରୁ ସୂତା ଖିଅଟିଏ ପରି ଘୁଞ୍ଚି ନାହିଁ। ମୁଁ ରୋକଠୋକ ଲୋକ। ମୁଁ କେଉଁଠି କି କାହା ପାଖରେ ଲଟର ପଟର ହୋଇ ଦଳ ଡେଇଁବାର ନାହିଁ। ମୋର ଜନ୍ମ କଂଗ୍ରେସରେ ଏବଂ ମରଣ ମଧ୍ୟ ସେହି କଂଗ୍ରେସରେ।

ତେବେ ଆପଣ କଣ ପାଇଁ ପୁଅଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବୋଲି ପ୍ରଶ୍ନ କରିବାରୁ ସେ କହିଲେ ଯେ, ତାହା ଥିଲା ସୌଜନ୍ୟ ସାକ୍ଷାତ। ତେବେ ମୁଁ ଆପଣଙ୍କ ସମ୍ମୁଖରେ ଘୋଷଣା କରି କହୁଛି ଯେ, ମୁଁ କଂଗ୍ରେସରୁ କେବେ କୁଆଡେ ଯିବି ନାହିଁ। ହେଲେ ଏଣିକି ଆଉ ମୁଁ ନିର୍ବାଚନରେ ଲଢିବା ନାହିଁ। ମୋର ବୟସ ଅଶି ପାଖାପାଖି ହେଲାଣି। ଆଉ ଏତେ କାମ କରିବା ସମ୍ଭବ ନୁହେଁ।

ତେବେ ଜଟଣୀରୁ କିଏ ଛିଡା ହେବ ବୋଲି ପଚରାଯିବାରୁ ସୁର କହିଲେ ଯେ, ମୋ ସାନପୁଅ ମନ୍ନଥ ରାଉତରାୟ ଜଟଣୀରୁ ଛିଡା ହେବ। ସାମ୍ବାଦିକମାନେ ପୁଣି ପଚାରିଲେ, ସେ ବିଜେଡିରୁ ଛିଡା ହେବେ କି ? ସୁର ତୁରନ୍ତ ନା ନା ବୋଲି କହିଲେ। ସେ ସ୍ପଷ୍ଟ ଉତ୍ତର ଦେଲେ ଯେ , ଜଟଣୀରୁ ମୋ ପୁଅ କଂଗ୍ରେସରୁ ହିଁ ଛିଡା ହେବ। ସେ ପୁଣି ଦୋହରାଇ କହିଲେ ମନ୍ନଥ କଂଗ୍ରେସରୁ ଛିଡା ହେବ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ନବୀନବାବୁ ବାଛନ୍ତି ବୋଲି ମନ୍ତବ୍ୟକୁ ନେଇ ସୁର ରାଉତରାୟଙ୍କୁ ମିଳିଲା ନୋଟିସ

ଭୁବନେଶ୍ବର: ଶେଷରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି କାରଣ ଦର୍ଶା ନୋଟିସ। ଏହା ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଗଣମାଧ୍ୟମରେ ସେ ଏକ ବିବୃତି ଦେଇଥିଲେ। ତାହା ଥିଲା ନବୀନ ପଟ୍ଟନାୟକ କଂଗ୍ରେସ ସଭାପତି କିଏ ହେବ ତାହା ବାଛନ୍ତି।

ଏପରି ମନ୍ତବ୍ୟ ପ୍ରଦେଶ କଂଗ୍ରେସ ପାଇଁ ବହୁ କ୍ଷତିଦାୟକ ଏବଂ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଆପଣଙ୍କ ପରି ଜଣେ ବରିଷ୍ଠ ନେତାଙ୍କଠାରୁ ଏପରି ମନ୍ତବ୍ୟ ଶୋଭା ପାଉ ନାହିଁ। ଆପଣ କେଉଁ ପରିସ୍ଥିତିରେ ଏପରି ମନ୍ତବ୍ୟ ଦେଲେ ତାହାର ସ୍ପଷ୍ଟି କରଣ ଦିଅନ୍ତି ବୋଲି ନିରଞ୍ଜନ ନୋଟିସରେ ଉଲ୍ଲେଖ କରିଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆପଣଙ୍କ ଉତ୍ତର ମିଳିବା ପରେ ତାହା ଏଆଇସିସି କୁ ଅବଗତ କରାଯିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶୀତଳଷଷ୍ଠୀ ଅବସରରେ ଚନ୍ଦନ ଉତ୍ସବରେ ଯୋଗ ଦେଇ ସ୍ନାନ କଲେ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର, ଜଟଣୀର କଂଗ୍ରେସ ବିଧାୟକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ ବିବାଦୀୟ ମନ୍ତବ୍ୟ ଦେଇ ହେଉ କିମ୍ବା କେତେବେଳେ ରଜ ଦୋଳିରେ ଝୁଲିବା ହେଉ। ଏହି ବୟସରେ ସେ ବେଶ ଚଳଚଞ୍ଚଳ ସହିତ ଚର୍ଚ୍ଚାରେ ରହିଥାନ୍ତି।

ସେହିପରି ବିଧାୟକ ସୁରେଶ ରାଉତରାୟ ଆଜି ଶୀତଳଷଷ୍ଠୀ ଉପଲକ୍ଷେ ସେ ପୁରୁଣା ଭୁବନେଶ୍ବରରେ ଥିବା ଗୁଆଝର ପରିସରରେ ସଂଧ୍ୟାରେ ଚନ୍ଦନ ସ୍ନାନ କରିଛନ୍ତି। ଆଜି ପ୍ରଭୃ ଲିଙ୍ଗରାଜଙ୍କ ବିବାହ ଉତ୍ସବ କେଦାରଗୌରୀ ମନ୍ଦିରରେ ଅନୁଷ୍ଠିତ ହେଉଛି। ସେହିଠାରେ ଥିବା ପୋଖରୀରେ ଭକ୍ତମାନଙ୍କ ସହିତ ସେ ଏହି ଚନ୍ଦନ ସ୍ନାନ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ବେଶ୍ ପ୍ରସଂଶା କରାଯାଉଛି।