Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ଧରିବେ ପଦ୍ମ, ସେପଟେ କଂଗ୍ରେସରେ ବଡ ପୁଅ
ନିର୍ବାଚନ ଖବର

ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ଧରିବେ ପଦ୍ମ, ସେପଟେ କଂଗ୍ରେସରେ ବଡ ପୁଅ

February 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ଧରିବେ ପଦ୍ମ, ସେପଟେ କଂଗ୍ରେସରେ ବଡ ପୁଅ

ଭୁବନେଶ୍ବର: ପଦ୍ମ ପୋଖରୀରେ ପଶିବେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଅର୍ଥାତ ସେ ବିଜେପିରେ ସାମିଲ ହୋଇ ଜଟଣୀ ପାଇଁ ବିଧାୟକ ପ୍ରାର୍ଥୀ ହେବେ। ଏ ନେଇ ବିଜେପି ତରଫରୁ ସବୁଜ ସଙ୍କେତ ମଧ୍ୟ ମିଳି ସାରିଛି। ସେଥିପାଇଁ ତାଙ୍କ ମିଶ୍ରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମନ୍ମଥ।

ପୂର୍ବରୁ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ନିଜେ ସୁରେଶ ରାଉତରାୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ମନ୍ତବ୍ୟ ନେଇ ମନ୍ମଥଙ୍କୁ କଂଗ୍ରେସ ନିଳମ୍ବନ କଲା। ପରବର୍ତ୍ତି ସମୟରେ ତାଙ୍କୁ ଜଟଣୀ ଟିକେଟ ନେବା ପାଇଁ କଂଗ୍ରେସ ତରଫରୁ ବୁଝାଯାଇଥିଲା। ହେଲେ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ରୋକଠୋକ ମନା କରିଦେଲେ।

ଏହାପରେ ସେ ବିଜେପି ସହିତ ଯୋଗାଯୋଗ କରି ସେଥିରେ ସାମିଲ ହେବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ଯାହାକୁ ନେଇ ସୁରେଶ ରାଉତରାୟ କଣ କରିବେ କିଛି ଚିନ୍ତା କରିପାରୁ ନାହାଁନ୍ତି।

ପ୍ରଥମେ ସେ ସାନ ପୁଅ ମନ୍ମଥ ଏଥର ନିର୍ବାଚନରେ ଛିଡା ହେବ ବୋଲି ଘୋଷଣା କରିଥିଲେ। ସେଥିପାଇଁ ସେ ପାଇଲଟ ଚାକିରୀ ଛାଡିଛି ବୋଲି ସମସ୍ତଙ୍କ ଆଗରେ କହିଲେ। ହେଲେ ପରବର୍ତ୍ତି ସମୟରେ ମନ୍ମଥ କଂଗ୍ରେସରୁ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ସୁର ରାଉତରାୟଙ୍କ ଚିନ୍ତା ବଢିଗଲା।

ଏହାପରେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିର୍ବାଚନ ଲଢିବେ ବୋଲି ପୁଣି ସୁର ରାଉତରାୟ ପରୋକ୍ଷରେ କହି ବୁଲିଲେ। ତେବେ ସେ ଜଟଣୀରୁ ଛିଡା ନ ହୋଇ ନିମାପଡାରୁ କଂଗ୍ରେସରୁ ଛିଡା ହେବ ବୋଲି କହିଲେ।

ସାରା ଜୀବନ କଂଗ୍ରେସ ଦଳ ପାଇଁ ସମର୍ପି ଦେଇଥିବା ସୁରେଶ ରାଉତରାୟଙ୍କ ଉତ୍ତରାଧିକାରୀକୁ ନେଇ ସମସ୍ୟାରେ ପଡିଛନ୍ତି। ବର୍ତ୍ତମାନ ଯାହା ଜଣାପଡିଛି ତାଙ୍କର ସାନ ପୁଅ ଜଟଣୀରୁ ବିଜେପି ପ୍ରାର୍ଥୀ ଏବଂ ବଡ ପୁଅ ନିମାପଡାରୁ କଂଗ୍ରେସ ପ୍ରାର୍ଥୀ ହୋଇ ଲଢେଇ କରିବେ।

ତେବେ ଗୋଟିଏ ପରିବାରରୁ ଗୋଟିଏ ଭାଇ କଂଗ୍ରେସ ଏବଂ ଆଉ ଗୋଟିଏ ଭାଇ ବିଜେପିରୁ ଲଢେଇ କଲେ ଲୋକେ କେତେ ଦୂର ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନିର୍ବାଚନ2024 ବିଧାୟକ ସୁରେଶ ରାଉତରାୟ ମନ୍ଣଥ ରାଉତରାୟ ସୁରେଶ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ବିପଦ ସଙ୍କେତଠାରୁ ମାତ୍ର ୧୦ ସେମି ଦୂରରେ ଜଳସ୍ତର, ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ହାଇକୋର୍ଟକୁ ମିଳିବେ ଆଉ ୪ ନୂଆ ବିଚାରପତି; କଲେଜିୟମର ସୁପାରିସ୍

August 19, 2026

NEET-JEE ମାଗଣା କୋଚିଂ: ଅକ୍ଟୋବର ୨ ରୁ ଆରମ୍ଭ ହେବ ଯୋଜନା!

August 19, 2026

ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ

August 19, 2026
Latest News

ଓଲା, ଉବର ଏବଂ ରାପିଡୋ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ: ଆସନ୍ତା ୧ ରୁ କଠୋର ନିୟମ

August 19, 2026

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ବିପଦ ସଙ୍କେତଠାରୁ ମାତ୍ର ୧୦ ସେମି ଦୂରରେ ଜଳସ୍ତର, ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଇଡି ର କାର୍ଯ୍ୟାନୁଷ୍ଠାନ: ୧୦ଟି ସ୍ଥାନରେ ଚଢାଉ

August 19, 2026

୧୨ ସପ୍ତାହ ନୁହେଁ, ଏଣିକି ୩୬୫ ଦିନ ମାତୃତ୍ୱ ଛୁଟି! ମହିଳାଙ୍କ ପାଇଁ ବଡ଼ ଘୋଷଣା

August 19, 2026

ଦଶହରା ଛୁଟିରେ ଭ୍ରମଣ କରନ୍ତୁ କାଶୀ ଏବଂ ଅଯୋଧ୍ୟା: ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଆଣିଲା IRCTC

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.