Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁରେଶ ରାଉତରାୟଙ୍କୁ କଂଗ୍ରେସ ପଠାଇଲା କାରଣଦର୍ଶା ନୋଟିସ, ଜାଣନ୍ତୁ କଣ ପାଇଁ
ଜାତୀୟ ଖବର

ସୁରେଶ ରାଉତରାୟଙ୍କୁ କଂଗ୍ରେସ ପଠାଇଲା କାରଣଦର୍ଶା ନୋଟିସ, ଜାଣନ୍ତୁ କଣ ପାଇଁ

April 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁରେଶ ରାଉତରାୟଙ୍କୁ କଂଗ୍ରେସ ପଠାଇଲା କାରଣଦର୍ଶା ନୋଟିସ, ଜାଣନ୍ତୁ କଣ ପାଇଁ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଏକ କାରଣଦର୍ଶା ନୋଟିସ ଜାରୀ କରିଛି। ଏଥିରେ କଂଗ୍ରେସ ବିରୋଧରେ କାର୍ଯ୍ୟକରୁଥିବାର ଉଲ୍ଲେଖ କରାଯାଇଛି। ସେ ସଂପର୍କରେ ଉଚିତ କାରଣ ଲେଥିବା ପାଇଁ ଦଳ ନୋଟିସ କରିଛି। ଏପରିକି ଏହି ନୋଟିସରେ କାହିଁକି ତୁମ ବିରୋଧରେ ପଦକ୍ଷେପ ନିଆ ନ ଯିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ଘଟଣାଟି ହେଉଛି ଯେ, ମଙ୍ଗଳବାର ଦିନ ଶ୍ରୀ ରାଉତରାୟ ଉତ୍ତର ଭୁବନେଶ୍ବରରେ ଏକ କ୍ରିକେଟ ମ୍ୟାଚ ଉଦଘାଟନକୁ ଯାଇଥିଲେ। ସେଠାରେ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ଏକ ସଭାରେ ଶ୍ରୀ ରାଉତରାୟ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଭୋଟ ଦିଅ ବୋଲି ଅନୁରୋଧ କରିଥିଲେ।

ଏହାକୁ ନେଇ କଂଗ୍ରେସ ଶ୍ରୀ ରାଉତରାୟଙ୍କ ଉପରେ ଖପ୍ପା ହୋଇ ଉଠିଛି। ସେଥିପାଇଁ ତାଙ୍କୁ କାରଣଦର୍ଶା ନୋଟିସ ପଠାଯାଇଛି। ତେବେ ଏହାକୁ ନେଇ ଶ୍ରୀ ରାଉତରାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି ଦଳୀୟ ସଭାକୁ ଯାଇ ନ ଥିଲି। କୌଣସି ଚିହ୍ନ କିମ୍ବା କାହା ବ୍ୟାନର କଥା କହି ନ ଥିଲି। ମୁଁ ମୋ ପୁଅକୁ ଭୋଟ ଦିଅ ବୋଲି କହିଥିଲି।

ସେ ଆହୁରି କହିଛନ୍ତି ଯେ, ମୁଁ ଆଗରୁ ସ୍ପଷ୍ଟ କରିଛି ଯେ ମୁଁ ମୋ ପୁଅ ପାଇଁ ପ୍ରଚାର କରିବି। ହେଲେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଏଥିରେ ଯଦି କଂଗ୍ରେସ ତରଫରୁ କିଛି ଅସୁବିଧା ହେଉଛି ତେବେ ମୋ ବିରୋଧରେ ଯାହା କରିବାର ଅଛି କର। ମୁଁ ତାହାକୁ ସ୍ବାଗତ କରୁଛି। ସେ ରାଗି କରି କହିଛନ୍ତି ଯେ, ମୁଁ କଂଗ୍ରେସରେ ଅଛି ବୋଲି କଣ ମୋ ପୁଅକୁ ଫିଙ୍ଗି ଦେବି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଏହା ଉପରେ କଂଗ୍ରେସ ଶୃଙ୍ଖଳା କମିଟ ତରଫରୁ ଆଉ କିଛି କୁହାଯାଇ ନାହିଁ। ହେଲେ ଶ୍ରୀ ରାଉତରାୟଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ନିଶ୍ଚିତ ଭାବେ ଗୁରୁତର ସହ ଗ୍ରହଣ କରିଛି। ଯାହା ଜଣାପଡିଛି ତାଙ୍କ ବିରୋଧରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଇଛି।

odishaelection2024 ବିଧାୟକ ସୁରେଶ ରାଉତରାୟ ସୁର ରାଉତରାୟ ସୁରେଶ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026
Latest News

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.