କଂଗ୍ରେସ ସଭାପତି ନବୀନବାବୁ ବାଛନ୍ତି ବୋଲି ମନ୍ତବ୍ୟକୁ ନେଇ ସୁର ରାଉତରାୟଙ୍କୁ ମିଳିଲା ନୋଟିସ

Published: Apr 26, 2022, 11:08 pm IST

ଭୁବନେଶ୍ବର: ଶେଷରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି କାରଣ ଦର୍ଶା ନୋଟିସ। ଏହା ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଗଣମାଧ୍ୟମରେ ସେ ଏକ ବିବୃତି ଦେଇଥିଲେ। ତାହା ଥିଲା ନବୀନ ପଟ୍ଟନାୟକ କଂଗ୍ରେସ ସଭାପତି କିଏ ହେବ ତାହା ବାଛନ୍ତି।

ଏପରି ମନ୍ତବ୍ୟ ପ୍ରଦେଶ କଂଗ୍ରେସ ପାଇଁ ବହୁ କ୍ଷତିଦାୟକ ଏବଂ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଆପଣଙ୍କ ପରି ଜଣେ ବରିଷ୍ଠ ନେତାଙ୍କଠାରୁ ଏପରି ମନ୍ତବ୍ୟ ଶୋଭା ପାଉ ନାହିଁ। ଆପଣ କେଉଁ ପରିସ୍ଥିତିରେ ଏପରି ମନ୍ତବ୍ୟ ଦେଲେ ତାହାର ସ୍ପଷ୍ଟି କରଣ ଦିଅନ୍ତି ବୋଲି ନିରଞ୍ଜନ ନୋଟିସରେ ଉଲ୍ଲେଖ କରିଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆପଣଙ୍କ ଉତ୍ତର ମିଳିବା ପରେ ତାହା ଏଆଇସିସି କୁ ଅବଗତ କରାଯିବ।

Related posts