Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶେଷରେ କଂଗ୍ରେସରୁ ବହିସ୍କୃତ ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର: ଶେଷରେ କଂଗ୍ରେସରୁ ବହିସ୍କୃତ ହୋଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏ ନେଇ ଆଜି ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।

ତେବେ ଏହାକୁ ନେଇ ସୁରେଶ ରାଉତରାୟ ଦୁଃଖ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତିକୁ ସ୍ବାଗତ କରୁଛି। ହେଲେ ଦଳ ପାଇଁ ମୁଁ ଯେମିତି କାମ କରୁଥିଲି ସେମିତି କରିବି।

ତେବେ ସୁର ରାଉତରାୟଙ୍କୁ ଦଳରୁ ବହିସ୍କାର କରିବାର ମୁଖ୍ୟ କାରଣ ହେଲା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା। ପୁଅ ବିଜେଡିରୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ଏହା ଦଳ ବିରୋଧୀ କାର୍ଯ୍ୟ କହି ଦଳ ବହିସ୍କାର ଆଦେଶ ପଠାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଲଟିଲା ସୁର ରାଉତରାୟଙ୍କ ଘର ରାଜନୀତି, ଏବେ ବଡପୁଅ କହିଲେଣି ଜଟଣୀରୁ ଛିଡା ହେବେ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘର ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଦୁଇ ପୁଅଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଭାଗ ବଣ୍ଟା ସରିପାରୁ ନାହିଁ। ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପୂର୍ବରୁ ଯାହା କହୁଥିଲେ ସେଥିରେ ସେ ମତ ବଦଳାଇଲେଣି। ଏବେ ସିଦ୍ଧାର୍ଥ କହିଲେଣି ଯେ, ମୁଁ ନିମାପଡାରୁ ନୁହେଁ ଜଟଣୀ ବିଧାନସଭାରୁ ଲଢିବି।

ତେବେ ସିଦ୍ଧାର୍ଥ କହିଛନ୍ତି ଯେ, ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ହେବି। ସେ କାହା ନାମ ନ ନେଇ କହିଛନ୍ତି ତାଙ୍କୁ ୱାକଓଭର କରିବାକୁ ଦେବି ନାହିଁ। ଗତଥର ତାଙ୍କୁ ହରାଇବା ପାଇଁ ବହୁ ଚେଷ୍ଠା କରିଛି। ହେଲେ ଏଥର ସେ ସେମିତିରେ ନିର୍ବାଚନ ଜିତିିଯିବେ, ତାହାକୁ କଦାପି ମୁଁ ବରଦାସ୍ତ କରିବି ନାହିଁ। ସେଥିପାଇଁ ଜଟଣୀର ସ୍ବାଭିମାନ ପାଇଁ ମୁଁ ସ୍ବାଧୀନ ଭାବେ ଏଠାରୁ ଲଢେଇ କରିବି ବୋଲି ସିଦ୍ଧାର୍ଥ ଘୋଷଣା କରିଛନ୍ତି।

ତେବେ କଂଗ୍ରେସରୁ ନ ଲଢି ସ୍ବାଧୀନରୁ କାହିଁକି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଲୋକେ ଭଲ କହିବେ ନାହିଁ। ଗୋଟିଏ ପୁଅ ବିଜେଡିରେ ଆଉ ଗୋଟେ ପୁଅ କଂଗ୍ରେସରେ, ଏମାନେ କଣ ଏଠି ଖେଳ କରିବେ ? ସେପରି ପ୍ରଶ୍ନ ଜଟଣୀବାସୀଙ୍କ ମନରେ ନ ଉଠିବା ପାଇଁ ମୁଁ ସ୍ବାଧୀନରୁ ପ୍ରାର୍ଥୀ ହେବି ବୋଲି ସିଦ୍ଧାର୍ଥ କହିଛନ୍ତି। ମୋର ଗୋଟିଏ ଲକ୍ଷ୍ୟ ହେବ ସେମାନଙ୍କୁ ହରାଇବା। ସେଥିପାଇଁ ମୁଁ ନିମାପଡା ଛାଡି ଜଟଣୀ ଆସିଲି ବୋଲି ସିଦ୍ଧାର୍ଥ କହିଛନ୍ତି।

କଂଗ୍ରେସ ଉପରେ ସେ କହିଛନ୍ତି ଯେ, ଏହିଦଳ ଆମକୁ ସବୁ କିଛି ଦେଇଛି। ବାପା ସେହି ଦଳରୁ ଆଜି ନେତା ହୋଇଛନ୍ତି। ତାହା ଆମେ କେବେ ଭୁଲିପାରିବୁ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ ମୁଁ କଂଗ୍ରେସରୁ ଲଢେଇ କରିପାରିବି ନାହିଁ। ‘ସରି କଂଗ୍ରେସ’ ବୋଲି କହି ସେ ଦଳକୁ କ୍ଷମା ମାଗିଛନ୍ତି। ଏପରିକି ସେ କଂଗ୍ରେସକୁ ଭଲ ପାଆନ୍ତି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

ତେବେ ସିଦ୍ଧାର୍ଥଙ୍କ ଏପରି ନିଷ୍ପତି ପରେ ଜଟଣୀ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ପୂର୍ବରୁ ସିଦ୍ଧାର୍ଥ ନିମାପଡାରୁ ଲଢେଇ କରିବେ ବୋଲି ଭାବି ସେଠାରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ମତ ପରିବର୍ତ୍ତନ ଯୋଗୁଁ ଖୋଦ ସୁରେଶ ରାଉତରାୟ କଣ କରିବେ ବୋଲି କିଛି ଚିନ୍ତା କରିପାରୁ ନାହାଁନ୍ତି।

 

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେଉଁ ଦଳରୁ ଛିଡା ହେବେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ବର: କଂଗ୍ରେସର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ପାରିବାରିକ ରାଜନୀତି ଭିତରେ ଛନ୍ଦି ହୋଇପଡିଛନ୍ତି। କାରଣ ତାଙ୍କର ଦୁଇ ପୁଅ କିଏ କେଉଁଠି କେଉଁ ଦଳରୁ ଛିଡା ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଫଳରେ ଏକ ଭସା ବାଦଲ ପରି ପରିସ୍ଥିତିରେ ଅଛନ୍ତି ବିଧାୟକ ସୁରେଶ ରାଉତରାୟ।

ତେବେ ସଦ୍ୟତମ ଖବର ଅନୁସାରେ ଗତକାଲି ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ଗଙ୍ଗପଡାଠାରେ ଏକ ବିରାଟ ସଭା କରିଥିଲେ। ଏହି ସଭାରେ ସେ ଘୋଷଣା କରିଥିଲେ ଯେ, ମୋ ସାନ ପୁଅ ମନ୍ମଥକୁ ଗାଦି ଛାଡିଲି। ମୁଁ ଆଜି ପର୍ଯ୍ୟନ୍ତ ଜନ ସେବା କରିଆସୁଛି। ଏବେ ମୋ ପୁଅ ତାହା କରିବ। ଆପଣମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବେ ବୋଲି ଜନସମାବେଶକୁ ସମ୍ବୋଧନ କରିଥିଲେ ସୁର ରାଉତରାୟ।

ତେବେ ବଡକଥା ହେଲା ସେ ସେହି ସଭାରେ ପୁଅ ଜଟଣୀରୁ ଲଢେଇ କରିବ ବୋଲି କହିଥିଲେ ମଧ୍ୟ କେଉଁ ଦଳରୁ ଛିଡା ହେବ ତାହା କହି ନ ଥିଲେ। ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯେ, ସୁର ରାଉତରାୟ ସେଠାରେ କହିଥିଲେ ଯେ, ପୁଅ କେଉଁ ଦଳରୁ ଛିଡା ହେବ ତାହା ତା’ ଉପରେ ନିର୍ଭର କରେ। ହେଲେ ମୁଁ କଂଗ୍ରେସରେ ରହିଛି ରହିବି। ଯଦି ପୁଅ ମୋତେ ନିର୍ବାଚନ ପ୍ରଚାର କରିବାକୁ ଡାକେ ତେବେ ମୁଁ ଯିବି। ସେ ଯେଉଁ ଦଳରୁ ଛିଡା ହେଲେ ମଧ୍ୟ ପୁଅ ପାଇଁ ପ୍ରଚାର କରିବି।

ଏହି କଥାକୁ ନେଇ ବର୍ତ୍ତମାନ ଜଟଣୀ ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଚାଲିଛି। କଂଗ୍ରେସର ପୁରୁଖା ନେତା ସୁର ରାଉତରାୟ ଏମିତି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। ତେବେ କଣ ମନ୍ମଥ ରାଉତରାୟ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି କି  ? ପୂର୍ବରୁ ସୁର ରାଉତରାୟ କହି ଆସୁଥିଲେ ଯେ, ମନ୍ମଥ ଜଟଣୀ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପ୍ରାର୍ଥୀ ହେବ। ହେଲେ ଏବେ ସେଥିରେ କାହିଁକି ପରିବର୍ତ୍ତନ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଶେଷ ସୁତ୍ର ଅନୁସାରେ ମନ୍ମଥ ରାଉତରାୟ କୁଆଡେ ବିଜେଡିରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଯଦି କୌଣସି କାରଣରୁ ବିଜେଡି ନ ହୁଏ ତେବେ ବିଜେପି ସହିତ ମଧ୍ୟ ସେ ଯୋଗାଯୋଗରେ ରହିଛନ୍ତି। ହେଲେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏ ନେଇ ଆଉ ତିନିଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି।

ତେବେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାନ୍ତ ରାଉତରାୟ ନିମାପଡାରୁ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ତାଙ୍କ ମାମୁଁ ଘର ନିମାପଡା ହୋଇଥିବାରୁ ସେଠାରେ ସେ ନିର୍ବାଚନ ଲଢିବେ। ହେଲେ ପ୍ରଶ୍ନ ଉଠିଛି ଦୁଇ ପୁଅ ମଧ୍ୟରୁ ଜଣେ କଂଗ୍ରେସରେ ଆଉ ଜଣେ ବିଜେଡିରେ ପ୍ରାର୍ଥୀ ହେଲେ ସାଧାରଣ ଜନତା ତାହାକୁ କେଉଁ ଦୃଷ୍ଟିରେ ଦେଖିବେ ତାହା ଚର୍ଚ୍ଚାର ବିଷୟ।

Categories
ଆଜିର ଖବର ରାଜ୍ୟ ଖବର

୮୦ ବର୍ଷ ବୟସରେ ଜଟଣୀ ବିଧାୟକ ସୁର ରାଉତରାୟ, ଆହୁରି ମାଡି ଚାଲିବେ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଦିନ ଗତକାଲି ଭୁବନେଶ୍ବରର ତାଙ୍କ ବାସଭବନରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତାମାନେ ଯୋଗଦେଇ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।

ଏତେ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ସୁର ରାଉତରାୟ ସବୁବେଳେ ଫିଟ୍। ବର୍ତ୍ତମାନ ମଧ୍ୟ ସେ ବେଶ ଚଳଚଞ୍ଚଳ ଅଛନ୍ତି। ନିଟକରେ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ସେଥିରୁ ବାହାରି ପୁଣି ପୂର୍ବପରି କାମ କରିବାରେ ଲାଗିଛନ୍ତି। ତାଙ୍କୁ ଯେଉଁମାନେ ଶୁଭେଚ୍ଛା ଜଣାଇବା ପାଇଁ ଆସୁଛନ୍ତି ସେମାନେ ସମସ୍ତେ ତାଙ୍କର ନିଜ ଡାଇଲଗ ତାଙ୍କୁ ଶୁଣାଉଛନ୍ତି। ‘ମାଡି ଚାଲ’  ସୁର ଭାଇ ବୋଲି କହି ଶୁଭେଚ୍ଛା ଜଣାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ନୂତନ କମିଟି ଘୋଷଣା କରିଛନ୍ତି। ସେମାନେ ହେଲେ

ଉପଦେଷ୍ଟା
ସୁଧାଂଶୁ ଶେଖର ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶିର କୁମାର ପରିଡ଼ା, ବିଶ୍ୱଭୂଷଣ ଛୋଟରାୟ, ଅମିତ କୁମାର ମହାନ୍ତି, ସ୍ୱାଗତିକା ପଟ୍ଟନାୟକ, କଳିଙ୍ଗ ସାହୁ, ପ୍ରମୋଦ ସାହାଣି, ନଗେନ ସିଂ, ପଦ୍ମଚରଣ ସୁବୁଦ୍ଧି, ଇନ୍ଦୁ ଭୂଷଣ ଭଞ୍ଜ, ସୁନିଲ କୁମାର ରାଉତରାୟ, ଯୋଗିନାଥ ବାହୁ ବଳେନ୍ଦ୍ର, ପ୍ରମୋଦ ହରିଚନ୍ଦନ।

ଉପ ସଭାପତି
ଅଶୋକ ପାତ୍ର, ସରଣେଶ୍ୱର ସାହୁ, ନୃସିଙ୍ଗ ନାଥ ମିଶ୍ର, ବିଜୟ କିଶୋର ଶିଶିର ଶେଖର ପଟ୍ଟନାୟକ, କୁମାର ଶିଲାଦିତ୍ୟ ପଟ୍ଟନାୟକ, ଧନେଶ୍ୱର ରାଉତରାୟ, ତ୍ରିଲୋଚନ ପ୍ରଧାନ, ମହମ୍ମଦ ଆକବର, ସୁଧାଂଶୁ ମୋହନ ପଟ୍ଟନାୟକ, ସୁବାଷ ପାତ୍ର, ପ୍ରଦୀପ କୁମାର ସ୍ୱାଇଁ, କାଳନ୍ଦୀ ମାଝୀ, ବେଣୁଧର ଭୋଇ, ପ୍ରଶାନ୍ତ ପରିଡ଼ା, ପ୍ରଦୀପ କୁମାର ସାହୁ, ଅଜିତ ଶ୍ରୀଚନ୍ଦନ

ସାଧାରଣ ସଂପାଦକ
ପୂର୍ଣ୍ଣ ଚନ୍ଦ୍ର ଜେନା, ଆଲୋକ ମହାନ୍ତି, ପ୍ରଦୋଷ ହରିଚନ୍ଦନ, ମୃତ୍ୟୁଞ୍ଜୟ ଛୋଟରାୟ, ବିଶ୍ୱଜିତ ରାଉତରାୟ, ରଘୁନାଥ ମଙ୍ଗରାଜ, ବିଭାଷ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବଳିଆରସିଂ, ବିଶ୍ୱନାଥ ଭୋଇ, ଲୁସେନ ରାୟ, ଧୃବ ଚରଣ ମହାପାତ୍ର, ହରି ସୁବୁଦ୍ଧି, ତାପସ କୁମାର ସେଠୀ, ସମସର ଅଲ୍ଲି, ଫକୀର ମୋହନ ସାହୁ।

ସଂପାଦକ
ଇନା ହଲିମ ଖାନ, ଶ୍ରୀମତୀ ଜୟନ୍ତୀ ରାୟ, ବିଭୂତି ହରିଚନ୍ଦନ, ଦିଲ୍ଲୀପ ସେଠୀ, ବିଦ୍ୟୁତକାନ୍ତି ଦତ, ସୁଶାନ୍ତ କୁମାର ଜେନା, ଜିତେନ୍ଦ୍ର ବରାଳ, ଶରତ ଚନ୍ଦ୍ର ସାହୁ, ସୁଧାକର ଜେନା, ସଂଗ୍ରାମ ସାମଲ, ଗିତାଞ୍ଜଳି ସେଠୀ, ସିତା ରାଉତ, ଉଗ୍ରସେନ ବିଶ୍ୱାଳ, ସନ୍ତୋଷ କୁମାର ଷଡ଼ାଙ୍ଗୀ
ଏହି କମିଟିରେ ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ଭାବରେ ପଦ୍ମଚରଣ ରାୟ, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଭାବରେ ବିଷ୍ଣୁ ପ୍ରସାଦ ବାହିନୀପତି, ଜଟଣୀ ବ୍ଲକ କଂଗ୍ରେସ ସଭାପତି ଭାବରେ ଧୃବ ଚରଣ ମହାପାତ୍ର ନିଯୁକ୍ତି ପାଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଧାୟକ ସୁର ରାଉତରାୟ, କଲେ ବଡ ଘୋଷଣା

ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହି ଫଟୋରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭେ କେ ପାଣ୍ଡିଆନଙ୍କ ସହିତ ସେ ଆଲୋଚନା କରୁଛନ୍ତି। କେବଳ ସୁର ନୁହଁନ୍ତି, ତାଙ୍କ ସହିତ ତାଙ୍କର ସାନ ପୁଅ ମନ୍ନଥ ରାଉତରାୟ ମଧ୍ୟ ଅଛନ୍ତି।

ଏହି ଫଟୋକୁ ନେଇ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଅନେକ ଟିପଣୀ ଦେଇଛନ୍ତି ଯେ, ସୁର ରାଉତରାୟ ଏଥର ବିଜେଡିରୁ ଛିଡା ହେବେ। ଆଉ କେତେକ ସେ ନୁହଁନ୍ତି ତାଙ୍କ ପୁଅ ଜଟଣୀରୁ ବିଜେଡିରୁ ଛିଡା ହେବେ। ଏହି ଆଲୋଚନା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଗଲା। ଘଟଣା ଏପରି ହେଲା ଯେ, ସୁର ରାଉତରାୟ ବାଧ୍ୟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟି କରଣ ଦେଲେ।

ଫଟୋକୁ ନେଇ ଦଳ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ଫୋନ କରିବାରୁ ସେ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ। ସେ କହିଲେ ଯେ ମୁଁ ସାରା ଜୀବନ କଂଗ୍ରେସରେ ରହି ସେବା କରିଛି। ନିଜ ସ୍ବାର୍ଥ ପାଇଁ ମୁଁ କେବେ ବି କଂଗ୍ରେସରୁ ସୂତା ଖିଅଟିଏ ପରି ଘୁଞ୍ଚି ନାହିଁ। ମୁଁ ରୋକଠୋକ ଲୋକ। ମୁଁ କେଉଁଠି କି କାହା ପାଖରେ ଲଟର ପଟର ହୋଇ ଦଳ ଡେଇଁବାର ନାହିଁ। ମୋର ଜନ୍ମ କଂଗ୍ରେସରେ ଏବଂ ମରଣ ମଧ୍ୟ ସେହି କଂଗ୍ରେସରେ।

ତେବେ ଆପଣ କଣ ପାଇଁ ପୁଅଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବୋଲି ପ୍ରଶ୍ନ କରିବାରୁ ସେ କହିଲେ ଯେ, ତାହା ଥିଲା ସୌଜନ୍ୟ ସାକ୍ଷାତ। ତେବେ ମୁଁ ଆପଣଙ୍କ ସମ୍ମୁଖରେ ଘୋଷଣା କରି କହୁଛି ଯେ, ମୁଁ କଂଗ୍ରେସରୁ କେବେ କୁଆଡେ ଯିବି ନାହିଁ। ହେଲେ ଏଣିକି ଆଉ ମୁଁ ନିର୍ବାଚନରେ ଲଢିବା ନାହିଁ। ମୋର ବୟସ ଅଶି ପାଖାପାଖି ହେଲାଣି। ଆଉ ଏତେ କାମ କରିବା ସମ୍ଭବ ନୁହେଁ।

ତେବେ ଜଟଣୀରୁ କିଏ ଛିଡା ହେବ ବୋଲି ପଚରାଯିବାରୁ ସୁର କହିଲେ ଯେ, ମୋ ସାନପୁଅ ମନ୍ନଥ ରାଉତରାୟ ଜଟଣୀରୁ ଛିଡା ହେବ। ସାମ୍ବାଦିକମାନେ ପୁଣି ପଚାରିଲେ, ସେ ବିଜେଡିରୁ ଛିଡା ହେବେ କି ? ସୁର ତୁରନ୍ତ ନା ନା ବୋଲି କହିଲେ। ସେ ସ୍ପଷ୍ଟ ଉତ୍ତର ଦେଲେ ଯେ , ଜଟଣୀରୁ ମୋ ପୁଅ କଂଗ୍ରେସରୁ ହିଁ ଛିଡା ହେବ। ସେ ପୁଣି ଦୋହରାଇ କହିଲେ ମନ୍ନଥ କଂଗ୍ରେସରୁ ଛିଡା ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ସଭାପତି କିଏ ହେବ ସେ ନେଇ ବିଜେଡି ନେତାଙ୍କ ମତ ନେଲେ ରାହୁଳ ଗାନ୍ଧୀ

ଭୁବନେଶ୍ବର: ଓଡିଶା କଂଗ୍ରେସର ସଭାପତି କିଏ ହେବ, ସେ ନେଇ ଚାଲିଛି ଘଣ୍ଟାଚକଟା। ହେଲେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା କିଏ କଂଗ୍ରେସ ସଭାପତି  ହେବ, ସେ ନେଇ ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ଲୋଡିଛନ୍ତି। ଏହା କୈଣସି ମିଛ କିମ୍ବା ଉଡା କଥା ନୁହେଁ। ଏ କଥା କହିଛନ୍ତ ଖୋଦ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ରାହୁଳ ଗାନ୍ଧୀଙ୍କୁ ଭେଟିବା ପାଇଁ ପୁରା ଓଡିଶା କଂଗ୍ରେସ ଟିମ ଦିଲ୍ଲୀ ଯାଇଥିଲେ। ସେଠାରୁ ଫେରିବା ପରେ ସୁର ରାଉତରାୟ ଏହି ବିସ୍ପୋରକ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ କେତେକ ବିଶିଷ୍ଠ ଲୋକଙ୍କ ମତ ନେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ବର୍ତ୍ତମାନ ଏବଂ ପୂର୍ବତନର ବିଜେଡି ନେତା।

ସୁର ରାଉତରାୟଙ୍କ କହିବା କଥା ହେଲା ରାହୁଳ ଗାନ୍ଧୀ ଓଡିଶାର ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେଥିପାଇଁ ସେମାନଙ୍କ ମତ ନେଇଛନ୍ତି। ସେ କହିଛନ୍ତି ଯେ, ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମତ ନେଇଛନ୍ତି। ତେବେ କଂଗ୍ରେସ ସଭାପତି ପାଇଁ ବିଜେଡି ନେତାଙ୍କ ମତ କଣ ଆବଶ୍ୟକ ବୋଲି ପଚାରିବାରୁ ସେ କିଛି କହି ନ ଥିଲେ।

ତେବେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ତେବେ କଂଗ୍ରେସ ଦଳ କଣ ବିଜେଡି ନିୟନ୍ତ୍ରଣରେ ରହିଛି କି ? ପୂର୍ବରୁ ସୁର ରାଉତରାୟ କହିଥିଲେ ଯେ, କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିର୍ଦ୍ଧାରଣ କରନ୍ତି। ଏହି କଥାକୁ ନେଇ ସେତେବେଳେ ବେଶ୍ ହଇଚଇ ସୃଷ୍ଟି ହୋଇଥିଲା।

ସେତିକି ନୁହେଁ ସୁର ରାଉତରାୟ ବିଜେଡି ନେତାଙ୍କ ସହିତ ଆଉ କେତେକ ଅଣ କଂଗ୍ରେସ ନେତାଙ୍କ ନାମ ମଧ୍ୟ କହିଲେ। ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ଏବଂ ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଦୁଇଜଣଙ୍କର ମଧ୍ୟ କଂଗ୍ରେସ ସଭାପତି କିଏ ହେବ ସେ ନେଇ ମତ ନିଆଯାଇଥିଲା।

ଏଥିରୁ ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ନିଜ ସଭାପତି ନିଜେ ବାଛିବାର କ୍ଷମତା ନାହିଁ। ଫଳରେ ରାହୁଳ ଗାନ୍ଧୀ ଅନ୍ୟ ନେତାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେଡି ଶିବିରରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ନବୀନବାବୁ ବାଛନ୍ତି ବୋଲି ମନ୍ତବ୍ୟକୁ ନେଇ ସୁର ରାଉତରାୟଙ୍କୁ ମିଳିଲା ନୋଟିସ

ଭୁବନେଶ୍ବର: ଶେଷରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି କାରଣ ଦର୍ଶା ନୋଟିସ। ଏହା ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଗଣମାଧ୍ୟମରେ ସେ ଏକ ବିବୃତି ଦେଇଥିଲେ। ତାହା ଥିଲା ନବୀନ ପଟ୍ଟନାୟକ କଂଗ୍ରେସ ସଭାପତି କିଏ ହେବ ତାହା ବାଛନ୍ତି।

ଏପରି ମନ୍ତବ୍ୟ ପ୍ରଦେଶ କଂଗ୍ରେସ ପାଇଁ ବହୁ କ୍ଷତିଦାୟକ ଏବଂ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଆପଣଙ୍କ ପରି ଜଣେ ବରିଷ୍ଠ ନେତାଙ୍କଠାରୁ ଏପରି ମନ୍ତବ୍ୟ ଶୋଭା ପାଉ ନାହିଁ। ଆପଣ କେଉଁ ପରିସ୍ଥିତିରେ ଏପରି ମନ୍ତବ୍ୟ ଦେଲେ ତାହାର ସ୍ପଷ୍ଟି କରଣ ଦିଅନ୍ତି ବୋଲି ନିରଞ୍ଜନ ନୋଟିସରେ ଉଲ୍ଲେଖ କରିଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆପଣଙ୍କ ଉତ୍ତର ମିଳିବା ପରେ ତାହା ଏଆଇସିସି କୁ ଅବଗତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେ ଅସୁସ୍ଥତା ଅନୁଭବ କରିବାରୁ ଆଜି କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜେଟିଭ ଆସିଛି। ତେବେ ତାଙ୍କଠାରେ ସେପରି କିଛି ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ଫଳରେ ଡାକ୍ତର ତାଙ୍କୁ କ୍ବାରଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ଡାକ୍ତରଙ୍କ ପରାମର୍ଶ ପରେ ସେ ବର୍ତ୍ତମାନ କ୍ବାରଣ୍ଟାଇନରେ ରହିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜୀବନୀ ଉପରେ ଲୋକାର୍ପଣ ହେଲା ପୁସ୍ତକ ‘ମାଡିଚାଲ’

ଭୁବନେଶ୍ବର, ଜଟଣୀ ବିଧାୟକ ସୁରେଶ ରାଉତରାୟ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେହି ଉପଲକ୍ଷେ ତାଙ୍କ ଉପରେ ଏକ ପୁସ୍ତକ ଲୋକାର୍ପଣ ହୋଇଛି। ଯାହାର ନାମ ରହିଛି ‘ମାଡିଚାଲ’। ଭୁବନେଶ୍ବରର ଇଡକଲ ହଲରେଏକ ଉତ୍ସବରେ ଏହି ପୁସ୍ତକକୁ ଲୋକାର୍ପଣ କରାଯାଇଛି। ସୁର ରାଉତରାୟଙ୍କ ଲୋକପ୍ରିୟ ବୋଲି ମାଡିଚାଲ କୁ ନେଇ ଏହି ପୁସ୍ତକର ନାମକରଣ କରାଯାଇଛି।

ଶ୍ରୀ ରାଉତରାୟଙ୍କର ଦୀର୍ଘ ଛଅ ଦଶନ୍ଦିର ରାଜନୈତିକ ଜୀବନ, ଛାତ୍ର ରାଜନୀତି, ସମାଜସେବା ଓ ଘଟଣା ବହୁଳ ଜୀବନ ଉପରେ ଆଧାରିତ ହୋଇଛି “ମାଡ଼ିଚାଲ” ପୁସ୍ତକ। ଏହି ଲୋକାର୍ପଣ ଉତ୍ସବରେ ପଦ୍ମଶ୍ରୀ କବି ହଳଧର ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଦଉଡ଼ରାଣୀ ଦୂତି ଚାନ୍ଦ, ପଦ୍ମଶ୍ରୀ ଦେବୀପ୍ରଶନ୍ନ ପଟ୍ଟନାୟକ, ଶିଳ୍ପୀ ସୁଦର୍ଶନ ସାହୁ, ଶିଳ୍ପୀ ପ୍ରଭାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତରାୟଙ୍କର ଘଟଣାବହୁଳ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ

ଭୁବନେଶ୍ୱର, ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ 78 ତମ ଜନ୍ମଦିବସ ପାଳିତ । ଆଜି ଜନ୍ନଦିନରେ ଶ୍ରୀ ରାଉତରାୟ ଲିଙ୍ଗରାଜ ମନ୍ଦିର, ଦକ୍ଷୀଣଚଣ୍ଡି ମନ୍ଦିର, ସୁନ୍ଦରପଦା ମସ୍‌ଜିଦ ଓ ସତ୍ୟନଗର ଚର୍ଚ୍ଚଠାରେ ପୂଜାର୍ଚ୍ଚନା କରିଥିଲେ ।

ଏହାପରେ ପୁରୁଣା ଭୁବନେଶ୍ୱର ଏବଂ ଜଟଣୀ ସ୍ଥିତ ଡାକ୍ତରଖାନାରେ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବସ୍ତ୍ରଦାନ କରାଯାଇଥିଲା । ମାଉସୀମା ଛକଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶ୍ରୀ ରାଉତରାୟଙ୍କ ବାସଭବରେ ଜୟନ୍ତୀ କମିଟି ପକ୍ଷରୁ ମିଷ୍ଟାନ୍ନ ବଂଟନ ଏବଂ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା ।

ଏହାପରେ ୮ନମ୍ବରରେ କେବିଏନ ଗ୍ରୁପ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେୃତ୍ୱରେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳିତ ହୋଇଥିଲା । ଏହି କାଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଉତରାୟ ଛାତ୍ର ଓ ଯୁବକମାନଙ୍କୁ କହିଥିଲେ ଯେ ସମାଜସେବାକୁ ଜୀବନର ପରମ ଧର୍ମ ଭାବରେ ଗ୍ରହଣ କର । ଦୟାନଦୀ କୂଳ ଧଉଳି ପାହାଡ଼ ନିକଟସ୍ଥ ଲିଙ୍ଗିପୁର ଠାରେ ବୃକ୍ଷରୋପଣ କାଯ୍ୟକ୍ରମ ହୋଇଥିଲା ଏବଂ ପରିଶେଷରେ ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରେ ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳନ କରିଥିଲେ ।

କେଦାର ଗୌରୀ ନିକଟସ୍ଥ ଗୁଆଝର ଠାରେ ଗୁଆଝର ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ରାଉତରାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ବିଭିନ୍ନ ଦଳର ରାଜନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସମାଜସେବୀ, ଲେଖକ, କବି, ଛାତ୍ର ନେତା, ଯୁବ ନେତା, ନାରୀ ନେତ୍ରୀ, ବୁଦ୍ଧିଜିବୀ ଓ ଶ୍ରମିକ ନେତା ପ୍ରମୁଖ ସୁରେଶ କୁମାର ରାଉତରାୟଙ୍କ ବାସସ୍ଥାନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦୋଳିରେ ଝୁଲିଲେ, ପୋଡପିଠା ଖାଇ ରଜ ପାଳନ କଲେ ଜଟଣୀ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର, ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିରାଡମ୍ବରରେ, ସାଂକେତିକ ଭାବେ କୋଭିଡ ଆଇନ ଅନୁସାରେ ରଜ ଉତ୍ସବ ପାଳନ କରିଛନ୍ତି । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଏବଂ ପରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମଦନପୁର ଠାରେ ପିଲାଙ୍କ ସହ ରଜପର୍ବ ପାଳନ କରିଥିଲେ । ନିଜେ ଦୋଳି ଖେଳିବା ସହ ଛୋଟ ପିଲାମାନଙ୍କୁ ଦୋଳି ଖେଳାଇଥିଲେ ।

ସେ କହିଥିଲେ କରୋନାର ଯନ୍ତ୍ରଣା ଭିତରେ ପବିତ୍ର ରଜ ପର୍ବକୁ କେବଳ ସାଂକେତିକ ଭାବରେ ପାଳନ କରାଯାଉଛି । ଯେଉଁଠି ୫୦ଟି ଦୋଳି ଲାଗିବା କଥା ସେଥି ଗୋଟିଏ ଦୋଳି ଲଗାଇ ପର୍ବଟିକୁ କେବଳ ପାଳନ କରାଯାଉଛି । ରାଉତରାୟ କହିଥିଲେ ରଜ ତିନିଦିନିକୁ ଓଡ଼ିଶାର ପୁରପଲ୍ଲୀର ସାଧାରଣ ଲୋକ ଯେଉଁ ଯାକଜମକରେ ପାଳନ କରିଥାନ୍ତେ ସେଥିରେ କରୋନା ବାଧକ ସାଜିଛି ।

ସେ କହିଥିଲେ ଏହି ପର୍ବର ପ୍ରଥମ ଦିନ ଶୁଖିଲା ଖଇ, ଉଖୁଡ଼ା, ମୁଆଁ ଦ୍ୱିତୀୟ ଦିନ ପିଠାପଣା ଏବଂ ତୃତୀୟ ଦିନ ଆମିଷ ଭୋଜନ କରାଯାଏ । କରୋନା ମହାମାରୀ ଥିବାରୁ ଲୋକେ ଏ ପର୍ବକୁ ଅନ୍ତରରେ ଏବଂ ହୃଦୟରେ ମନେ ପକେଇ ପାଳନ କରନ୍ତୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଛେନୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଗୀତାଞ୍ଜଳି ବେହେରା, ବ୍ରଜବନ୍ଧୁ ବଳିଆରସିଂ, ସୌମ୍ୟରଞ୍ଜନ ପଟ୍ଟନାୟକ, ତାପସ ବିଦ୍ୟାଧର, ବିକ୍ରମ ପଣ୍ଡା, ବିମଳ ବେହେରା ଓ ବିକ୍ରମ ସୁନ୍ଦରରାୟ ପ୍ରମଖୁ ଅଂଶଗ୍ରହଣ କରିଥିଲେ ।