Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକରେ ଆସ୍ଥା ଭୋଟ ଜିତିଲେ ୟେଦ୍ୟୁରପ୍ପା
ଆଜିର ଖବର

କର୍ଣ୍ଣାଟକରେ ଆସ୍ଥା ଭୋଟ ଜିତିଲେ ୟେଦ୍ୟୁରପ୍ପା

July 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ରାଜନୀତିରେ ସବୁଦିନେ କିଛି ନା କିଛି ରୋଚକ ମୋଡ଼ ଦେଖିବାକୁ ମିଳିଥାଏ । ତେବେ କର୍ଣ୍ଣାଟକରେ ଆସ୍ଥା ଭୋଟ୍‌ରେ ଜିତିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ଆଜି କର୍ଣ୍ଣାଟକ ବିଧାନସଭରେ ବିଏସ୍‌ ୟେଦୁରପ୍ପା ବହୁମତ ପ୍ରମାଣ ଦେଇଛନ୍ତି । ସଂଖ୍ୟା ଗଣତିରେ ଆଗରେ ରହିଥିଲେ ୟେଦୁ ସରକାର । ତେବେ କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରି ସରକାର ଭାଙ୍ଗିଥିବାବେଳେ ୟେଦୁରପ୍ପା କିନ୍ତୁ ବାଚନିକ ଭୋଟ୍‌ରେ ଜିତି ବହୁମତର ପ୍ରମାଣ ଦେଇଛନ୍ତି । ଗତକାଲି ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି କେ. ଆର ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା । ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁୟରପ୍ପା ସରକାର କ୍ଷମତାସୀନ ହୋଇଛନ୍ତି । କର୍ଣ୍ଣାଟକ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୨୪ । ତେବେ ୧୭ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଏବେ କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୦୭କୁ ଖସିଆସିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.