Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ
ଆଜିର ଖବର

ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ

August 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଯୁବ ବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦେଇ ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହାକି ଅଗଷ୍ଟ ୧୨ ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ଏଚ୍.ଆଇ.ଭି ସମ୍ପର୍କିତ ସଚେତନତାକୁ ଆହୁରି ବ୍ୟାପକ କରାଯିବ। ଏହା ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା ସହ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ସ୍ଵପ୍ନ ନିଶ୍ଚିତ ଭାବେ ପୂରଣ ହେବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦିନଠୁ ସମସ୍ତେ ସଂକଳ୍ପ ନେବା ସହ ରୋଗକୁ ଦୂରେଇ ଦେବା ମାତ୍ର ରୋଗୀଙ୍କୁ ନୁହେଁ ବୋଲି ଅନୁରୋଧ କରିଛନ୍ତି। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ନଦେଖି ସେମାନଙ୍କୁ ବଞ୍ଚିବାର ବିଶ୍ବାସ ଓ ଭରଷା ଦେଇ ଉତ୍ସାହିତ କରିବାକୁ ଉପସ୍ଥିତଙ୍କୁ ଅନୁରୋଧ ପୂର୍ବକ ଜଣାଇଛନ୍ତି। ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବା ପାଇଁ ସେ ସମସ୍ତ ଯୁବବନ୍ଧୁଙ୍କୁ ଆହ୍ଵାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଶୋଇ, ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲାପାଳ କୀର୍ତ୍ତି ଭାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଏମ୍.କେ.ସି.ଜି ମେଡିକାଲ୍ କଲେଜର ଅଧ୍ୟକ୍ଷ, ଓସାକ୍ସ (OSACS)ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ଯୁବ ଦିବସ ଏଚ୍ ଆଇ ଭି ଡ. ମୁକେଶ ମହାଲିଙ୍ଗ ଯୌନ ସଂକ୍ରମଣ ନିରାକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ଆମେରିକାରୁ କିଛି କିଣିବା ବନ୍ଦ କରିଦିଏ ଭାରତ, ତେବେ କ’ଣ ହେବ, କିଏ ଅଧିକ କ୍ଷତି ସହିବ?

August 17, 2025

ଏସପିରୁ ବହିଷ୍କାର ହେବା ପରେମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ବିଧାୟକ ପୂଜା ପାଲ

August 17, 2025

କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ

August 17, 2025

‘ମୁଁ ରାଷ୍ଟ୍ରପତି ଥିବା ଯାଏଁ ତାଇୱାନ ଉପରେ ଆକ୍ରମଣ କରିବ ନାହିଁ ଚୀନ’, ଟ୍ରମ୍ପ୍ ଙ୍କ ବଡ ଦାବି

August 17, 2025
Latest News

ଯଦି ଆମେରିକାରୁ କିଛି କିଣିବା ବନ୍ଦ କରିଦିଏ ଭାରତ, ତେବେ କ’ଣ ହେବ, କିଏ ଅଧିକ କ୍ଷତି ସହିବ?

August 17, 2025

ଏସପିରୁ ବହିଷ୍କାର ହେବା ପରେମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ବିଧାୟକ ପୂଜା ପାଲ

August 17, 2025

ଏନଡିଏ ର ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ, ଆଜି ହୋଇପାରେ ଘୋଷଣା, ଚର୍ଚ୍ଚାରେ..

August 17, 2025

କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ

August 17, 2025

‘ମୁଁ ରାଷ୍ଟ୍ରପତି ଥିବା ଯାଏଁ ତାଇୱାନ ଉପରେ ଆକ୍ରମଣ କରିବ ନାହିଁ ଚୀନ’, ଟ୍ରମ୍ପ୍ ଙ୍କ ବଡ ଦାବି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.