Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’
ଆଜିର ଖବର

ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’

August 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’
ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୫-୧୬ ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ ପାଳନ କରାଯାଉଛି। ଏହି କ୍ରମରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବରର ନ୍ୟୁଲାଇଫ ଓ୍ବେଲନେସ ଟ୍ରଷ୍ଟ, କୌଶିକ୍ ଡ୍ରଗ ଡି-ଆଡିକ୍ସନ ସେଣ୍ଟର ଓ ଗ୍ୟାଲେରିଆ ମଲରେ ନିଶାମୁକ୍ତ ଭାରତ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିପରି ଅଗଷ୍ଟ ୧୬ ତାରିଖରେ ଏଭିଏ ଡ୍ରଗ ଡି-ଆଡିକ୍ସନ ସେଣ୍ଟର, ଏସପ୍ଲାଣ୍ଡ ମଲ୍ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏସବୁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଲୋକମାନଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ, ନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି। କାର୍ଯ୍ୟକ୍ରମ ଅଧିନରେ ସ୍କୁଲ, ରେଳ ଷ୍ଟେସନ, ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ଓ ଗ୍ରାମାଞ୍ଚଳରେ ନିଶାବିରୋଧୀ ଜନସଚେତନତା ସୃଷ୍ଟି କରାଯାଉଛି।

ଏନସିବି, ଭୁବନେଶ୍ବର ବ୍ୟତୀତ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ଯେପରିକି ସୀମା ସୁରକ୍ଷା ବଳ (ବିଏସଏଫ), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ), ରେଳ ସୁରକ୍ଷା ବଳ, ସିଜିଏସଟି ଓ କଷ୍ଟମ୍ସ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଓ ଓଡ଼ିଶା ପୁଲିସ ପକ୍ଷରୁ ଏହି ଅଭିଯାନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସବୁ କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ଏବଂ ନିଶାଚାଲାଣକାରୀଙ୍କ ବିରୋଧନରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିଶାମୁକ୍ତ ଭାରତ ଅଭିଯାନ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

December 26, 2025

ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

December 26, 2025
Latest News

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025

ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ଆଗାମୀ ୫ ବର୍ଷ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ଟ୍ରେନ କ୍ଷମତା ଦ୍ୱିଗୁଣିତ କରିବାକୁ ଯୋଜନା

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.