Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ “ବିଭାଜନ ବିଭୀଷିକାର ସ୍ମୃତି ଦିବସ”
ଆଜିର ଖବର

ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ “ବିଭାଜନ ବିଭୀଷିକାର ସ୍ମୃତି ଦିବସ”

August 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
“ବିଭାଜନ ବିଭୀଷିକାର ସ୍ମୃତି ଦିବସ”
ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ “ବିଭାଜନ ବିଭୀଷିକାର ସ୍ମୃତି ଦିବସ”

ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ୍ ହଲ୍ ଠାରେ ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଆୟୋଜିତ “ବିଭାଜନ ବିଭୀଷିକାର ସ୍ମୃତି ଦିବସ” ପାଳନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବଳିଦାନ ଦେଇଥିବା ଭାରତ ମାତାର ଅଗଣିତ ସନ୍ତାନ ମାନଙ୍କର ସେହି ସଂଘର୍ଷ ଓ ବଳିଦାନକୁ ସ୍ମୃତିଚାରଣ କରିଥିଲେ।

ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ। ୧୯୪୭ ମସିହାର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା, ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା। ସେମାନଙ୍କର ସାହସ, ବଳିଦାନ ଓ ଦୃଢ଼ ସଙ୍କଳ୍ପରୁ ଆଜିର ଭାରତ ଗଢ଼ିଉଠିଛି।

ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ, ଆମ ସରକାର କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, କାର୍ଯ୍ୟରେ ମଧ୍ୟ ଇତିହାସର ଅନ୍ୟାୟକୁ ସୁଧାରୁଛି। କଶ୍ମୀରରୁ ଧାରା ୩୭୦ ହଟାଇ, “ଏକ ଦେଶ – ଏକ ବିଧାନ – ଏକ ନିଶାନ”ର ସ୍ୱପ୍ନକୁ ସାର୍ଥକ କରାଯାଇଛି। ସୀମା ହେଉ କି ବିଶ୍ଵପଟଳ ହେଉ ଆଜି ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତା ସହ ସାଲିସ କରୁନାହିଁ, ଆକ୍ରମଣକାରୀଙ୍କୁ ଦୃଢ଼ ଜବାବ ଦେଉଛି।

ଏହି ଦିବସ ଆମକୁ ସାମାଜିକ ବିଭାଜନ ଏବଂ ପରସ୍ପର ଅସହଯୋଗ ଦୂର କରିବାର ଆବଶ୍ୟକତା ଅନୁଭବ କରାଇବା ସହ ଏକତା, ସାମାଜିକ ସୌହାର୍ଦ୍ଦ୍ୟ, ମାନବ ସଶକ୍ତିକରଣକୁ ଦୃଢୀଭୂତ କରିବାକୁ ପ୍ରେରଣା ଯୋଗାଇବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ବିଶ୍ବରଂଜନ ବଡ଼ଜେନା, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ନିକୁଞ୍ଜ ବିହାରୀ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ଗଣ ଉପସ୍ଥିତ ଥିଲେ।

PartitionHorrorsRemembranceDay ଖୋର୍ଦ୍ଧା ଜିଲ୍ଲା ପୃଥ୍ୱୀରାଜ ହରିଚନ୍ଦନ ଭାରତୀୟ ଜନତା ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମ ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

October 4, 2025

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025
Latest News

ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମ ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

October 4, 2025

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.