ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରତି ଦିନ ଘଟୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ହତ୍ୟା, ହିଂସା ବୃଦ୍ଧି ପାଉଥିବାର ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଏକ ଟିମ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପି ଙ୍କୁ ଭେଟିଛନ୍ତି। ଏହି ସମୟରେ ଏହି ଟିମ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିଛି।
ଏଥିରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ସମସ୍ତ ବିଧାୟକ ଓ ପୁର୍ବତନ ସାଂସଦ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ପୂର୍ବତନ ରାଜ୍ୟ ମନ୍ତ୍ରୀ ସାମିଲ ହୋଇଥିଲେ।