Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକ ଦାବିଦିବସରେ ବିଶାଳ ସମାବେଶ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ
ଆଜିର ଖବର

ଶିକ୍ଷକ ଦାବିଦିବସରେ ବିଶାଳ ସମାବେଶ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 17, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
teacher strike
ଗୁରୁ ଦିବସରେ ଗୁରୁଗଣ ବ୍ୟକ୍ତ କଲେ ଅସନ୍ତୋଷ: ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ଯୋଗ୍ୟ ବିବେଚିତ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ଅବସରକାଳୀନ ସୁବିଧା ସୁଯୋଗ ଓ ପେନସନ୍ ପ୍ରଦାନ ପ୍ରମୁଖ ଦାବି
ଅଗଷ୍ଟ ୧୬ ଶିକ୍ଷକ ଦାବିଦିବସରେ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଭୁବନେଶ୍ୱର ଗାନ୍ଧିମାର୍ଗରେ ବିଶାଳ ସମାବେଶ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର: ଅଗଷ୍ଟ ୧୬ ଶିକ୍ଷକ ଦାବିଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅଣଅନୁଦାନ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ତଥା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କର ଅନେକ ଅସମାହିତ ସମସ୍ୟାର ସମାଧାନ ଲାଗି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ  ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ  ରାଜଧାନୀର ରାଜରାସ୍ତାରେ ଏକତ୍ରିତ ହୋଇ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶଥାଉକି, ଅଗଷ୍ଟ ୧୬ ତାରିଖ ଆମ ରାଜ୍ୟର ଶିକ୍ଷକମାନଙ୍କ ପାଇଁ ଏକ ପବିତ୍ର ଦିବସ। ୧୯୬୯ ମସିହାଠାରୁ ଏହି ଦିବସରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିଥାନ୍ତି। ରାଜ୍ୟର ଶିକ୍ଷକ କର୍ମଚାରୀମାନେ ଏହି ଦିବସକୁ “ଦାବି ଦିବସ” ଭାବରେ ଆବଶ୍ୟକତା ଓ ସମୟର ଆହ୍ୱାନକ୍ରମେ ପାଳନ କରି ଆସୁଅଛନ୍ତି। ରାଜ୍ୟ ସରକାର ସେସବୁକୁ ଅନୁଧ୍ୟାନ କରି ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନିଅନ୍ତି। ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀ ମାନଙ୍କୁ ବ୍ୟବସ୍ଥା ଅନୁସାରେ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀ କରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା,  ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ପ୍ରଚଳିତ ସମାନ ସୁବିଧା ସୁଯୋଗ ଯଥା- ଶିକ୍ଷାଉପକରଣ, ପୋଷାକ ଓ ସାଇକେଲ ଯୋଗାଇ ଦେବା ଇତ୍ୟାଦି। ଉକ୍ତ ଦାବିଗୁଡ଼ିକୁ ନେଇ ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାଷ୍ଟରକ୍ୟାଣ୍ଟିନ ଠାରୁ ଦିବା ୧ଘଟିକା ସମୟରେ ପଟୁଆରରେ ବାହାରି ଲୋୟର ପି.ଏମ.ଜି.ରେ ପହଞ୍ôଚ ଏକ ସାଧାରଣ ସଭା କରିଥିଲେ।
ଉକ୍ତ ସଭାରେ ରାଜ୍ୟର ବିଭିନ୍ନ ଗଣସଂଗଠନର ନେତୃତ୍ୱମାନଙ୍କ ମଧ୍ୟରୁ ସଂଘମିତ୍ରା ଜେନା, ସୁରେଶ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର, ପୁଷ୍ପା ଦାଶ, ପ୍ରଦୀପ୍ତ ନାୟକ, ନସିମ୍ ସରକାର, ଓ ପଞ୍ଚାନନ ଗୌଡ଼ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ମାନ୍ୟବର ବିଧାୟକ ଅରୁଣ ସାହୁ ଓ ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ । ସରକାରଙ୍କ ତରଫରୁ ଶ୍ରୀଯୁକ୍ତ ବାବୁ ସିଂ, ମାନ୍ୟବର ବିଧାୟକ, ଏକାମ୍ର ଏବଂ ଶ୍ରୀଯୁକ୍ତ ଆଶ୍ରିତ୍ ପଟ୍ଟନାୟକ, ମାନ୍ୟବର ବିଧାୟକ, ପିପିଲି ସଭାସ୍ଥଳରେ ଉପସ୍ଥିତ ହୋଇ ଶିକ୍ଷକ ଓ କର୍ମଚାରୀମାନଙ୍କର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ପାଞ୍ଚଦଫା ସମ୍ବଳିତ ଦାବିପତ୍ରକୁ ଗ୍ରହଣ କରିଥିଲେ ଏବଂ ମାନ୍ୟବର ଆଇନ୍‌ମନ୍ତ୍ରୀ,  ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରି ଖୁବ୍‌ଶିଘ୍ର ଏ ସମସ୍ୟାଗୁଡ଼ିକର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ରଖିଥିଲେ ।
ଏହି ସାଧାରଣ ସଭାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା), ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ କର୍ମଚାରୀ ସଂଘ,  ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ଦୁଃଖ ଓ ପରିତାପର ବିଷୟ ଏହି କି ଶିକ୍ଷାବ୍ୟବସ୍ଥାର ଆରମ୍ଭରୁ ପ୍ରଚଳିତ ଅନୁଦାନ ପ୍ରଥାକୁ ଗତ ସରକାର ୨୦୧୫ ମସିହାରେ ପ୍ରକାଶ କରିଥିବା ବିଜ୍ଞପ୍ତି ଆଧାରରେ ଅଗଣତାନ୍ତ୍ରିକ, ଅମାନବୀୟ ଭାବରେ ୨୦୧୩ ମସିହା ଠାରୁ ଉଚ୍ଛେଦ କରି ଶିକ୍ଷାର ବିକାଶଧାରାକୁ କଣ୍ଠରୋଧ କରିବା ସହିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କ ପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଓ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କର ଅବସରକାଳୀନ ସୁବିଧା (ପେନ୍‌ସନ୍‌,ଗ୍ରାଚ୍ୟୁଇଟ୍ ଇତ୍ୟାଦି) ବ୍ୟବସ୍ଥା ଥିଲେ ମଧ୍ୟ ସରକାର ଉକ୍ତ ସୁବିଧା ଗୁଡ଼ିକୁ ପ୍ରଦାନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ।
ଏହି ବିଦ୍ୟାଳୟଗୁଡ଼ିକରେ ୫୦ରୁ ୬୦ ଶତକଡ଼ା ଶିକ୍ଷକ ଓ କର୍ମଚାରୀ ଅବସର ଗ୍ରହଣ କରି ଖାଲି ହାତରେ ଘରକୁ ଫେରି ଅତ୍ୟନ୍ତ ଦୟନୀୟ ଓ ଅସହାୟ ଭାବରେ ଅବସର ପରବର୍ତ୍ତୀ ଜୀବନ ବିତାଉଛନ୍ତି ଏବଂ  ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ସ୍ଥାନରେ ପୂର୍ଣ୍ଣନିଯୁକ୍ତି ବ୍ୟବସ୍ଥା ପ୍ରଚଳନ ହେଉନଥିବାରୁ ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟ ହୋଇ ବନ୍ଦ ଅବସ୍ଥାକୁ ଚାଲି ଆସିଲାଣି । ପ୍ରକାଶଥାଉକି ବ୍ୟବସ୍ଥା ଅନୁଯାୟୀ ସରକାରୀ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଅବସର ବୟସ ସୀମା ୫୫ ବର୍ଷ ଥିବା ବେଳେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କର ଅବସରକାଳୀନ ବୟସ ୫୮ ବର୍ଷ ଥିଲା ।
ଏହିପରି ଭାବରେ ସରକାରୀ ବିଦ୍ୟାଳୟମାନଙ୍କ ପାଇଁ ଅବସର ବୟସସୀମା ୫୮ ବର୍ଷ ଥିଲା ବେଳେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ବୟସସୀମା ୬୦ ବର୍ଷ ଥିଲା । ଅଧୁନା  ସରକାରୀ ବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କର ଅବସର ବୟସସୀମା  ୬୦ ବର୍ଷ ହୋଇଥିବା ସ୍ଥଳେ ଏହି ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବାକୁ ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ଏକକ ସଂଖ୍ୟା ଗରିଷ୍ଠତା ହାସଲ ସହ ସରକାର ଗଢ଼ିଥିବା ବର୍ତ୍ତମାନର ସରକାର, ଓଡ଼ିଶାରେ ଏକ ପ୍ରକାର ଶିକ୍ଷା, ଶିକ୍ଷକ ଓ ଶିକ୍ଷାବ୍ୟବସ୍ଥା ପ୍ରଚଳନ ପାଇଁ ସରକାରୀ ଦଳ ଓ କଳର ଇଚ୍ଛାଶକ୍ତି ଥିବା କଥା ସୂଚିତ ହେଉଥିବାରୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା ସହ ସମସ୍ତ ସମସ୍ୟାଗୁଡ଼ିକୁ ଗୋଟିଏ କଲମ ଗାରରେ ସମାଧାନ କରିବା ପାଇଁ ନେତୃତ୍ୱମାନେ ମତବ୍ୟକ୍ତ କରିଥିଲେ । ଏବେର ଜନପ୍ରିୟ ସରକାର ଏହି ଦାବିଗୁଡ଼ିକର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅନୁଦାନରୁ ବାଦ୍ ପଡ଼ିଥିବା ସ୍ୱଳ୍ପ ସଂଖ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିôବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ଅବସରକାଳୀନ ସୁବିଧା ପ୍ରଦାନ ଓ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଥିଲେ ।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଅଗଷ୍ଟ ୧୬ ଦାବିଦିବସରେ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ରମାକାନ୍ତ ଲେଙ୍କା, ଗଦାଧର ଶତପଥି ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।
ଅନୁଦାନ ପ୍ରଦାନ ବିଶାଳ ସମାବେଶ ଶିକ୍ଷକ ଦାବିଦିବସ ସମନ୍ୱୟ ସମିତି ସରକାରଙ୍କୁ ଦାବିପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025
Latest News

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025

ନୂତନ ଜିଏସଟି ହାର ଚାଷୀମାନଙ୍କ ପାଇଁ ଏକ ବରଦାନ: କେନ୍ଦ୍ର କୃଷି ମନ୍ତ୍ରୀ

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.