Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ ମହୋତ୍ସବ
ଆଜିର ଖବର

ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ ମହୋତ୍ସବ

August 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା' କାଠି ଠାକୁରାଣୀ

ବାଣପୁର: ଓଡିଶାରପ୍ରଖ୍ୟାତ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣ ପୁରର ମା’ ଭଗବତୀ ମନ୍ଦିରରେ ଜନ୍ମାଷ୍ଟମୀର ମଧ୍ଯ ରାତ୍ରରେ ରୋହିଣୀ ନକ୍ଷତ୍ର ବୃଶରାଶି ସଂଯୋଗରେ ଯୋଗମାୟା ଅମ୍ବିକା ଭଗବତୀଙ୍କ ଧରାବତରଣ ପୂଜା ଉତ୍ସବ ସହିତ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵରଙ୍କ ପୀଠରେ ଭଗବାନ ଶ୍ରୀକୃଷ୍ଣ ଗୋପାଳଙ୍କ ଜନ୍ମୋତ୍ସବ ଏକ ସମୟରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ଦାଶଙ୍କ ରଚିତ ଓଡ଼ିଆ ଭାଗବତର ଦଶମ ସ୍କନ୍ଦର ତୃତୀୟ ଅଧ୍ୟାୟରେ ରଚିତ ସ୍ୱୟଂ ଭଗବାନ ନାରାୟଣଙ୍କ ଅନୁରୋଧକ୍ରମେ ଦେବୀ ଦୁର୍ଗେ ଦୁରାଚାରୀ କଂସାସୁରର ନିଧନରେ ସହଯୋଗ କରିବା ପାଇଁ ମର୍ତ୍ତ୍ୟଭୁବନର ଗୋପନଗରୀର ନନ୍ଦରାଜାଙ୍କ ଘରେ ମାତା ଯଶୋଦାଙ୍କ ଗର୍ଭ ମଣ୍ଡନ କରିଥିଲେ। ଏଣେ ଭଗବାନ ନାରାୟଣ ମଥୁରାନଗରୀର ସେହି କଂସାସୁର ରବନ୍ଦୀଶାଳାରେ ଥିବା ମାତା ଦେବକୀଙ୍କ ଗର୍ଭ ମଣ୍ଡନ କରି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିମଧ୍ୟରାତ୍ରରେ ରୋହିଣି ବୃଷ ନକ୍ଷତ୍ରରାଶିର ସଂଯୋଗ ଅମୃତବେଳାରେ ଉଭୟେ ଭଗବାନ ଶ୍ରୀକୃଷ୍ଣ ଓ ଜଗତମାତା ଦେବୀ ଯୋଗମାୟା ଭାବରେ ଧରାବତରଣ କରିଥିବାର ଏବଂ ବିଜୁଳି କନ୍ୟା ଭାବରେ କଂସର ମୃତ୍ୟୁସଂପର୍କରେ ଭବିଷ୍ୟବାଣୀ କରିଥିବା କଥାପୁରାଣରେ ବର୍ଣ୍ଣିତ ହୋଇଛି। ଏଣୁ ମାତା ଅମ୍ବିକା ଭଗବତୀଙ୍କ ଆବିର୍ଭାବ ଦିବସ ଭାବରେ ଜନ୍ମାଷ୍ଟମୀ ଦିନ କେବଳ ବାଣପୁରର ଏହି ଶକ୍ତିପୀଠରେ ମାତାଙ୍କ ଜନ୍ମୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ପ୍ରଚଳିତ ପରମ୍ପରା ଅନୁସାରେ ଦିନର ସମସ୍ତ ନୀତିକାନ୍ତି ଶେଷ ପରେ ମଧ୍ୟରାତ୍ର ପୂର୍ବରୁ ମା’ଙ୍କୁ ମହାସ୍ନାନକରାଯାଇ ବେଶ ପରେ ଘଣ୍ଟା ଘଣ୍ଟକାହାଳି ବାଜି ଜନ୍ମ ବିଧି ପାଳନକରାଯାଇଥିଲା । ପୂଜାରୀ ସାଆନ୍ତ ମା’ଙ୍କ ନିକଟରେ ଖଇ, ନଡ଼ିଆ କୋରା,. ରାଶିକୋରା, ଫଳ ମୂଳ ଇତ୍ୟାଦି ସମର୍ପଣ କରାଇ ଜନ୍ମ ଆଳତୀ ବଢାଇଥିଲେ । ପରେ ଶଙ୍କୁଡ଼ି ପଣା କାନ୍ତି ଧୂପ ହୋଇ ରାତ୍ରପହୁଡ ହୋଇଥିଲା । ସେହି ସମୟରେ ଦକ୍ଷେଶ୍ଵର ମନ୍ଦିରଠାରେ ପ୍ରଭୁ ଗୁରୁଣ୍ଡିଗୋପାଳଙ୍କର ଜନ୍ମ ବିଧି ନିଆରା ଢଙ୍ଗରେ ପାଳିତ ହୋଇଥିଲା । ପରମ୍ପରାକ୍ରମେମନ୍ଦିର ପଲେଇ ସେବକ ସଂଧାରେ ଗୋଟିଏ ଆଟିକା ଦେହରେ ଅଙ୍ଗାର ଚଷୁ ଓ ପାଳ କୁଟାରେ ତିଆରି ଅଟା ସହିତ ନାହି କଟାପାଇଁ ଶିମପତ୍ର ଯୋଗାଇ ଦେଇଥାନ୍ତି। ପୂଜକ ସାଆନ୍ତ ମନ୍ଦିରରୁ ଶ୍ରୀ ଗୋପାଳଙ୍କୁ ନାହିକ ଟା ମଣ୍ଡପରେ ବିଜେ କରାଇବା ପରେ ଜନ୍ମ ବିଧି ମୁତାବକ ନିକଟରେ ବାମ୍ପିରଜଳ ଯମୁନାର ଜଳସ୍ୱରୂପ ସିଞ୍ଚନ (ସ୍ନାନ ) କରାଇ ଅଁଗାର ନିଆଁରେ ଶେକିବା ପରେ ବେଶ କରାଇ ଆସନରେ ବସାଇବା ପରେ ଘଣ୍ଟା ଘଣ୍ଟକାହାଳୀ ବାଜି ଖଇ,ନଡ଼ିଆକୋରା, ରାଶି କୋରା ଇତ୍ୟାଦିଧୂପ କରି ଜନ୍ମ ଆଳତିବଢାନ୍ତି।

ପରେ ରାତ୍ର ଧୂପବଡ଼ି ପହୁଡ଼ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି । ଚଳିତ ବର୍ଷ ରାତ୍ର ୧୧ଟ ୫୦ ମିନିଟରେ ଅଷ୍ଟମୀ ତିଥି ଲାଗୁଥିବାରୁ ମନ୍ଦିରମାନଙ୍କରେ ଜନ୍ମ ବିଧି ଓ ଅନ୍ୟାନ୍ୟ ନୀତିକାନ୍ତି ରାତ୍ର ୧ ଘଟିକାଯାଏ ଚାଲିଥିବାରୁ ଜନ୍ମାଷ୍ଟମୀ ବ୍ରତଧାରୀମାନେ ସେ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଗୁରୁଣ୍ଡି ଗୋପାଳ ଏବଂ ମା ଭଗବତୀଙ୍କ ଦର୍ଶନ ନିମନ୍ତେ ମନ୍ଦିରମାନଙ୍କରେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.